www.samajalive.in
Sunday, December 7, 2025
14.1 C
Bhubaneswar

ଦେଖନ୍ତୁ ଏ କି ଦୃଶ୍ୟ ; ବାଘ ବେକରେ ଓଢଣୀ ବାନ୍ଧି ଏମିତି କଲେ ଲୋକେ..

ନୂଆଦିଲ୍ଲୀ : ରାଜସ୍ଥାନର ବୁନ୍ଦି ଜିଲାର ରାମଗଡ ବିଷଧାରୀ ଟାଇଗର ରିଜର୍ଭରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି । ବାଘକୁ ଦେଖିବା ତ ଦୂର କଥା ନାଁ ଶୁଣିଲେ ମଧ୍ୟ ଭୟ ଲାଗେ । ମାତ୍ର ରାଜସ୍ଥାନରେ ସମ୍ପୂର୍ଣ୍ଣ ବିପରୀତ ଘଟଣା ଦେଖିବାକୁ ମିଳିଛି । ଏକ ରୋଗିଣା ଓ ଦୁର୍ବଳ ମାଆ କଲରାପତରିଆ ବାଘ ସହ ସ୍ଥାନୀୟ ଲୋକେ ଅତି ଅମାନବୀୟ କାର୍ଯ୍ୟ କରିଥିବା ଦେଖାଯାଇଛି । ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।

ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଭିଡିଓରେ ଦେଖିପାରିବେ, ଏକ ଆହତ,ରୋଗିଣା କଲରାପତରିଆ ବାଘ ବର୍ଷାରେ ଭିଜିବା ପରେ ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡିଛି । ଗଛ ତଳେ ବସିବା ସହ ନିଜ ସ୍ଥାନରେ ଅନ୍ୟତ୍ର ମଧ୍ୟ ଯାଇପାରୁ ନଥିଲା ।

- Advertisement -


ବାଘର ଏଭଳି ଅବସ୍ଥାର ସୁଯୋଗ ନେଇ ଗ୍ରାମବାସୀ ଏକାଠି ହୋଇ ବାଘର ବେକରେ ଏକ ଓଢଣୀ ବାନ୍ଧି କୁକୁର ଭଳି ଏଣେତେଣେ ବୁଲାଇବାକୁ ଲାଗିଲେ । କେହି କେହି ସେଲଫି ନେବା ସହ ଭିଡିଓ ମଧ୍ୟ କରିଛନ୍ତି । ଯାହା ପରେ ଭାଇରାଲ୍‌ ହୋଇଛି । ବାଘଟି କାହା ଉପରେ ଆକ୍ରମଣ ମଧ୍ୟ କରି ନାହିଁ । ବନ୍ୟଜନ୍ତୁଙ୍କ ସହ ଏଭଳି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ ବୋଲି ଲୋକେ ମତ ଦେଇଛନ୍ତି।

ଶକ୍ତିଶାଳୀ ରାଜଯୋଗ.. ଏହି ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ; ବର୍ଷିବ ଧନ, କିଣିବେ ଘର,ଗାଡି..

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories