www.samajalive.in
Sunday, December 7, 2025
23.1 C
Bhubaneswar

ଭୋଟର ତାଲିକାରୁ ବାଦ ପଡିପାରନ୍ତି ୨କୋଟି: ସମୀକ୍ଷା ପାଇଁ ମଗାଯାଇଛି କାଗଜପତ୍ର

ସମାଜ ଡିଜିଟାଲ ଡେସ୍କ: ବିହାରରେ ଭୋଟର ତାଲିକାକୁ ନେଇ ରାଜନୀତି ସରଗରମ ରହିଛି । ଗୋଟିଏ ପଟେ ବିରୋଧୀ ଦଳ ଏହି ପ୍ରଥାକୁ ଲଗାତାର ବିରୋଧ କରୁଛନ୍ତି । କାରଣ ଏହି ପ୍ରକ୍ରିୟା ମାଧ୍ୟମରେ ଅବହେଳିତ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟରମାନଙ୍କୁ ତାଲିକାରୁ ବାଦ ଦିଆଯାଉଛି । ଅନ୍ୟପଟେ ଶାସକ ଦଳ ଏବଂ ନିର୍ବାଚନ କମିଶନ କହୁଛନ୍ତି ଯେ ଏହା ଦ୍ୱାରା ଜଣାପଡିବ ଯେ କୌଣସି ଭୋଟରଙ୍କୁ ବାଦ ଦିଆଯାଉନାହିଁ ତ । ଏହାକୁ ନେଇ ରାଜନୀତି ଜୋର ଧରିଛି ।

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଜାନୁଆରୀ ୧ ୨୦୦୩ ପରେ ପଞ୍ଜୀକୃତ ଭୋଟରମାନଙ୍କୁ ଗଣନା ଫର୍ମ ପୂରଣ କରିବାକୁ ପଡିବ । ଏହାପରେ ଏକ ଡ୍ରାଫ୍ଟ ତାଲିକା ପ୍ରକାଶିତ ହେବ । ୨ ଅଗଷ୍ଟ ୨୦୨୫ରେ ଡ୍ରାଫ୍ଟ ତାଲିକା ପ୍ରକାଶନ ପରେ ହିଁ ଭୋଟର ଏବଂ ବିଭିନ୍ନ ଦଳ ଏଥିରେ ଆପତ୍ତି ଦାଖଲ କରିପାରିବେ । ଅନ୍ୟପକ୍ଷରେ ଏହାକୁ ବିରୋଧ କରୁଥିବା ଦଳଗୁଡିକ ଯୁକ୍ତି ବାଢିଥିଲେ ଯେ ନିର୍ବାଚନ କମିଶନ ଦ୍ୱାରା ଦାବି କରାଯାଉଥିବା କାଗଜପତ୍ରଗୁଡିକୁ ଏତେ କମ୍‍ ସମୟ ମଧ୍ୟରେ ପୂରଣ କରିବା ସମ୍ଭବ ନୁହେଁ । ଏପରି ପରିସ୍ଥିତିରେ ଏଥର ପ୍ରାୟ ୨କୋଟି ଭୋଟର ତାଲିକାରୁ ବାଦ ପଡିପାରନ୍ତି । ବିରୋଧୀ ଦଳ ପକ୍ଷରୁ ଏହି ଆଶଙ୍କା ପ୍ରକାଶ କରାଯାଉଛି । ଏ ସମ୍ପର୍କରେ ନିର୍ବାଚନ କମିଶନ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । ଯାଞ୍ଚ ପାଇଁ ପାସପୋର୍ଟ, ୧୯୮୭ପୂର୍ବରୁ ବ୍ୟାଙ୍କ, ପୋଷ୍ଟ ଅଫିସ୍‍ କିମ୍ବା ଏଲଆଇସି ଦ୍ୱାରା ଜାରି ହୋଇଥିବା ପ୍ରମାଣପତ୍ର, ସ୍ଥାୟୀ ବାସସ୍ଥାନ ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ, ଘର ଆବଣ୍ଟନ ପତ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପଞ୍ଜିକା କାଗଜପତ୍ର ଦେବାକୁ କୁହାଯାଇଛି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories