www.samajalive.in
Sunday, December 7, 2025
26.1 C
Bhubaneswar

ଶନିବାର ରାଶିଫଳ: ବିପୁଳ ପରିମାଣର ଧନ ପ୍ରାପ୍ତିର ସୁଯୋଗ

ମେଷ: ଦେଶାନ୍ତରରୁ ବିପୁଳ ପରିମାଣର ଧନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ରାଜସେବାରୁ ନଗଦ ଓ ବକେୟା ପ୍ରାପ୍ୟ ପାଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ଚତୁଷ୍ପଦ ପ୍ରାଣୀ ବିକ୍ରୟରୁ ଆୟ ବୃଦ୍ଧି ହେବ।

ବୃଷ: ସାଧୁମାନଙ୍କର ହିତକାରୀ ହେବେ। ଦେବ ପୂଜାନିରତ ହୋଇପାରନ୍ତି। ବ୍ରହ୍ମ ଉପାସକ ହୋଇ ବ୍ରାହ୍ମଣମାନଙ୍କ ପ୍ରୀତିକାରୀ ହେବେ। ଧର୍ମ କାର୍ଯ୍ୟରେ ଅକାତରେ ଧନ ବ୍ୟୟ କରିବେ। ସୁସ୍ଥ ଜୀବନ ବିତାଇବେ।

- Advertisement -

ମିଥୁନ: ଧର୍ମ ଆଚରଣରେ ଧନ୍ୟ ହେବେ। ଅତିସେବା ପରାୟଣ ହୋଇପାରନ୍ତି। ଦରିଦ୍ରମାନଙ୍କୁ ଅକୁଣ୍ଠିତ ଚିତ୍ତରେ ଅର୍ଥ ଓ ଅନ୍ନ ଦାନ କରି ସେମାନଙ୍କ ଜଠରାଗ୍ନିକୁ ନିର୍ବାପିତ କରିବେ। ମହତ୍‌ ପ୍ରୟାସୀ ହେବେ।

କର୍କଟ: ବିଶୁଦ୍ଧ ପାନୀୟ ଜଳ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡ଼ିବ। ମାରାତ୍ମକ କୀଟପତଙ୍ଗଙ୍କଠାରୁ ଦୂରତ୍ବ ରଖି ସ୍ବାସ୍ଥ୍ୟ ରକ୍ଷା ପ୍ରତି ଯତ୍ନବାନ୍‌ ହେବେ। ବିଦେଶୀ ଲୋକଙ୍କୁ ହଠାତ୍‌ ବିଶ୍ବାସକୁ ନ ଆଣି ପାରନ୍ତି।

ସିଂହ: ପତ୍ନୀ ସ୍ବଭାବ ସୁଲଭ ଗୁଣରେ ଗୁଣୀ ହୋଇ ପ୍ରତ୍ୟେକ କ୍ଷେତ୍ରରେ ସ୍ବାମୀଙ୍କ ସାହାଯ୍ୟକାରିଣୀ ହେବେ। ଚପଳମତି ହୋଇପାରନ୍ତି। ସ୍ନେହୀ ସ୍ବଭାବ ସମ୍ପନ୍ନା ହେବେ। ଶିକ୍ଷା ଜଗତର ଧୃବତାରା ହୋଇପାରନ୍ତି।

କନ୍ୟା: କନ୍ୟାମାନେ ଶୁଦ୍ଧ ସ୍ବଭାବସମ୍ପନ୍ନା ହେବେ। ପିତାମାତାଙ୍କର ହିତକାରୀ ହୋଇପାରନ୍ତି। ସାମାଜିକ ସ୍ତରରେ ପରକୁ ଆପଣାର କରି କାର୍ଯ୍ୟ ହାସଲରେ ପଟୁତା ପ୍ରତିପାଦନ କରିପାରନ୍ତି। କର୍ମଚଞ୍ଚଳ ହେବେ।

ତୁଳା: ସନ୍ତାନମାନେ ସୁଶୀଳ ହୋଇ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିବେ। ମନୋହରକାନ୍ତିଯୁକ୍ତ ହୋଇପାରନ୍ତି। ସେବା ପରାୟଣ ହେଲେ ଜନସାଧାରଣଙ୍କର ଶ୍ରଦ୍ଧାଭାଜନ ହେବେ। ସୁଖୀ ହେବେ।

ବିଛା: ଜଳଜ ପଦାର୍ଥରୁ ଲାଭବାନ୍‌ ହେବେ। କଠିନ ପରିଶ୍ରମ ଓ ନୀତିନିଷ୍ଠ ହୋଇଥିବାରୁ ଉପରିସ୍ଥ କର୍ମକର୍ତ୍ତାଙ୍କ ବିଶ୍ବାସଭାଜନ ହେବେ। ବ୍ୟବସାୟରୁ ଲାଭବାନ୍‌ ହେବେ। କର୍ମକ୍ଷେତ୍ରକୁ ଉଜ୍ଜ୍ବଳ କରିବେ।

ଧନୁ: ଶୂର, ଧନୀ, ଧର୍ମଜ୍ଞ ଓ ପଣ୍ଡିତମାନଙ୍କ ସହିତ ମିତ୍ରତା ସ୍ଥାପନ କରିବେ। ନୀତିନିଷ୍ଠ ରାଜସେବକ ଭାବେ ବହୁ ସୁନାମର ଅଧିକାରୀ ହେବେ। କୃପାଳୁ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।

ମକର: ବହୁ ଉପାୟରେ ଧନ ଆହାରଣ କରି ଆର୍ଥିକ ଭଣ୍ଡାରକୁ ପରିପୂର୍ଣ୍ଣ କରିପାରନ୍ତି। ରାଜସେବା ଓ କୃଷି କର୍ମରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ପଡ଼ୋଶୀ ଓ କୃଷକଙ୍କର ସାହାଯ୍ୟକାରୀ ହେବେ।

କୁମ୍ଭ: ବେଦ ପ୍ରଥାବଲାମ୍ବି ହୋଇ ଜଣେ ଧର୍ମଜ୍ଞ ବ୍ୟକ୍ତିଭାବେ ଆଶ୍ରିତମାନଙ୍କର ସୁପରାମର୍ଶଦାତା ହେବେ। ବୀରକର୍ମା ହେବେ। ଧାର୍ମିକ ପ୍ରବର ହୋଇପାରନ୍ତି। ସତ୍‌ପରାୟଣ ହେବେ। ସାମୟିକ ମୌନାବତାର ହେବେ।

ମୀନ: ଜଳଯାତ୍ରାରେ ବିପଦ ରହିଛି। କୁସଙ୍ଗରେ ପଡ଼ି ଖର୍ଚ୍ଚାନ୍ତ ହୋଇପାରନ୍ତି। ଅହଂଭାବ ପରିତ୍ୟାଗ କରିବାକୁ ପଡ଼ିବ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। କର୍ମଠ ଓ କର୍ମଚଞ୍ଚଳ ରହିବେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories