ଭଦ୍ରକ : ଅଗ୍ନିକାଣ୍ଡରେ ୧୦ବଖରା ଘର ଜଳିଯାଇଛି। ଏପରି ଘଟଣା ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅଧୀନ ଆମ୍ବରୋଲି ଗ୍ରାମରେ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ଟି ପରିବାର ସର୍ବସ୍ବାନ୍ତ ହୋଇଯାଇଥିବା ଜଣାପଡିଛି। ସେମାନଙ୍କର ସମସ୍ତ ଆସବାବପତ୍ର, ଧାନଚାଉଳ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଯାଇଛି। ଖବର ପାଇ ଭଦ୍ରକରୁ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ତେବେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି।
Popular Categories



