www.samajalive.in
Sunday, December 7, 2025
23.1 C
Bhubaneswar

ଅଲଗା ହେବେ ଏହି ଯୋଡ଼ି ? ସମ୍ପର୍କକୁ ନେଇ କ’ଣ କହିଲେ ମାହି..

ସମାଜ ଡିଜିଟାଲ ଡେସ୍କ: ଅଭିନେତା ତଥା ଉପସ୍ଥାପକ ଜୟ ଭାନୁଶାଳୀ ଓ ତାଙ୍କ ପତ୍ନୀ ଅଭିନେତ୍ରୀ ମାହି ବିଜ୍‌ଙ୍କ ଛାଡ଼ପତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଖବର ମିଳିଛି ଯେ, ଏହି ଦମ୍ପତି ଅଲଗା ହେବାର ଯୋଜନା କରୁଛନ୍ତି ଏବଂ ପରସ୍ପରଠାରୁ ଛାଡ଼ପତ୍ର ନେବାକୁ ଚାହୁଁଛନ୍ତି। ଏହାକୁ ନେଇ ଏବେ ମୁଁ ଖୋଲିଛନ୍ତି ଅଭିନେତ୍ରୀ ମାହି ବିଜ୍‌।

ନିକଟରେ ଏକ ସାକ୍ଷାତକାରରେ ମାହି ସ୍ପଷ୍ଟ ଭାବେ କହିଥିଲେ ଯେ, ତାଙ୍କୁ କାହାକୁ କିଛି ସଫେଇ ଦେବା ଆବଶ୍ୟକ ନାହିଁ। ମାହି କହିଥିଲେ ଯେ, ଯଦି ଏହା ସତ ବି ହୋଇଥାଏ ତେବେ ଆପଣଙ୍କୁ ମୁଁ କାହିଁକି କହିବି? କ’ଣ ଆପଣ ମୋ ମଉସା? ନା ଆପଣ ମୋ ଓକିଲଙ୍କ ଫିସ୍ ଦେବେ? ଲୋକମାନେ କାହାର ଛାଡ଼ପତ୍ର ଏବଂ ବିଚ୍ଛେଦକୁ ଏତେ ବଡ଼ ପ୍ରସଙ୍ଗ କାହିଁକି କରନ୍ତି? ମୁଁ ଦେଖୁଛି ଲୋକ ମୋ କମେଣ୍ଟ ସେକ୍ସନରେ ଲେଖୁଛନ୍ତି, ମାହି ଭଲ, ଜୟ ଏଭଳି। ଆଉ କିଏ ଲେଖୁଛନ୍ତି, ଜୟ ଭଲ, ମାହି ଏପରି। ସେମାନେ କେବଳ କାହାକୁ ନା କାହାକୁ ଦୋଷ ଦେବାକୁ ଚାହାଁନ୍ତି। ଆପଣ ସତ ଜାଣନ୍ତି କି? ସେ କହିଥିଲେ ଯେ, ଲୋକମାନେ ସିଙ୍ଗଲ ମଦର ଏବଂ ଛାଡପତ୍ରକୁ ବହୁତ ଭିନ୍ନ ଦୃଷ୍ଟିରେ ଦେଖନ୍ତି, ସେମାନେ ଭାବନ୍ତି ଯେ ଏବେ ନାଟକ ହେବ, ଏହା ଏକ ବଡ଼ ପ୍ରସଙ୍ଗ ହୋଇଯିବ ଏବଂ ସେମାନେ ଉଭୟଙ୍କ ଉପରକୁ ଆଙ୍ଗୁଳି ଉଠାନ୍ତି। ମୁଁ ଭାବୁଛି ସମାଜ ପକ୍ଷରୁ ବହୁତ ଚାପ ପଡ଼େ, ସେ ସ୍ପଷ୍ଟ ଭାବରେ କହିଥିଲେ ଯେ, ବଞ୍ଚନ୍ତୁ ଏବଂ ବଞ୍ଚିବାକୁ ଦିଅନ୍ତୁ।

- Advertisement -

ସୂଚନାଯୋଗ୍ୟ, ଜୟ ଭାନୁଶାଳୀ ଏବଂ ମାହି ବିଜ୍‌ ୨୦୧୧ରେ ବିବାହ କରିଥିଲେ। ଉଭୟଙ୍କର ତିନୋଟି ସନ୍ତାନ ଅଛନ୍ତି। ଦୁଇ ଜଣ ପୋଷ୍ୟ ସନ୍ତାନ ଏବଂ ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ମାହି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories