www.samajalive.in
Sunday, December 7, 2025
26.1 C
Bhubaneswar

ଉତ୍ତର ଓଡ଼ିଶାରେ ବନ୍ୟା, ୮୧୯୧ ଜଣଙ୍କୁ ଉଦ୍ଧାର କରିଛି ଓଡ୍ରାଫ

ଡେସ୍କ: ଉତ୍ତର ଓଡିଶାର ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଏବଂ ଜଳକା ଭଳି ପ୍ରମୁଖ ନଦୀର ଜଳସ୍ତର ବୃଦ୍ଧି ପରେ ବନ୍ୟା ପରିସ୍ଥିତି ଦେଖାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ ଫୋର୍ସ – ଓଡ୍ରାଫ ବନ୍ୟା ପ୍ରଭାବିତ ଉଭୟ ଜିଲ୍ଲାରେ ବ୍ୟାପକ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ନିରନ୍ତର ନିୟୋଜିତ ହୋଇଛି। ଓଡ୍ରାଫ ଟିମ ଲୋକଙ୍କ ଧନ ଜୀବନ ସୁରକ୍ଷିତ କରିବାରେ ପ୍ରମୁଖ ଭୁମିକା ଗ୍ରହଣ କରୁଥିବା ବେଳେ ଜଳମଗ୍ନ ଅଞ୍ଚଳରୁ ଲୋକଙ୍କୁ ପାଣି ଘେରରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଲୋକଙ୍କୁ ଥଇଥାନ କରିବାରେ ମୁଖ୍ୟ ଦାୟିତ୍ଵ ତୁଲାଉଛି। ଉଭୟ ଜିଲ୍ଲାର ୧୮ଟି ବ୍ଲକରୁ ଅଦ୍ୟାବଧି ୮୧୯୧ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯାଇଛି।

ଓଡ୍ରାଫ ଦଳଗୁଡ଼ିକ ଅଗ୍ନିଶମ ସେବା ସହିତ ଉପଯୁକ୍ତ ସମନ୍ୱୟ ରକ୍ଷା କରି ୨୪ ଘଣ୍ଟା ଉପସ୍ଥିତ ରହି ପ୍ରଭାବିତ ଲୋକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରୁଛନ୍ତି। ପୂର୍ବାଞ୍ଚଳ ରେଞ୍ଜ ଡିଆଇଜି ଡ଼ଃ ସତ୍ୟଜିତ ନାଏକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଓଡ୍ରାଫ ଟିମ ଗୁରୁତ୍ୱପୂର୍ଣ ଦାୟିତ୍ୱ ତୁଲାଉଛନ୍ତି।

- Advertisement -

ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଭୋଗରାଇ, ବସ୍ତା, କମର୍ଦ୍ଦା, ସିଙ୍ଗଲା ଆଦି ଅଞ୍ଚଳର ୨ ହଜାରରୁ ଅଧିକ ସ୍ଥାନୀୟ ବାସିନ୍ଦାଙ୍କୁ ଜଳ ଘେରରୁ ଉଦ୍ଧାର କରାଯାଇଛି। ସେହିପରି ମୟୁରଭଞ୍ଜ ଜିଲ୍ଲାର ସାରସକଣା, ରସଗୋବିନ୍ଦପୁର, ବଡସାହି, ବେତନଟୀ ଏବଂ ବାରିପଦା ଅଞ୍ଚଳର ୬ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ଅବସ୍ଥାପିତ କରାଯାଇଥିଲା। ଓଡ୍ରାଫ ଟିମର କର୍ମଚାରୀମାନେ ରାତି ଦିନ ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଥିଲେ। ତଳିଆ ଅଞ୍ଚଳର ବାସିନ୍ଦାମାନଙ୍କୁ ସତର୍କ କରିବା ଏବଂ ସେମାନଙ୍କୁ ନିର୍ଦ୍ଦିଷ୍ଟ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାରେ ଓଡ୍ରାଫ ଟିମ ସକ୍ରିୟ ଭୂମିକା ଗ୍ରହଣ କରିଥିଲା। ଚଳିତ ବନ୍ୟାରେ ମୟୂରଭଞ୍ଜରେ ୬ଟି ଓଡ୍ରାଫ ଦଳ ଏବଂ ବାଲେଶ୍ୱରରେ ୫ଟି ଓଡ୍ରାଫ ଦଳ ମୁତୟନ କରାଯାଇଥିଲା।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories