www.samajalive.in
Monday, December 8, 2025
16.1 C
Bhubaneswar

ଦେଖନ୍ତୁ ଦୁର୍ଘଟଣାର ଛାତିଥରା ଭିଡିଓ ; ଲୋକଙ୍କ ଉପରେ ମାଡିଗଲା ଦ୍ରୁତଗତି କାର୍‌, ଜଣେ ମୃତ, ଅନେକ ଗୁରୁତର

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ହାପୁରରୁ ଛାତିଥରା ଘଟଣାର ଏକ ଭିଡିଓ ଏବେ ଦ୍ରୁତଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଏଠାରେ ଏକ ଦ୍ରୁତଗତି କାର୍‌ ସ୍ଥାନୀୟ ହୋଟେଲ ବାହାରେ ଠିଆ ହୋଇଥିବା କିଛି ଲୋକଙ୍କ ଉପରେ ଚଢାଇ ଦେଇଛି । ଏହି ଛାତିଥରା, ମର୍ମନ୍ତୁଦ ଦୁର୍ଘଟଣା ୯ ନମ୍ବର ଜାତୀୟ ରାଜପଥରେ ନିକଟରେ ଘଟିଛି । ହୋଟେଲ ବାହାରେ କିଛି ଲୋକେ ବସିଥିବା ବେଳେ କିଛି ଲୋକେ ଠିଆ ହୋଇ କଥାବାର୍ତ୍ତା ହେଉଥିଲେ । ହଠାତ୍‌ ସେହି ସମୟରେ ମାଡି ଆସିଥିଲା ଦ୍ରୁତ ଗତିରେ ଥିବା କାର୍‌ ଆଉ ଅନିୟନ୍ତ୍ରିତ ହୋଇ ଲୋକଙ୍କ ଉପରେ ମାଡିଗଲା । ଜଣଙ୍କ ପରେ ଜଣଙ୍କ ଉପରେ କାର୍‌ ଚଢାଇବା ଦ୍ୱାରା ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ଜଣଙ୍କ ମୃତ୍ୟୁ ହୋଇଯାଇଛି । ୩ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା ।

- Advertisement -

ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଛି । ଭିଡିଓରେ ଦେଖିପାରିବେ, କିଭଳି ଏକ ଦ୍ରୁତ ଗତି କାର୍‌ ହୋଟେଲ ବାହାରେ ଠିଆ ହୋଇଥିବା ଲୋକଙ୍କ ଉପରେ ଚଢାଇ ଦେଉଛି । ସେହି ସମୟରେ ଦୃଶ୍ୟ ଦେଖିଲେ ଯେକେହି ଭୟଭୀତ ହେବା ସହ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ଦୁର୍ଘଟଣା ପରେ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ଘଟଣାର ତଦନ୍ତ କରୁଛି । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ବୃହସ୍ପତି ଚଳନ.. ଜୁଲାଇ ୯ପରେ ଧନରେ ଭର୍ତ୍ତି ହେବ ଏହି ରାଶିଙ୍କ ଆଲମିରା, ହେବ ବିବାହ, କିଣିବେ ଜମି, ଦୂର ହେବ ସବୁ ଚିନ୍ତା..

କୋଭିଡ୍‌ ଟିକା ନୁହେଁ ତ ହୃଦଘାତ,ଆକସ୍ମିକ ମୃତ୍ୟୁର କାରଣ; ଜାଣନ୍ତୁ କ’ଣ କହିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ପୁଣି ବଢିଲା ସୁନା ଦାମ୍‌ ; ଜାଣନ୍ତୁ କେତେ

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories