www.samajalive.in
Monday, December 8, 2025
16.1 C
Bhubaneswar

୧୬୦୦କୋଟି ପାସ୍‍ୱାର୍ଡ ଲିକ୍‍, ଜାଣନ୍ତୁ କିପରି ସୁରକ୍ଷିତ ରଖିବେ ଆପଣଙ୍କ ଫେସବୁକ୍‍ ଆକାଉଣ୍ଟ

ସମାଜ ଡିଜିଟାଲ ଡେସ୍କ: ନିକଟରେ ବିଶ୍ୱବ୍ୟାପି ୧୬୦୦କୋଟି ଅନଲାଇନ୍‍ ପାସୱାର୍ଡ ଲିକ୍‍ ହୋଇଥିବା ନେଇ ଅଭିଯୋଗ ହୋଇଛି । ସାଇବରନ୍ୟୁଜ୍‍ ଓ ଫୋର୍ବସର ରିପୋର୍ଟ ଅନୁଯାୟୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇ-ମେଲ୍‍, ଗୁଗଲ, ଫେସବୁକ୍‍ ଓ ଟେଲିଗ୍ରାମର ୟୁଜରନେମ୍‍, ଲଗ୍‍ ଇନ୍‍ ପାସୱାର୍ଡ ଭଳି ତଥ୍ୟ ଚୋରି ହୋଇଛି । ହ୍ୟାକର୍ସଙ୍କ ଦ୍ୱାରା ସୋସିଆଲ ମିଡ଼ିଆ ବ୍ୟବହାରକାରୀଙ୍କ ପାସୱାର୍ଡ ହ୍ୟାକ୍‍ କରାଯାଉଛି । କ୍ୟାକର୍ସମାନେ ଫୋନରୁ ଡାଟା ଏବଂ ପାସୱାର୍ଡ ଚୋରି କରି ଏହାକୁ ବ୍ୟବହାର କରୁଛନ୍ତି ଏବଂ ପରେ ଏହାକୁ ଡାର୍କ ୱେବସାଇଟରେ ବିକ୍ରି କରୁଛନ୍ତି । ଗୁଗଲ୍‍ ପକ୍ଷରୁ ଏସମ୍ପର୍କରେ ଏକ ପରାମର୍ଶ ଜାରି କରାଯାଇଥିଲା । ଯେଉଁଥିରେ ଇ-ମେଲ୍‍, ଫେସବୁକ୍‍ ଏବଂ ଅନ୍ୟାନ୍ୟ ସାମାଜିକ ପ୍ଲାଟଫର୍ମକୁ ହ୍ୟାକ୍‍ ହେବାରୁ ରୋକିବା ପାଇଁ କିଛି କଥା ଉପରେ ଗୁରୁତ୍ୱ ଦେବାକୁ ପଡିବ ।

ଏହାସହିତ ପାସୱାର୍ଡ ବଦଳରେ ପାସକୀ ବ୍ୟବହାର କରିବାକୁ କୁହାଯାଇଛି । ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ଫେସବୁକ୍‍ ପାସକୀ ବ୍ୟବହାର କରିବାକୁ କହିଛି । ଆସନ୍ତୁ ଜାଣିବା କିପରି ଆପଣଙ୍କ ଫେସବୁକ୍‍ ଆକାଉଣ୍ଟକୁ ସୁରକ୍ଷିତ ରଖିବେ । ଆଣ୍ଡ୍ରଏଡ୍‍ ଏବଂ ଆଇଓଏସ୍‍ ବ୍ୟବହାରାରୀଙ୍କୁ ଫେସ୍‍ ବୁକ୍‍ ପାସକୀ ସହାୟତାରେ ଲକ୍‍ କରିବାକୁ ପରାମର୍ଶ ଦେଇଛି । ଏହି କ୍ଷେତ୍ରରେ ଆପଣଙ୍କୁ ଫେସବୁକରେ ଲଗଇନ୍‍ କରିବା ପାଇଁ ପାସୱାର୍ଡ ମନେ ରଖିବାକୁ ପଡିବ ନାହିଁ । ବ୍ୟବହାରକାରୀମାନେ ପାସକୀ ମାଧ୍ୟମରେ ସହଜରେ ଲଗଇନ୍‍ କରିପାରିବେ । ଏହା କେବଳ ହ୍ୟାକର୍ସଙ୍କଠାରୁ ଆକାଉଣ୍ଟକୁ ସୁରକ୍ଷା ଦେବ ନାହିଁ ବରଂ ମେଟା ପେ କୁ ମଧ୍ୟ ସୁରକ୍ଷିତ ରଖିବ ।

- Advertisement -

ପାସକୀ ଏକ ଆଧୁନିକ ଡିଜିଟାଲ ସୁରକ୍ଷା ପ୍ରଣାଳୀ । ଏହାକୁ ଓଟିପି ଲଗଇନ୍‍ ଅପେକ୍ଷା ଅଧିକ ସୁରକ୍ଷିତ ବୋଲି କୁହାଯାଉଛି । ପ୍ରତ୍ୟେକ ଆକାଉଣ୍ଟରେ ଲଗଇନ୍‍ ପାଇଁ ଏକ ଅନନ୍ୟ ଡିଜିଟାଲ କୀ ତିଆରି କରାଯାଏ । ଯାହାକୁ ହ୍ୟାକର୍ସମାନେ ଖୋଜିବା କଷ୍ଟକର । ଫଳରେ ଜଣେ ନିଜର ଆକାଉଣ୍ଟକୁ ହ୍ୟାକର୍ସଙ୍କଠାରୁ ସୁରକ୍ଷିତ ରଖିପାରିବ ।

ଆକାଉଣ୍ଟକୁ କିପରି ସୁରକ୍ଷିତ ରଖିବେ

ଅଜଣା ଆକାଉଣ୍ଟରୁ କୌଣସି ଲିଙ୍କ୍‍ ଉପରେ କ୍ଲିକ୍‍ କରନ୍ତୁ ନାହିଁ ।
ଦୁଇ-କାରକ ପ୍ରମାଣୀକରଣ ବ୍ୟବହାର କରିବାକୁ ନିଶ୍ଚିତ କରନ୍ତୁ ।
ଏକ ଦୃଢ ଓ ଅନନ୍ୟ ପାସୱାର୍ଡ ଦେବାକୁ ପ୍ରୟାସ କରନ୍ତୁ ।
ଆକାଉଣ୍ଟ ଲଗଇନ୍‍ ପାଇଁ ଟିପଚିହ୍ନ, ଫେସ୍‍ ସ୍କାନ୍‍ କିମ୍ବା ପିନ୍‍ ବ୍ୟବହାର କରନ୍ତୁ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories