www.samajalive.in
Sunday, December 7, 2025
16.1 C
Bhubaneswar

ରାଜପାଟଣା ଇଣ୍ଡିଆନ ବ୍ୟାଙ୍କ ଡକାୟତି ଘଟଣା ; ଦୁଇ ଗିରଫ

ରଣପୁରଗଡ: ନୟାଗଡ଼ ଜିଲ୍ଲା ସଦରଥାନା ରାଜପାଟଣା ମାନ୍ଧାତାପୁର ଇଣ୍ଡିଆନ୍ ବ୍ୟାଙ୍କ ଡକାୟତି ଘଟଣାରେ ରଣପୁର ଥାନା ପୁଲିସକୁ ବଡ଼ ଧରଣର ସଫଳତା ମିଳିଛି। ଡକାୟତି ଅଭିଯୋଗରେ ରଣପୁର ପୁଲିସ ଦୁଇ ଜଣଙ୍କୁ କାବୁ କରିଥିବା ବେଳେ ୪ ଜଣ ଫେରାର ହୋଇଯାଇଛନ୍ତି। କାବୁ ହୋଇଥିବା ଦୁଇ ଜଣ ହେଉଛନ୍ତି ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳର ଆଉ ଜଣେ ଦଶପଲ୍ଲା ଅଞ୍ଚଳର।

ସୂଚନା ଅନୁଯାୟୀ ଜୁଲାଇ ଦୁଇ ତାରିଖ ଇଣ୍ଡିଆନ୍ ବ୍ୟାଙ୍କ ବନ୍ଦ ସମୟରେ ୬ ଜଣ ଡକାୟତ ହେଲମେଟ ପିନ୍ଧି ବ୍ୟାଙ୍କ ଭିତରେ ପଶି ବ୍ୟାଙ୍କ ପରିଚାଳକ ସହ ସମସ୍ତ କର୍ମଚାରୀ ଓ ଗ୍ରାହକଙ୍କୁ କବଜ୍ଜା କରି ଭୟଭୀତ କରାଇ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସହ ସୁନାଗହଣା ଓ ଗ୍ରାହକଙ୍କ ଠାରୁ ସୁନା ହାର ଓ ଟଙ୍କା ଲୁଟି ନେଇଥିଲେ। ଖବର ପ୍ରସାରିତ ହେବା ପରେ ନୟାଗଡ଼ ସଦର ଥାନା, ଟାଉନ ଥାନା, ଶରଣକୁଳ ଥାନା ଓ ରଣପୁର ଥାନା ଚାରିପଟୁ ନାକାବନ୍ଦୀ କରିଥିଲେ। ରଣପୁର ଥାନା ନିରୀକ୍ଷକ ଆଶିଷଦେବ ସାହୁଙ୍କ ନିର୍ଦ୍ଦେଶରେ ତିନୋଟି ଗାଡିରେ ନୟାଗଡ଼ ପଟକୁ ଯିବା ସମୟରେ ନୟାଗଡ଼ ପଟୁ ଦ୍ରୁତ ବେଗରେ ଆସୁଥିବା ତିନୋଟି ମୋଟର ସାଇକେଲକୁ ବାଉଁଶ ଗଡ଼ ବ୍ରିଜ ନିକଟରେ ଅଟକାଇବା ସମୟରେ ଦୁଇ ଜଣ ତଳେ ପଡି ଯିବାରୁ ସେମାନଙ୍କୁ କାବୁ କରି ନେଇଥିଲେ। ଅନ୍ୟ ଦୁଇ ଜଣ ତଳେ ପଡି ମୋଟର ସାଇକେଲ ଛାଡ଼ି ନଦୀ କୂଳ ବୁଦୁବୁଦିଆ ଜଙ୍ଗଲରେ ଲୁଚି ଯାଇଥିଲେ। ଅନ୍ୟ ଦୁଇ ଜଣ ମଟରସାଇକେଲ ଯୋଗେ ପଛକୁ ଫେରି ପଳାଇ ଯାଇଥିଲେ। ସେ ଦୁଇ ଜଣ ସ୍ଥାନୀୟ ଯୁବକ ବୋଲି ସନ୍ଦେହ କରାଯାଉଛି। ଦୁଇଟି ମୋଟର ସାଇକେଲ ଜବତ ହେବା ଚୋରି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। କାବୁ କରିଥିବା ଦୁଇ ଜଣଙ୍କୁ ଧରି ଅନ୍ୟ ମାନଙ୍କୁ ଧରିବା ପାଇଁ ପୁଲିସ ରାତି ସାରା ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଜଣାପଡିଛି।

ଆଉ ମାତ୍ର ୪୮ ଘଣ୍ଟାକୁ ଅପେକ୍ଷା ; ଏହି ରାଶିଙ୍କୁ କୋଟିପତି କରିବାକୁ ଆସୁଛନ୍ତି କେତୁ, ହେବେ ମାଲାମାଲ୍‌, କିଣିବେ ଘର,ଗାଡି..

- Advertisement -

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories