ନୂଆଦିଲ୍ଲୀ : ଭାରତୀୟ ସଂଚାର ନିଗମ(ବିଏସ୍ଏନ୍ଏଲ୍) ତାର ୯୮ଟଙ୍କାର ଶସ୍ତା ପ୍ରି-ପେଡ ପ୍ଲାନକୁ ଅପଡେଟ କରିଛି। କମ୍ପାନୀ ୯୮ଟଙ୍କା ପ୍ଲାନରେ ଏବେ ପ୍ରତିଦିନ ୨ଜିବି ଡାଟା ଦେବ। ଏହାବ୍ୟତୀତ ବିଏସ୍ଏନଏଲର ଏହି ପ୍ଲାନରେ ଏରସ ନାଓର ଫ୍ରି ସବ୍ସକ୍ରିସନ ମଧ୍ୟ ମିଳିବ। ଏହି ସବ୍ସକ୍ରିସନ ଆପଣଙ୍କୁ ବିଏସଏନଏଲର ୨୯୮ଟଙ୍କା, ୩୩୩ଟଙ୍କା ଏବଂ ୪୪୪ଟଙ୍କାର ପ୍ଲାନରେ ମଧ୍ୟ ମିଳିବ। ଏହି ପ୍ଲାନରେ ପୂର୍ବରୁ ୨୬ଦିନର ବୈଧତା ସହିତ ପ୍ରତିଦିନ ୧.୫ଜିବି ଡାଟା ମିଳୁଥିଲା ମାତ୍ର ଏହା ୨ଜିବିକୁ ବଢାଇଦିଆଯାଇଛି।



