www.samajalive.in
Sunday, December 7, 2025
23.1 C
Bhubaneswar

ଆମେରିକାକୁ ରୁଷ୍‌ର ଚେତାବନୀ; ଯୁଦ୍ଧରେ ସାମିଲ ହେଲେ ଭୟଙ୍କର ପରିଣାମ

ରୁଷ୍‌: ଇସ୍ରାଏଲ-ଇରାନ ଯୁଦ୍ଧରେ ଆମେରିକା ସାମିଲ ହେବ ବୋଲି ବିଚାର କରୁଛି। ବୁଧବାର ଆମେରିକା ବୈଦେଶିକ ମନ୍ତ୍ରଣାଳୟ କହିଥିଲା ଯେ ଇସ୍ରାଏଲସ୍ଥିତ ଆମେରିକା ଦୂତାବାସରୁ କର୍ମଚାରୀ ଓ ସେମାନଙ୍କ ପରିବାରକୁ ସ୍ଥାନାନ୍ତର କରାଯାଉଛି। ଏହି ଯୁଦ୍ଧରେ ଆମେରିକା ପ୍ରତ୍ୟକ୍ଷ ସାମିଲ ହେବା ନେଇ ରାଷ୍ଟ୍ରପତି ଟ୍ରମ୍ପ ସୂଚନା ଦେଇଛନ୍ତି। ଆମେରିକାର ଏପରି ପ୍ରତିକ୍ରିୟା ପରେ ରୁଷ୍ କହିଛି ଯେ ଯୁଦ୍ଧରେ ଆମେରିକା ପ୍ରତ୍ୟକ୍ଷ ସାମିଲ ହେଲେ ପରିଣତି ଭୟଙ୍କର ହେବ। ଗୁରୁବାର ରୁଷ୍ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଇରାନ ବିରୋଧରେ ଆମେରିକା କୌଣସି ପ୍ରକାର ସାମରିକ ପଦକ୍ଷେପ ନେବାରୁ ଦୂରେଇ ରହିବା ଉଚିତ୍। ସେହିପରି ରୁଷ୍ ପରମାଣୁ ଶକ୍ତି ସମନ୍ବୟ ମୁଖ୍ୟ କହିଛନ୍ତି ଯେ ଇରାନର ବୁସହର ପରମାଣୁ ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ ହେଲେ ଚେ‌େର୍ଣ୍ଣାବିଲ୍‌ ଭଳି ବିକିରଣ ହେବ। ବୁସ୍‌ହେର ପାୱାର ପ୍ଲାଣ୍ଟରେ ରୁଷ୍ ନାଗରିକମାନେ ନିଯୁକ୍ତି ଥିବାବେଳେ ସେଠାରେ କୌଣସି ପ୍ରକାର ଆକ୍ରମଣ ନ କରିବା ଲାଗି ଇସ୍ରାଏଲ୍ ରୁଷକୁ ପ୍ରତିଶ୍ରୁତି ଦେଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories