www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରଥମ ପର୍ଯ୍ୟାୟ ଜନଗଣନା: ଆସନ୍ତା ଏପ୍ରିଲ ପହିଲାରୁ ଘର ତାଲିକାଭୁକ୍ତ

ନୂଆଦିଲ୍ଲୀ : ଦେଶର ଜନଗଣନା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ସମସ୍ତ ଘରକୁ ତାଲିକାଭୁକ୍ତ ଘର ଗଣନା କରିବାକୁ ଧାର୍ଯ୍ୟ ହୋଇଥିବାବେଳେ ଏଥିପାଇଁ ଆବଶ୍ୟକ କାର୍ଯ୍ୟ ୨୦୨୬ ଏପ୍ରିଲ ପହିଲାରୁ କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ଜନଗଣନା କମିସନର ତଥା ଭାରତର ରେଜିଷ୍ଟ୍ରାର ଜେନେରାଲ ମୃତ୍ୟୁଞ୍ଜୟ କୁମାର ନାରାୟଣ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପତ୍ର ଲେଖିଛନ୍ତି। ପତ୍ରରେ ଘର ଗଣନା କାର୍ଯ୍ୟ ନିମନ୍ତେ ସୁପରଭାଇଜର, ଗଣନାକାରୀ ନିଯୁକ୍ତି ଦେବା ସହିତ ସେମାନଙ୍କ ପାଇଁ କାମ ଆବଣ୍ଟନ କରିବାକୁ କୁହାଯାଇଛି। ଜନଗଣନା ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଘରକୁ ଗଣନା କରାଯିବ। ଏହି ସମୟରେ ଘରେ କି ପ୍ରକାର ଆସବାବପତ୍ର ରହିଛି, ଘରର ରୋଜଗାର, କି ପ୍ରକାର ଘର, ଘରର ସ୍ଥିତି ଇତ୍ୟାଦିର ତଥ୍ୟ ସଂଗ୍ରହ କରାଯିବ। ଦ୍ବିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା କରାଯିବ। ଅର୍ଥାତ୍‌ ପ୍ରତ୍ୟେକ ଘରେ ରହୁଥିବା ସଦସ୍ୟଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। ଯେପରିକି ସଦସ୍ୟଙ୍କର ସାମାଜିକ ଓ ଆର୍ଥିକ ସ୍ଥିତି, ସଂସ୍କୃତି, ଜାତି, ଧର୍ମ ଆଦି ବ୍ୟକ୍ତିଗତ ସୂଚନା ନିଆଯିବ। ପ୍ରଥମ କରି ଏହି ଜନଗଣନାରେ ଜାତି ଗଣନା କରାଯିବ। ଜନଗଣନା ସମୟରେ ଲୋକଙ୍କ ଠାରୁ କି ପ୍ରକାର ତଥ୍ୟ ସଂଗ୍ରହ କରାଯିବ ସେଥିପାଇଁ ଏକ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି। ରେଜିଷ୍ଟ୍ରାର ଜେନେରାଲଙ୍କ ଦ୍ବାରା ପ୍ରସ୍ତୁତ ପ୍ରଶ୍ନପତ୍ରରେ ୩୬ରୁ ଅଧିକ ପ୍ରଶ୍ନ ରହିଛି। ସର୍ଭେ ସମୟରେ ଲୋକଙ୍କୁ କି ପ୍ରକାର ଖାଦ୍ୟ ଖାଆନ୍ତି ଅର୍ଥାତ୍ ରୁଟି ନା ଭାତ ତାହା ପ୍ରଶ୍ନ କରାଯିବ। ଏହା ସହିତ କେଉଁଠାରୁ ପାନୀୟ ଜଳ ପାଉଛନ୍ତି? ସ୍ନାନ ଓ ଶୌଚ ପାଇଁ କେଉଁଠିକୁ ଯାଉଛନ୍ତି? ରୋଷେଇ ପାଇଁ କି ପ୍ରକାର ଇନ୍ଧନ ବ୍ୟବହାର କରୁଛନ୍ତି? ଘରର କାନ୍ଥ, ଚଟାଣ ଓ ଛାତ କି ପ୍ରକାରର? ଘରର ମୁଖ୍ୟ ମହିଳା ନା ପୁରୁଷ। ସେ କେଉଁ ବର୍ଗର ଅର୍ଥାତ୍‌ ଏସ୍‌ସି/ଏସ୍‌ଟି/ଓବିସି ଇତ୍ୟାଦି। ଘରେ ଫୋନ, ​‌ଇଣ୍ଟରନେଟ୍, ଯାନବାହନ ଅଛି କି ନାହିଁ ଆଦିର ତଥ୍ୟ ସଂଗ୍ରହ କରାଯିବ। ୨୦୨୭ ମାର୍ଚ୍ଚ ୧ ତାରିଖରୁ ଦେଶରେ ଜନଗଣନା କାର୍ଯ୍ୟ ଆରମ୍ଭ ହେବ। କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ, ଜାମ୍ମୁ-କାଶ୍ମୀର ଓ ତୁଷାର ଆଚ୍ଛାଦିତ ରାଜ୍ୟ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ୨୦୨୬ ଅକ୍ଟୋବର ୧ରୁ ଜନଗଣନା କରାଯିବ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories