www.samajalive.in
Sunday, December 7, 2025
26.1 C
Bhubaneswar

ଜିତେନ୍ଦ୍ରଙ୍କ ସହ ‘ଅକୁହା ସମ୍ପର୍କ’ ବିଷୟରେ କହିଲେ ସାନ୍‌ଭିକା: ‘ଆମେ ବେଶୀ କଥା ହେଉନା, କିନ୍ତୁ..’

ସମାଜ ଡିଜିଟାଲ ଡେସ୍କ: ଅଭିନେତ୍ରୀ ପୂଜା ସିଂହ, ଯିଏକି ତାଙ୍କ ଷ୍ଟେଜ୍ ନାମ ସାନ୍‌ଭିକା ଦ୍ୱାରା ପରିଚିତ, ପ୍ରାଇମ୍ ଭିଡିଓର ‘ପଞ୍ଚାୟତ’ରେ ରିଙ୍କି ଚରିତ୍ରରେ ଅଭିନୟ କରି ନୀରବରେ କିନ୍ତୁ ପ୍ରଭାବଶାଳୀ ଭାବରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଏହି ସିରିଜ୍‌ ତାଙ୍କ କ୍ୟାରିୟରରେ ଆଣିଛି ଏକ ବଡ଼ ପରିବର୍ତ୍ତନ।  ବର୍ତ୍ତମାନ ସମୟରେ ଏହି ସିରିଜ୍‌ ଟ୍ରେଣ୍ଡରେ ଥିବାବେଳେ ଅଭିନେତ୍ରୀ ମଧ୍ୟ ଚର୍ଚ୍ଚାରେ। ଇତି ମଧ୍ୟରେ ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାରରେ ସିରିଜର ସହ-କଳାକାରମାନଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କହିଛନ୍ତି ସାନ୍‌ଭିକା। ଖାସ୍‌ କରି ଜିତେନ୍ଦ୍ର କୁମାରଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ।

ସାନ୍‌ଭିକା ଓ ଜିତେନ୍ଦ୍ର କୁମାର ସିରିଜ୍‌ରେ ରିଙ୍କି ଓ ସଚିବ ଜୀ ଭୂମିକାରେ ଅଭିନୟ କରିଛନ୍ତି। ଉଭୟଙ୍କ ସୁନ୍ଦର ପ୍ରେମ କାହାଣୀ ଏବଂ ଜବରଦସ୍ତ ଯୋଡ଼ି ଦର୍ଶକଙ୍କ ଦ୍ଵାରା ଖୁବ୍‌ ଆଦୃତି ଲାଭ କରିଛି। ପରଦାରେ ଜିତେନ୍ଦ୍ରଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ସାନ୍‌ଭିକା କହିଛନ୍ତି, ‘‘ମୋତେ ଲାଗେ ଆମ ଭିତରେ ଏକ ଅକୁହା କେମେଷ୍ଟ୍ରି ରହିଛି। ଏହା ଦେବା ଏବଂ ନେବା କରି। ଆମେ ଅଧିକ କଥା ହେଉନା, କେବଳ ଆବଶ୍ୟକ କଥା। କିନ୍ତୁ ଅଭିନୟ କରିବା ସମୟରେ ଆମେ ପରସ୍ପରକୁ ବୁଝିପାରୁ।

- Advertisement -

ସେ ଆହୁରି କହିଛନ୍ତି, ‘‘ଆମେ ମଧ୍ୟ ଅଧିକ ଅଭ୍ୟାସ କରୁନା, କେବଳ ସୁଟିଂ ପୂର୍ବରୁ ଆଲୋଚନା କରୁ। ଜିତୁ ଜଣେ ବହୁତ ସାହାଯ୍ୟକାରୀ ସହ-ଅଭିନେତା। ସେ ମୋତେ ସୁବିଧା ଅନୁଭବ କରାଇବା ପାଇଁ ସମୟ ଦେଇଥିଲେ, କେବେବି ଜଣେ ନବାଗତ ଭଳି ଅନୁଭବ କରାଇ ଦେଇ ନ ଥିଲେ। ଆମ ଭିତରେ ଥିବା ଆମ ଭିତରର ସେହି ଶାନ୍ତ ଓ ସୁନ୍ଦର ସମ୍ପର୍କ ପରଦାରେ ପ୍ରତିଫଳିତ ହୁଏ।’’

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories