www.samajalive.in
Sunday, December 7, 2025
14.1 C
Bhubaneswar

ଭାରତରେ ପଶିଛନ୍ତି ୨୧ ଜୈସ ଆତଙ୍କବାଦୀ

ପୁଲୱାମା : ପୁଲୱାମା ଆକ୍ରମଣର ଷଡ଼ଯନ୍ତ୍ରକାରୀ ଅବଦୁଲ ରସିଦ ଗାଜି ସମେତ ୩ ଆତଙ୍କବାଦୀଙ୍କ ମୃତ୍ୟୁ ପରେ ମଧ୍ୟ ଟଳି ନାହିଁ ବିପଦ। କାରଣ ଜୈସ-ଇ-ମହମ୍ମଦ (ଜେଇଏମ୍‌)ର ୨୧ ଆତଙ୍କବାଦୀ ଜାମ୍ମୁ-କଶ୍ମୀରରେ ଅନୁପ୍ରବେଶ କରିଛନ୍ତି। ଏମାନଙ୍କ ମଧ୍ୟରେ ୩ ଜଣ ଆତ୍ମଘାତୀ ଅଛନ୍ତି ବୋଲି ଗୁଇନ୍ଦା ବିଭାଗ ସୂତ୍ରରୁ ଜଣାପଡିଛି। ଅବଶ୍ୟ ଇତିମଧ୍ୟରେ ଏମାନଙ୍କ ମଧ୍ୟରୁ କିଛି ଆତଙ୍କବାଦୀ ସୁରକ୍ଷାବାହିନୀ ଗୁଳିରେ ପ୍ରାଣ ହରାଇଲେଣି। ଜୈସ ମୁଖ୍ୟ ମାସୁଦ ଆଝାରର ପୁତୁରା ମହମ୍ମଦ ଉମୈର ଓ ଅବଦୁଲ ରସିଦ ଗାଜି ଓରଫ କମରାନକୁ ମାସୁଦର ଅନ୍ୟ ଜଣେ ପୁତୁରା ଉସମାନ ହୈଦରର ହତ୍ୟା ତଥା ପାର୍ଲାମେଣ୍ଟ ଆକ୍ରମଣକାରୀ ଅଫଜଲ ଗୁରୁର ଫାଶୀର ପ୍ରତିଶୋଧ ନେବାକୁ କୁହାଯାଇଥିଲା। ଗାଜି ସୋମବାର ପ୍ରାଣ ହରାଇଛି।
ଫେବୃଆରୀ ୫ରେ ପାକିସ୍ତାନରେ ଜନସମାବେଶକୁ ସମ୍ବୋଧିତ କରି ମାସୁଦର ସାନ ଭାଇ ରଉଫ ଆଝାର ଭାରତରେ ଆତ୍ମଘାତୀ ଆକ୍ରମଣର ଚେତାବନୀ ଦେବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଦି ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କରନ୍ତି ତା’ ହେଲେ ଭାରତରେ ଆତ୍ମଘାତୀ ଆକ୍ରମଣ ହେବ ବୋଲି ସେ ଚେତାବନୀ ଦେଇଛି। ଶାକ୍ତିଶାଳୀ ଅସ୍ତ୍ରଶସ୍ତ୍ର ଚାଳନାର ପ୍ରଶିକ୍ଷଣ ଲାଭ କରିଥିବା ଅନୁପ୍ରବେଶକାରୀ ଆତଙ୍କବାଦୀମାନଙ୍କୁ ସମ୍ଭବତଃ ୨ଟି ଦଳରେ ବିଭକ୍ତ କରାଯାଇଛି। ମୁଦାସିର ଖାନ ଗୋଟିକର ନେତୃତ୍ବ ନେଉଥିବା ବେଳେ ସାହିଦ ବାବ ନାମକ ଅାଉ ଜଣେ ଆତଙ୍କବାଦୀ ଅନ୍ୟ ଦଳର ନେତୃତ୍ବ ନେଉଥିଲା। ଫେବୃଆରୀ ୧ରେ ପୁଲୱାମାର ଦ୍ରୁବଗମଠାରେ ଏକ ଏନକାଉଣ୍ଟରରେ ସାହିଦ ପ୍ରାଣ ହରାଇଛି। ଅନୁପ୍ରବେଶ କରିଥିବା ୩ ଆତ୍ମଘାତୀଙ୍କ ମଧ୍ୟରୁ ଅାଦିଲ ଦାର ଫେବୃଆରୀ ୧୪ରେ ଆତ୍ମଘାତୀ ଆକ୍ରମଣ ଘଟାଇଛି। ଅନ୍ୟ ଦୁଇ ଜଣଙ୍କୁ ଜାମ୍ମୁ ତଥା ଅନ୍ୟ ସ୍ଥାନରେ ଆକ୍ରମଣ କରିବାକୁ କୁହାଯାଇଥିବା ଜଣାପଡିଛି। ଆତ୍ମଘାତୀ ଆକ୍ରମଣ ପାଇଁ ଲସ୍କର-ଇ-ତୋଇବା ଭଳି ଜୈସ ପକ୍ଷରୁ ମଧ୍ୟ ସଂଗଠନ ସଦସ୍ୟଙ୍କ ନାମ କ୍ଷୁଦ୍ର କାଗଜରେ ଲେଖି ରଖାଯାଏ। ଜୈସରେ ନିଯୁକ୍ତି ଦେଉଥିବା ନେତା ଓ ସ୍ଥାନୀୟ ଆତଙ୍କବାଦୀଙ୍କ ମଧ୍ୟରେ ତ୍ରାଲଠାରେ ପ୍ରଥମ ବୈଠକ ହୋଇଥିବା ପୁଲିସ କହିଛି। ଜୈସର ଏହି ଆତଙ୍କବାଦୀ ଦଳ ଦ୍ବୟ ୧୯୯୦ରୁ ୧୯୯୫ ମଧ୍ୟରେ ପଞ୍ଜିକୃତ ୧୬ଟି ଯାନ କ୍ରୟ କରିଛନ୍ତି। ସହଜରେ ଚିହ୍ନଟ ନ ପଡିବା ଉଦ୍ଦେଶ୍ୟରେ ଏମା​‌େ​‌ନ ପୁରୁଣା ଗାଡି ବ୍ୟବହାର କରୁଥିବା କୁହାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories