www.samajalive.in
Sunday, December 7, 2025
16.1 C
Bhubaneswar

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗୋଟିଏ ପରିବାରର ୪ପିଲାଙ୍କ ସମେତ ୫ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର ହାପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ଟ୍ରକ୍‍ ଧକ୍କା ଦେବାରୁ ବାଇକରେ ଯାଉଥିବା ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ସମେତ ୪ଜଣ ନିଷ୍ପାପ ପିଲାଙ୍କ ଜୀବନ ଯାଇଛି ।
ସୂଚନା ଅନୁସାରେ ମୃତକ ରଫିକନଗରର ବାସିନ୍ଦା ଦାନିଶ, ତାଙ୍କ ଦୁଇ ପିଲା ସମାଇରା, ମାୟରା ଏବଂ ଭାଇ ସରତାଜଙ୍କ ପିଲା ସମର, ମିହିମଙ୍କ ସହିତ ହାଫିଜପୁର ଅଞ୍ଚଳରେ ଥିବା ଏକ ଫାର୍ମ ହାଉସର ସୁଇମିଂ ପୁଲକୁ ଗାଧୋଇବାକୁ ଯାଇଥିଲେ । ସେଠାରୁ ବୁଲିବା ପରେ ସମସ୍ତେ ଗୋଟିଏ ବାଇକରେ ମାଜିଦପୁରା ସ୍ଥିତ ନିଜ ଘରକୁ ଫେରୁଥିଲେ । ହାଫିଜପୁର ପୁଲିସ ଷ୍ଟେସନ ନିକଟରେ ସେମାନେ ପହଞ୍ଚିବା ବେଳେ ହଠାତ ଦ୍ରୁତ ଗତିରେ ଆସୁଥିବା ଏକ କ୍ୟାଣ୍ଟର ସେମାନଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହିଁ ୫ଜଣଙ୍କ ଜୀବନ ଚାଲି ଯାଇଥିଲା । ପୁଳଇସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ହୋଇଥିବାରୁ ପରିବାରରେ ଶୋକର ଛାୟା ଖେଳିଯାଇଛି ।

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories