www.samajalive.in
Sunday, December 7, 2025
26.1 C
Bhubaneswar

ପାକିସ୍ତାନ ତିଆରି କରୁଛି ଆଇସିବିଏମ୍‌, ନିଶାଣରେ ଆମେରିକା

ଇସଲାମାବାଦ: ଇରାନ ପଟୁ ଆସିବାକୁ ଥିବା ପରମାଣୁ ଅସ୍ତ୍ର ବିପଦକୁ ଟାଳିବାକୁ ଆମେରିକା ଉଦ୍ୟମ କରିଥିବାବେଳେ ଏହା ପାଇଁ ଆଉ ଏକ ପରମାଣୁ ବିପଦ ସୃଷ୍ଟି ହୋଇଛି। ଆମେରିକା ପାଇଁ ପରମାଣୁ ଅସ୍ତ୍ରର ବିପଦ ସୃଷ୍ଟି କରିବାକୁ ଯାଉଥିବା ରାଷ୍ଟ୍ର ହେଉଛି ପାକିସ୍ତାନ। ରିପୋର୍ଟ ଅନୁଯାୟୀ ପାକିସ୍ତାନ ଏବେ ଆନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର (ଆଇସିବିଏମ୍‌) ତିଆରି କରୁଛି। ଏହି ଆଇସିବିଏମ୍‌ର ଲକ୍ଷ୍ୟ ଭେଦ ଦୂରତା ୫୫୦୦ କିମି (୩୪୦୦ ମାଇଲ)। ଏହି କ୍ଷେପଣାସ୍ତ୍ରରେ ପରମାଣୁ ଶକ୍ତି ସମ୍ପନ୍ନ ଏକାଧିକ ଯୁଦ୍ଧାସ୍ତ୍ର ଖଞ୍ଜା ଯାଇପାରିବ। ସାଧାରଣତଃ ଆଇସିବିଏମ୍‌ରେ ପାରମ୍ପରିକ କିମ୍ବା ରାସାୟନିକ ଅସ୍ତ୍ର ଖଞ୍ଜିବାର ବ୍ୟବସ୍ଥା କରାଯାଇଥାଏ। ମାତ୍ର ପାକିସ୍ତାନ ଯେଉଁ ଆଇସିବିଏମ୍ ତିଆରି କରୁଛି ସେଥିରେ ପରମାଣୁ ଶକ୍ତି ସମ୍ପନ୍ନ ଯୁଦ୍ଧାସ୍ତ୍ର ଖଞ୍ଜିବାର ବ୍ୟବସ୍ଥା କରୁଛି। ଆଧୁନିକ ଆଇସିବିଏମଗୁଡିକରେ ଏକାଧିକ ଯୁଦ୍ଧାସ୍ତ୍ର ଖଞ୍ଜିବାର ବ୍ୟବସ୍ଥା କରାଯାଉଛି। ଏବେ ସୁଦ୍ଧା ଆମେରିକା, ରୁଷ୍, ଚୀନ, ଫ୍ରାନ୍ସ, ବ୍ରିଟେନ, ଭାରତ, ଇସ୍ରାଏଲ ଭଳି ଦେଶ ପାଖରେ ଆଇସିବିଏମ୍ କ୍ଷେପଣାସ୍ତ୍ର ରହିଛି। ପାକିସ୍ତାନ ଏବେ ଏହି ବର୍ଗର ରାଷ୍ଟ୍ରରେ ସାମିଲ ହେବାକୁ ଯାଉଛି। ଆଇସିବିଏମ୍‌ ଅନ୍ୟ ବର୍ଗର କ୍ଷେପଣାସ୍ତ୍ର ଠାରୁ ଭିନ୍ନ। ଏହା ଇଣ୍ଟରମିଡିଏଟ୍ ରେଞ୍ଜ ବାଲାଷ୍ଟିକ୍ ମିଶାଇଲ (ଆଇଆରବିଏମ୍‌), ମିଡିୟମ୍ ରେଞ୍ଜ ବାଲାଷ୍ଟିକ ମିଶାଇଲ (ଏମଆରବିଏମ୍‌), ସର୍ଟ ରେଞ୍ଜ ବାଲାଷ୍ଟିକ୍ ମିଶାଇଲ (ଏସ୍‌ଆରବିଏମ୍‌) ଠାରୁ ଭିନ୍ନ। ଭାରତର ଅପରେସନ ସିନ୍ଦୂର ପରେ ପାକିସ୍ତାନ ଏହାର ସାମରିକ କ୍ଷମତା ବୃଦ୍ଧି କରିବା ଲାଗି ଯୋଜନା କରୁଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ପାକିସ୍ତାନ ଆଇସିବିଏମ୍‌ କ୍ଷେପଣାସ୍ତ୍ର ତିଆରି କରୁଥିବା ସମ୍ପର୍କରେ ଜାଣିବା ପରେ ଆମେରିକା ଏହାର ରଣନୀତି ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ପାକିସ୍ତାନକୁ ଆମେରିକା ନିଜର ସହଯୋଗୀ ରାଷ୍ଟ୍ର ବୋଲି ବିବେଚନା କରିଆସୁଥିବାବେଳେ ଏବେ ଏଥିରେ ପରିବର୍ତ୍ତନ ଆଣିବ। ପାକିସ୍ତାନକୁ ଏକ ପରମାଣୁ ବିପଦ ସମ୍ପନ୍ନ ରାଷ୍ଟ୍ର ବୋଲି ଆମେରିକା ବିବେଚନା କରିବ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories