www.samajalive.in
Sunday, December 7, 2025
13.1 C
Bhubaneswar

ସାର୍କ ବଦଳରେ ନୂଆ ସଂଗଠନ ଯୋଜନାରେ ଚୀନ, ପାକିସ୍ତାନ

ନୂଆଦିଲ୍ଲୀ: ଦକ୍ଷିଣ ଏସିଆ ଆଞ୍ଚଳିକ ସମନ୍ବୟ ସଂଗଠନ (ସାର୍କ) ରାଷ୍ଟ୍ର ଗୋଷ୍ଠୀ ବଦଳରେ ଏକ ନୂଆ ଆଞ୍ଚଳିକ ରାଷ୍ଟ୍ର ସଂଗଠନ ଗଠନ କରିବା ଲାଗି ପାକିସ୍ତାନ ଓ ଚୀନ ଯୋଜନା କରୁଛନ୍ତି। ରିପୋର୍ଟ ଅନୁଯାୟୀ ଭାରତକୁ ଏକ ଘରକିଆ କରିବା ଉଦ୍ଦେଶ୍ୟରେ ନୂଆଦିଲ୍ଲୀକୁ ବାଦ୍‌ ଦେଇ ନୂଆ ଆଞ୍ଚଳିକ ସଂଗଠନ ଗଠନ କରାଯିବ। ପାକିସ୍ତାନ ଓ ଚୀନର ଏହି ଯୋଜନାରେ ବାଂଲାଦେଶ ସାମିଲ ହୋଇଛି। ଯୋଜନାର ରୂପରେଖ ପ୍ରସ୍ତୁତ ପାଇଁ ଗତ ଜୁନ୍ ୧୯ରେ ଚୀନର କୁନମିଙ୍ଗରେ ହୋଇଥିବା ବୈଠକରେ ବାଂଲାଦେଶ ଯୋଗ ଦେଇଥିଲା। କୁନମିଙ୍ଗରେ ହୋଇଥିବା ବୈଠକକୁ ଦକ୍ଷିଣ ଏସିଆ ରାଷ୍ଟ୍ରଗୁଡିକୁ ନିମନ୍ତ୍ରଣ କରାଯାଇଥିଲା। ଏଥିରୁ ଅଧିକାଂଶ ସାର୍କ ସଦସ୍ୟ ରାଷ୍ଟ୍ର। ଆଫଗାନିସ୍ତାନ ମଧ୍ୟ ଏହି ସଂଗଠନରେ ସାମିଲ ହେବ। ଏଥିପାଇଁ ଗତ ମେ’ରେ ଚୀନ-ପାକିସ୍ତାନ-ଆଫାଗାନିସ୍ତାନ ମଧ୍ୟରେ ବୈଠକ ହୋଇଥିଲା। ୧୯୮୫ ଡିସେମ୍ବର ୮ରେ ସାର୍କ ରାଷ୍ଟ୍ର ସଂଗଠନ ଗଠନ ହୋଇଥିଲା। ଏଥିରେ ପ୍ରଥମେ ୭ଟି ରାଷ୍ଟ୍ର ସଦସ୍ୟ ରହିଥିଲେ। ୨୦୦୭ରେ ଆଫଗାନିସ୍ତାନ ଏଥିରେ ସାମିଲ ହୋଇଥିଲା। ତେବେ ୨୦୧୬ରୁ ସାର୍କ ସଂଗଠନ ଏକପ୍ରକାର ଅଚଳ ହୋଇପଡିଛି। ୨୦୧୪ ପର ଠାରୁ ସାର୍କ ରାଷ୍ଟ୍ରମୁଖ୍ୟମାନଙ୍କ ବିଧିବଦ୍ଧ ବୈଠକ ଅନୁଷ୍ଠିତ ​‌େ​‌ହାଇନାହିଁ। ୨୦୧୬ରେ ଇସଲାମାବାଦରେ ହେବାକୁ ଥିବା ୧୯ତମ ସାର୍କ ସମ୍ମିଳନୀରେ ଭାରତ ଯୋଗ ଦେଇ ନଥିଲା। ଏପରି କି ଏହି ବୈଠକରେ ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ ମଧ୍ୟ ଯୋଗ ଦେଇ ନଥିଲେ। ଉରିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନକୁ ଭାରତ ଦାୟୀ କରି ସମ୍ମିଳନୀରୁ ଓହରି ଯାଇଥିଲା। ସାର୍କ ସଂଗଠନର ଏପରି ଅଚଳାବସ୍ଥାକୁ ଦେଖି ପାକିସ୍ତାନ ଓ ଚୀନ ନୂଆ ଆଞ୍ଚଳିକ ରାଷ୍ଟ୍ରସଂଗଠନ ଗଠନ କରିବାକୁ ଯୋଜନା ଚଳାଇଛନ୍ତି। ଏହି ସଂଗଠନରେ ଶ୍ରୀଲଙ୍କା, ମାଳଦ୍ବୀପ ଓ ଆଫଗାନିସ୍ତାନ ମଧ୍ୟ ସାମିଲ ହେବେ। ମାତ୍ର ଏହି ସଂଗଠନକୁ ଭାରତକୁ ନିମନ୍ତ୍ରଣ କରାଯାଇ ନାହିଁି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories