www.samajalive.in
Sunday, December 7, 2025
23.1 C
Bhubaneswar

ଦେଖନ୍ତୁ ଛାତିଥରା ଭିଡିଓ ; ରାସ୍ତାରେ ବୃଦ୍ଧଙ୍କୁ କଚାଡି କଚାଡି ମାରିଲା ଷଣ୍ଢ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ନାସିକ ଜିଲା ମାଲେଗାଓଁରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଆଶ୍ଚର୍ଯ୍ୟ ସହ ଭୟଭୀତ କରୁଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓଟି ଗତ ସପ୍ତାହର ବୋଲି ଜଣାପଡିଛି। ମାତ୍ର ଏବେ ଏହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଯାହାକୁ ଦେଖିଲେ ନିଶ୍ଚୟ ଭୟଭୀତ ଲାଗିବ। ଭିଡିଓରେ ଦେଖିପାରିବେ, କିଭଳି ରାସ୍ତାରେ ଯାଉଥିବା ଜଣେ ୮୫ ବର୍ଷୀୟ ବୃଦ୍ଧଙ୍କ ଉପରେ ହଠାତ୍‌ ଏକ ଷଣ୍ଢ ଓ କିଛି ଗାଈ ଆକ୍ରମଣ କରୁଛନ୍ତି । ଏଥିରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ନାମ ଭୋଲଚନ୍ଦ୍ର ମାଲପୁରେ ବୋଲି କୁହାଯାଉଛି ।

- Advertisement -

କୌଣସି କାମରେ ସେ ନିଜର ଜଣେ ପରିଚିତଙ୍କ ସହ ମୋଟରସାଇକେଲରେ ସେଠାରେ ପହଞ୍ଚିଥିଲେ । ବାଇକରୁ ଓହ୍ଲାଇବା ମାତ୍ରେ ରାସ୍ତାରେ ଥିବା ଗାଈ ଓ ଷଣ୍ଢ ତାଙ୍କ ଉପରେ ଆକ୍ରମଣ କରିଥିଲେ । ବୃଦ୍ଧଙ୍କୁ ରାସ୍ତାରେ ପକାଇ ଷଣ୍ଢଟି ବାରମ୍ବାର ଆକ୍ରମଣ କରିଥିଲା । ଉପସ୍ଥିତ ଥିବା ଲୋକେ ପଥର, ଠେଙ୍ଗାରେ ଯେତେ ଅଟକାଇଲେ ମଧ୍ୟ ଷଣ୍ଢ ଅଟକି ନଥିଲା । ସଭିଁଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲା । ବୃଦ୍ଧଙ୍କୁ ତୁରନ୍ତ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଭିଡିଓ ଭାଇରାଲ୍‌ ହେବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

କମିଥିଲା.. ହେଲେ ପୁଣି ବଢିଲା ସୁନା, ଜାଣନ୍ତୁ କେତେ ବଢିଲା ଦାମ୍‌

ଦୀର୍ଘ ବର୍ଷ ପରେ ଜୁଲାଇରେ ଦୁର୍ଲ୍ଲଭ ରାଜଯୋଗ; ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ, କିଏ ହେବେ କୋଟିପତି, କିଣିବେ ଘର, ଗାଡି, ହେବେ ଭାଗ୍ୟଶାଳୀ..

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories