www.samajalive.in
Tuesday, December 9, 2025
15.1 C
Bhubaneswar

ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ଭାରତକୁ ଯଥା ସମ୍ଭବ ସହ​‌ଯୋଗ କରିବୁ: ସାଉଦି ରାଜା

ନୂଆଦିଲ୍ଲୀ: ଭାରତ ଏବଂ ସାଉଦି ଆରବର ସମ୍ପର୍କ ହଜାର ବର୍ଷ ତଳର। ଇତିହାସଠାରୁ ବି ଏହି ସମ୍ପର୍କ ପୁରୁଣା। ଏହା ଆମ ରକ୍ତରେ ରହିଛି। ଏହି ସମ୍ପର୍କ ବିଗତ ୫୦ ବର୍ଷ ମଧ୍ୟରେ ବହୁତ ଆଗକୁ ବଢ଼ିଛି ଏବଂ ମଜଭୁତ ହୋଇଛି ବୋଲି କହିଛନ୍ତି ସାଉଦି ଆରବ ରାଜା ମହମ୍ମଦ ବିନ ସଲମାନ। ଭାରତ ଗସ୍ତରେ ଆସି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଥିଲେ।

ସଲମାନ ଆହୁରି କହିଥିଲେ ​‌ଯେ, ଆମ ଦୁଇ ଦେଶର ଉଦ୍ଦେଶ୍ୟ ଗୋଟିଏ। ସେ କୃଷି ହେଉ କି ପ୍ରଯୁକ୍ତିବିଦ୍ୟା, ଶକ୍ତି କି ସଂସ୍କୃତି ଅବା ସାମାଜିକ କ୍ଷେତ୍ର ହେଉ। ଦୁଇ ସରକାର ମିଶି ଗୋଟିଏ ଷ୍ଟ୍ରାଟେଜି ଏବଂ ଗୋଟିଏ ଯୋଜନା ତିଆରି କରିପାରିବୁ। ସେହିପର ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ ପାଇଁ ଭାରତକୁ ଯଥା ସମ୍ଭବ ସହଯୋଗ କରିବୁ। ୨୦୧୬ ପରଠାରୁ ଆମେ ବହୁତ ସଫଳତା ହାସଲ କରିଛୁ। ଏପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ୪୪ ଶହ କୋଟି ଟଙ୍କା ନିବେଶ କରିସାରିଛୁ। ପେଟ୍ରୋ କେମିକାଲ୍ସ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରୁଛୁ। ଆମେ ଭାରତ ସହିତ ମଧ୍ୟ ସହଯୋଗ ସ୍ଥାପନ କରିବାକୁ ଚାହୁଁଛୁ, ଯାହାଫଳରେ ଆମେ ଏକ ନୂଆ ଦିଗରେ ଆଗକୁ ବଢ଼ିପାରିବୁ ବୋଲି ସେ କହିଥିଲେ।

- Advertisement -

ସେହିପରି ଆଲୋଚନା ପରେ ମୋଦୀ କହିଥିଲେ ଯେ, ସାଉଦି ଆରବର ଶାନ୍ତିପୂର୍ଣ୍ଣ ଏବଂ ଉପଯୋଗୀ ଉପସ୍ଥିତି ଆମ ମଧ୍ୟରେ ଏକ ମହତ୍ଵପୂର୍ଣ୍ଣ ବୁଝାମୁଣା ସୃଷ୍ଟି କରିପାରିଛି। ସାଉଦି ଆରବର ବିକାଶରେ ସଲମାନଙ୍କର ସକାରାତ୍ମକ ଯୋଗଦାନର ପ୍ରଶଂସା କରୁଛି। ପୁଲୱାମାରେ ଗତ ସପ୍ତାହରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାନବ ଜାତି ପ୍ରତି ବଡ଼ ବିପଦ। ଏଭଳି ବିପଦ ବିରୋଧରେ ପ୍ରଭାବଶାଳୀ ଭାବେ ଲଢ଼ିବା ଲାଗି ଆମେ ଆତଙ୍କବାଦକୁ କୌଣସି ପ୍ରକାର ସମର୍ଥନ ଦେଉଥିବା ରାଷ୍ଟ୍ର ଉପରେ କଡ଼ା ଚାପ ପକାଇବା ଜରୁରୀ। ଆତଙ୍କବାଦୀ ସଂଗଠନଗୁଡ଼ିକର ଭିତ୍ତିଭୂମି ନଷ୍ଟ କରିବା, ଏମାନଙ୍କ ପ୍ରତି ଥିବା ସମର୍ଥନ ଶେଷ କରିବା ଏବଂ ଆତଙ୍କବାଦୀ ଓ ସେମାନଙ୍କ ସମର୍ଥକଙ୍କୁ ଦଣ୍ଡ ଦେବା ଅତ୍ୟନ୍ତ ଜରୁରୀ। ଏଥିପାଇଁ ଏକ ଦୃଢ଼ କାର୍ଯ୍ୟଯୋଜନା ଆବଶ୍ୟକ। ଫଳରେ ହିଂସା ଏବଂ ଆତଙ୍କୀ ଶକ୍ତି ଆମ ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ କରିପାରିବ ନାହିଁ। ମୁଁ ଖୁସି ଯେ ସାଉଦି ଆରବ ଏବଂ ଭାରତ ଏ ବିଷୟରେ ସମାନ ବିଚାର କରୁଛନ୍ତି। ଏ କ୍ଷେତ୍ରରେ ଉଭୟ ଦେଶ ତାଳମେଳ ରଖିବା ଏବଂ ଆମ ଭାଗିଦାରିତାକୁ ଆଗକୁ ବଢ଼ାଇବାକୁ ସହମତି ହୋଇଛି। କାଉଣ୍ଟର ଟେରରିଜମ, ସାମୁଦ୍ରିକ ସୁରକ୍ଷା, ସାଇବର ନିରାପତ୍ତା କ୍ଷେତ୍ରରେ ଅଧିକ ଦ୍ବିପାକ୍ଷିକ ସହାୟତା ଦୁଇ ଦେଶ ପାଇଁ ଲାଭପ୍ରଦ ହେବ ବୋଲି ଆଲୋଚନା ହୋଇଥିବା ମୋଦୀ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories