www.samajalive.in
Sunday, December 7, 2025
26.1 C
Bhubaneswar

ମଧ୍ୟପ୍ରାଚ୍ୟରେ ଯୁଦ୍ଧ: ଭାରତ ପାଇଁ କେତେ ଅସୁବିଧା

ସମାଜ ଡିଜିଟାଲ ଡେସ୍କ: ଯଦିଓ ଭାରତ ଗତ କିଛି ବର୍ଷ ଧରି ଇସ୍ରାଏଲ ସହିତ ଭଲ ସମ୍ପର୍କ ବଜାୟ ରଖିଛି, ହେଲେ ଭାରତ-ଇରାନ ସମ୍ପର୍କ ମଧ୍ୟ ଶତାଦ୍ଦୀ ପୁରୁଣା । ଭାଷା, ସଂସ୍କୃତି ଏବଂ ପରମ୍ପରା ସ୍ତରରେ ଉଭୟଙ୍କ ମଧ୍ୟରେ ଗଭୀର ସମ୍ପର୍କ ରହିଛି । ଭାରତ ସ୍ୱାଧୀନତା ପରେ ୧୯୫୦ମସିହାରେ ଉଭୟ ଦେଶ ଆନୁଷ୍ଠାନିକ ଭାବରେ କୂଟନୈତିକ ସମ୍ପର୍କ ସ୍ଥାପନ କରିଥିଲେ । କିନ୍ତୁ ୧୯୭୮ରୁ ୧୯୯୩ ପର୍ଯ୍ୟନ୍ତ ସମ୍ପର୍କ ଶୀତଳ ରହିଥିଲା । ଏହାପରେ ଗୋଟିଏ ପଟେ ଭାରତ ଇସ୍ରାଏଲ ସହିତ ସମ୍ପର୍କକୁ ମଜଭୁତ କରିଥିଲା ଏବଂ ଇରାନ ସହିତ ଆଲୋଚନା ଆରମ୍ଭ କରିଥିଲା । ବର୍ତ୍ତମାନ ସମୟରେ ଯେତେବେଳେ ଇସ୍ରାଏଲ-ଇରାନ ଯୁଦ୍ଧ ଚାଲିଛି, ବିଶେଷଜ୍ଞମାନେ ଏହାକୁ ଅନେକ ଦୃଷ୍ଟିକୋଣରୁ ଦେଖିବା ଆରମ୍ଭ କରିଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ଯୁଦ୍ଧରେ ଇରାନ ହାରିଯାଏ ତେବେ ମଧ୍ୟପ୍ରାଚ୍ୟରେ ଭାରତର ସମୀକରଣ କଣ ହେବ ।

ଇରାନ ଦୀର୍ଘ ସମୟ ଧରି ଆମେରିକୀୟ ବିଶ୍ୱ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରିଆସୁଛି, ଯେତେବେଳେ ଭାରତ ମଧ୍ୟ ଏକ ବହୁଧ୍ରୁବୀୟ ବିଶ୍ୱର ସମର୍ଥନ କରିଆସୁଛି । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଯେତେବେଳେ ଆମେରିକା ଖୋଲାଖୋଲି ଭାବରେ ଇସ୍ରାଏଲକୁ ସମର୍ଥନ କରୁଛି ସେତେବେଳେ ଇରାନ ଏକାକୀ ହେଉଥିବା ପରି ମନେ ହେଉଛି । ଭାରତର ଏକ ବହୁଧ୍ରୁବୀୟ ବିଶ୍ୱର ଆଶା ବହୁତ ଦୂର ମନେ ହେଉଛି । ତଥାପି ବିଶେଷଜ୍ଞମାନେ କହିଛନ୍ତି ଯେ ଇରାନ ଦୁର୍ବଳ ହେଲେ ମଧ୍ୟ ଆମେରିକାର ଏକପାଖିଆ ମଧ୍ୟପ୍ରାଚ୍ୟରେ ପ୍ରଭାବ ରହିପାରିବ ନାହିଁ ।

- Advertisement -

ଏଭଳି ପରିସ୍ଥିତିରେ ଭାରତର ସ୍ଥିତି ନେଇ ଏକ ରିପୋର୍ଟ ଅନୁସାରେ ପୂର୍ବତନ ରାଷ୍ଟ୍ରଦୂତ କହିଛନ୍ତି ଯେ ଭାରତର ବୈଦେଶିକ ନୀତି ଏହି ପ୍ରସଙ୍ଗରେ ଟିକେ ସ୍ପଷ୍ଟ ହେବା ଆବଶ୍ୟକ । ସେ କହିଛନ୍ତି ଯେ ଭାରତ ଘରୋଇ ରାଜନୀତି ଉପରେ ଅଧିକ ଧ୍ୟନ ଦେଉଛି ଏବଂ ବୈଦେଶିକ ନୀତିରେ ଅଧିକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ଆବଶ୍ୟକ । ଚାବହାର ବନ୍ଦର ହେଉ କିମ୍ବା ଦ୍ୱିପାକ୍ଷିକ ବାଣିଜ୍ୟ, ଭାରତ ଏବଂ ଇରାନ ମଧ୍ୟରେ ସମ୍ପର୍କରେ କୌଣସି ଠୋସ୍‍ ପ୍ରଗତି ହୋଇନାହିଁ । ଏହା ସତ୍ୟ ଯେ ଭାରତ ସର୍ବଦା ସଙ୍କଟ ସମୟରେ ଏକ ସନ୍ତୁଳନ ରଣନୀତି ଗ୍ରହଣ କରିଆସିଛି । ଏହା ରୁଷ-ୟୁକ୍ରେନ୍‍ ଯୁଦ୍ଧ ହେଉ କିମ୍ବା ବର୍ତ୍ତମାନ ଇରାନ-ଇସ୍ରାଏଲ ବିବାଦ । ଭାରତ କୌଣସି ପକ୍ଷକୁ ଖୋଲାଖୋଲି ଭାବରେ ନିନ୍ଦା କରେ ନାହିଁ । ଏହି ମତ ପୁରୁଣା କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଭାରତର ଏହି ନୀରବତାକୁ ଏକ ରଣନୈତିକ ଦୁର୍ବଳତା ଭାବରେ ମଧ୍ୟ ଦେଖାଯାଉଛି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories