www.samajalive.in
Sunday, December 7, 2025
23.1 C
Bhubaneswar

ହେଡିଂଲି ଷ୍ଟାଡିୟମ୍ ରେ ଉଭୟ ଦଳଙ୍କ ରେକର୍ଡ

ହେଡିଂଲି: ହେଡିଂଲିରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତୀୟ କ୍ରିକେଟ୍‌ ଦଳ ୨୦ରୁ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ଟେଷ୍ଟମ୍ୟାଚ୍‌ ଖେଳିବ। ଏହି ମ୍ୟାଚ୍‌ ପୂର୍ବରୁ ଆସନ୍ତୁ ଜାଣିବା ଐତିହାସିକ ହେଡିଂଲି ଷ୍ଟାଡିୟମ୍‌ର ପରିସଂଖ୍ୟାନ ସମ୍ପର୍କରେ। ୧୯୫୨ରେ ଭାରତ ପ୍ରଥମଥର ହେଡିଂଲିରେ ଟେଷ୍ଟମ୍ୟାଚ୍‌ ଖେଳିଥିଲା। ଲେନ୍ ହଟନ୍‌ଙ୍କ ନେତୃତ୍ବାଧୀନ ଘରୋଇ ଇଂଲଣ୍ଡ ଦଳ ବିଜୟ ହଜାରେଙ୍କ ନେତୃତ୍ବାଧୀନ ଭାରତକୁ ୭ ୱିକେଟ୍‌ରେ ପରାସ୍ତ କରିଥିଲା। ୧୯୫୨ରୁ ଅଦ୍ୟାବଧି ଭାରତ ହେଡିଂଲିରେ ମୋଟ ୭ଟି ଟେଷ୍ଟମ୍ୟାଚ୍‌ ଖେଳିଛି। ଏଥିରୁ ଭାରତ ୨ଟି ଜିତିଥିବା ବେଳେ ୪ଟି ହାରିଛି ଏବଂ ଗୋଟିଏ ଟେଷ୍ଟ ଡ୍ର ରହିଛି। କପିଳ ଦେବଙ୍କ ନେତୃତ୍ବାଧୀନ ଭାରତ ୧୯୮୬ରେ ପ୍ରଥମଥର ହେଡିଂଲିରେ ଟେଷ୍ଟମ୍ୟାଚ୍‌ ଜିତିଥିଲା। ଇଂଲଣ୍ଡକୁ ୨୭୯ ରନ୍‌ର ବଡ଼ ବ୍ୟବଧାନରେ ଭାରତ ପରାସ୍ତ କରିଥିଲା। ୨୦୦୨ରେ ଭାରତ ହେଡିଂଲି​‌େ​‌ର ୨ୟ ଥର ଜିତିଥିଲା। ସୌରଭ ଗାଙ୍ଗୁଲି ନେତୃତ୍ବାଧୀନ ଭାରତ ଇନିଂସ ଓ ୪୬ ରନ୍‌ରେ ନାସେର ହୁସେନ୍ ନେତୃତ୍ବାଧୀନ ଇଂଲଣ୍ଡକୁ ପରାସ୍ତ କରିଥିଲା।

ଶେଷଥର ଭାରତୀୟ ଦଳ ହେଡିଂଲି ଗ୍ରାଉଣ୍ଡରେ ୨୦୨୧ରେ ଖେଳିଥିଲା। ବିରାଟ କୋହଲି ନେତୃତ୍ବାଧୀନ ଭାରତକୁ ଇନିଂସ ଓ ୭୬ ରନ୍‌ରେ ଜୋ ରୁଟ୍‌ଙ୍କ ନେତୃତ୍ବାଧୀନ ଇଂଲଣ୍ଡ ପରାସ୍ତ କରିଥିଲା। ହେଡିଂଲିରେ ଭାରତର ସର୍ବାଧିକ ସ୍କୋର୍‌ ହେଉଛି ୮ ୱିକେଟ୍‌ରେ ୬୨୮ ରନ୍‌ରେ ଇନିଂସ ଘୋଷଣା (୨୦୦୨)। ଏହି ଗ୍ରାଉଣ୍ଡରେ ଭାରତର ସର୍ବନିମ୍ନ ସ୍କୋର୍‌ ହେଉଛି ୭୮ ଅଲ୍‌ଆଉଟ୍‌ (୨୦୨୧)। ହେଡିଂଲିରେ ଭାରତ ପାଇଁ ଦିଲୀପ ଭେଙ୍ଗସରକାର ୨ଟି ଟେଷ୍ଟରୁ ମାତ୍ର ଥରେ ଆଉଟ୍‌ ହୋଇ ୨୨୮ ରନ୍‌ କରିଛନ୍ତି। ଏହି ଗ୍ରାଉଣ୍ଡରେ ଭାରତ ପାଇଁ ରଜର ବିନ୍ନି ସର୍ବାଧିକ ୭ଟି ୱିକେଟ୍‌ ନେଇଛନ୍ତି। ହେଡିଂଲି ଗ୍ରାଉଣ୍ଡର ସର୍ବକାଳୀନ ରେକର୍ଡକୁ ଦେଖିଲେ ଏଠାରେ ସର୍ବାଧିକ ସ୍କୋର୍‌ ହେଉଛି ୪ ୱିକେଟ୍‌ରେ ୬୫୩ ରନ୍‌ରେ ଇନିଂସ ଘୋଷଣା (ଇଂଲଣ୍ଡ, ୧୯୯୩)। ସର୍ବନିମ୍ନ ସ୍କୋର୍‌ ହେଉଛି ୬୧ ଅଲ୍‌ଆଉଟ୍‌ (ୱେଷ୍ଟଇଣ୍ଡିଜ ବନାମ ଇଂଲଣ୍ଡ, ୨୦୦୦)। ଏଠାରେ ଅଷ୍ଟ୍ରେଲିଆର ସାର୍ ଡନ୍ ବ୍ରାଡ୍‌ମ୍ୟାନ ୪ଟି ଟେଷ୍ଟରୁ ୧୯୨.୬୦ ଆଭ୍‌ରେଜରେ ୯୬୩ ରନ୍‌ କରିଛନ୍ତି। ହେଡିଂଲିରେ ସର୍ବାଧିକ ବ୍ୟକ୍ତିଗତ ଟେଷ୍ଟ ସ୍କୋର୍‌ ହେଉଛି ଡନ୍ ବ୍ରାଡ୍‌ମ୍ୟାନଙ୍କ ୩୩୪ ରନ୍‌ (ବନାମ ଇଂଲଣ୍ଡ, ୧୯୩୦)। ହେଡିଂଲିରେ ସର୍ବାଧିକ ବ୍ୟାଟିଂ ଆଭ୍‌ରେଜ ୩୩୮.୦୦ ଅଷ୍ଟ୍ରେଲିଆର ଷ୍ଟିଭ୍‌ ୱଙ୍କ ନାମରେ ରହିଛି। ଡନ୍ ବ୍ରାଡ୍‌ମ୍ୟାନ୍ ଏଠାରେ ସର୍ବାଧିକ ୪ଟି ଶତକ ମାରିଛନ୍ତି। ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌ ଏଠାରେ ୧୨ଟି ଟେଷ୍ଟରୁ ସର୍ବାଧିକ ୫୪ଟି ୱିକେଟ୍‌ ନେଇଛନ୍ତି। ହେଡିଂଲିରେ ଏକ ଟେଷ୍ଟ ଇନିଂସରେ ଶ୍ରେଷ୍ଠ ବୋଲିଂ ସଫଳତା ହେଉଛି ଇଂଲଣ୍ଡର ବବ୍ ୱିଲିସ୍‌ଙ୍କ ୮ ୱିକେଟ୍‌ (ବନାମ ଅଷ୍ଟ୍ରେଲିଆ, ୧୯୮୧)। ଏକ ଟେଷ୍ଟମ୍ୟାଚ୍‌ରେ ଶ୍ରେଷ୍ଠ ବୋଲିଂ ସଫଳତା ହେଉଛି ଇଂଲଣ୍ଡର କଲିନ୍‌ ବ୍ଲାଇଥ୍‌ଙ୍କ ୧୫ ୱିକେଟ୍‌ (ବନାମ ଦକ୍ଷିଣ ଆଫ୍ରିକା, ୧୯୦୭)।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories