www.samajalive.in
Sunday, December 7, 2025
26.1 C
Bhubaneswar

ଦୁଃଖଦ ଘଟଣା – ସରକାରୀ ବସ ଧକ୍କାରେ ୩ ଯୁବତୀ ମୃତ

ଡ଼େସ୍କ: ପିପିଲି ତରାକାଜ ନିକଟରେ ଶନିବାର ଅପରାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣ ଯୁବତୀଙ୍କ ମୃତ୍ୟୁ ଘଟିଛି। ସମ୍ପୃକ୍ତ ୩ ଯୁବତୀ ଭୁବନେଶ୍ବର ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ପୁରୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ଭୁବନେଶ୍ବର ସଙ୍ଗୀତ ମହାବିଦ୍ୟାଳୟର ୩ ଜଣ ଛାତ୍ରୀ ଠାକୁର ଦର୍ଶନ ପାଇଁ ଆଜି ଏକ ସ୍କୁଟିରେ ପୁରୀ ଯାଉଥିଲେ। ଅପରାହ୍ନ ୪ଟା ସମୟରେ ପିପିଲି ତରାକାଜ ନିକଟରେ ଗୋଟିଏ ସ୍କୁଟି ପ୍ରଥମେ ୩ ଜଣ ଯାଉଥିବା ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ଭାରସାମ୍ୟ ହରାଇ ସ୍କୁଟିରେ ଯାଉଥିବା ୩ ଜଣ ଯାକ ଯୁବତୀ ଆଗରେ ଯାଉଥିବା ଓଏସଆରଟିସି ବସ ପଛ ଛକ ତଳେ ପଡ଼ିଯାଇଥିଲେ ଓ ବସ ସେମାନଙ୍କ ଉପରେ ଚଢିଯାଇଥିଲା। ଘଟଣାସ୍ଥଳରେ ୩ ଜଣ ଯୁବତୀଙ୍କ ମୃତ୍ୟୁ ଘଟିଛି। ନିକଟରେ ଥିବା ଏକ ପୁଲିସ ଗାଡିରେ ତୁରନ୍ତ ସେମାନଙ୍କୁ ପିପିଲି ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ।

- Advertisement -

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକ ୩ ଜଣଙ୍କ ମଧ୍ୟରେ ୨ ଜଣ ଛାତ୍ରୀଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ ମିଳିପାରିନାହିଁ। ସେମାନଙ୍କ ମଧ୍ୟରେ ଦୁଇଜଣ ସମ୍ପର୍କୀୟ ଭଉଣୀ ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories