www.samajalive.in
Tuesday, December 9, 2025
15.1 C
Bhubaneswar

ଇନଷ୍ଟାଗ୍ରାମରେ ବନ୍ୟଜନ୍ତୁ ମାଂସ ଖାଇବା ଫଟୋ ଭାଇରାଲ : ଦୁଇ ଯୁବକ ଗିରଫ

ହରଭଙ୍ଗା : ଇନଷ୍ଟାଗ୍ରାମରେ ବନ୍ୟଜନ୍ତୁ ମାଂସ ଖାଇବା ଫଟୋ ଭାଇରାଲ ମହଙ୍ଗା ପଡିଛି ।ଏହି ଘଟଣାର ଖୋଲତାଡ କରି ବୌଦ୍ଧ ଡି.ଏଫ.ଓ ଦେବପ୍ରିୟ କମ୍ପଙ୍କ ନିର୍ଦ୍ଦେଶକ୍ରମେ ମାଧପୁର ବନ ବିଭାଗ ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଗତ ୧୪ ,୧୬ ଏବଂ ୨୦ ତାରିଖରେ ହରଭଙ୍ଗା ଥାନା ଅର୍ନ୍ତଗତ ଗଣ୍ଡିସର ଗାଁର ଯୁବକ ବିକ୍ରମ ନାୟକ ନିଜ ଇନଷ୍ଟାଗ୍ରାମରେ ଜଙ୍ଗଲୀ ବାରହା ମାଂସ ସହିତ ସମ୍ବର ମାଂସ ରୋଷେଇ କରୁଥିବା ଭିଡିଓ ଭାଇରାଲ କରିଥିଲା । ଏହା ପରେ ଆଳୁ ଖୋଳୁ ଖୋଳୁ ମହାଭାରତ ଭଳି ବନ ବିଭାଗ ଖୋଳତାଡ କରି ଜଙ୍ଗଲୀ ଜନ୍ତୁ ମାଂସ ଘରେ ରଖିବା ଏବଂ ଇନଷ୍ଟାଗ୍ରାମ ମାଧ୍ୟମରେ ଜଙ୍ଗଲ ଅପରାଧକୁ ବୃଦ୍ଧି କରିବା ଘଟଣାରେ ଗତ ୨୩ ତାରିଖ ପ୍ରଥମେ ବିକ୍ରମ ନାୟକଙ୍କୁ ବନ ବିଭାଗ ଗିରଫ କରିଥିଲା ।ଏହାର ଖୋଳତାଡ ପରେ ଆଜି ଜଙ୍ଗଲୀ ଜନ୍ତୁ ମାଂସ ବିକ୍ରି କରୁଥିବା ଅଭିଯୋଗରେ ଅନ୍ୟ ଅଭିଯୁକ୍ତ ହରଭଙ୍ଗା ଥାନା ତଳଗାଁ ଗାଁର ସୌମ୍ୟରଞନ ଯାନୀଙ୍କୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରିଥିବା ମାଧପୁର ରେଞ୍ଜ ଅଫିସର ଆଶିକ ଦିଗାଲ ସୂଚନା ଦେଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories