www.samajalive.in
Sunday, December 7, 2025
23.1 C
Bhubaneswar

ଉତ୍ତର ଓଡିଶାରେ ବଡ ବନ୍ୟା ଆଶଙ୍କା -ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର : ଡରାଇଲାଣି ବନ୍ୟା। ଉତ୍ତର ଓଡିଶାରେ ବଡ ବନ୍ୟା ଆଶଙ୍କା କରାଯାଉଛି। ଆସନ୍ତା ୨୪ ଘଣ୍ଟା ସହ ବର୍ଷା ଉପରେ ବନ୍ୟା ସ୍ଥିତି ନିର୍ଭର କରେ ବୋଲି ସୋମବାର ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ଉତ୍ତର ଓଡିଶା ଓ ଝାଡଖଣ୍ଡରେ କିଛି ଦିନରେ ପ୍ରବଳ ବର୍ଷା ହୋଇଛି । ଫଳରେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକାରେ ଜଳସ୍ତର ବଢିବାରେ ଲାଗିଛି । ବନ୍ୟା ସ୍ଥିତି ମଧ୍ୟ ରହିଛି । ପାଣିପାଗ ବିଭାଗ ପକ୍ଷରୁ ମୟୁରଭଞ୍ଜ, ଝାଡଖଣ୍ଡକୁ ୨ ଦିନ ପାଇଁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ବର୍ଷାର ପରିମାଣ ବଢିଲେ ଉତ୍ତର ଓଡିଶାର ନଦୀରେ ଜଳସ୍ତର ବୃଦ୍ଧି ପାଇବ। ବର୍ଷାର ପରିମାଣ କମିଲେ ବନ୍ୟା ଆଶଙ୍କା କମ୍‌ ବୋଲି କୁହାଯାଇଛି । ସମସ୍ତ ସ୍ଥାନରେ ଅଧିକାରୀଙ୍କୁ ପରିଦର୍ଶନ କରି ସ୍ଥିତି ଉପରେ ନଜର ସହ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଉପର ମୁଣ୍ଡରେ ପ୍ରବଳ ବର୍ଷା ପାଇଁ ଫୁଲିବାରେ ଲାଗିଛି ସୁବର୍ଣ୍ଣରେଖା ନଦୀ । ଲଗାଣ ବର୍ଷା ଯୋଗୁଁ ରାଜଘାଟରେ ବିପଦ ସଙ୍କେତ ଡେଇଁଲା ନଦୀର ଜଳସ୍ତର । ଫଳରେ ୩ଟି ବ୍ଲକର ୧୯ଟି ପଞ୍ଚାୟତ ପ୍ରଭାବିତ ହେବା ଆଶଙ୍କା ରହିଛି । ପ୍ରଭାବିତ ହେବାକୁ ଥିବା ଗାଁରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ନଦୀ ଉପର ମୁଣ୍ଡରେ ଥିବା ରାସଗୋବିନ୍ଦପୁର, ସୁଳିଆ, ଚିତ୍ରଡା ପ୍ରବୃତି ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories