www.samajalive.in
Sunday, December 7, 2025
16.1 C
Bhubaneswar

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ବ୍ଲାକବକ୍ସ କ୍ଷତିଗ୍ରସ୍ତ, ଯାଞ୍ଚ ପାଇଁ ଆମେରିକା ପଠାଯିବ

ନୂଆଦିଲ୍ଲୀ: ଚଳିତମାସ ୧୨ରେ ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଉଡାଣ ଆରମ୍ଭ କରୁଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବାଫଳରେ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ସମେତ ୨୭୪ ଜଣଙ୍କର ପ୍ରାଣହାନି ଘଟିଛି। ଦୁର୍ଘଟଣାର ୨୮ ଘଣ୍ଟା ପରେ ବ୍ଲାକ୍‌ବକ୍ସ ଉଦ୍ଧାର କରାଯାଇଥିବାବେଳେ ସେଥିରୁ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି ଆଶା କରାଯାଉଥିଲା। ତେବେ ଉକ୍ତ ବ୍ଲାକ୍‌ବକ୍ସଟି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାରୁ ସେଥିରେ ଥିବା ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସିବା ଅସମ୍ଭବ ହୋଇପଡିଛି। ବର୍ତ୍ତମାନ ଏହି ବ୍ଲାକବକ୍ସକୁ ଆମେରିକାର ୱାଶିଂଟନସ୍ଥିତ ‘ନ୍ୟାସନାଲ ଟ୍ରାନ୍ସପୋର୍ଟେସନ ସେଫ୍‌ଟି ବୋର୍ଡ’କୁ ପଠାଯିବ ବୋଲି ଜଣାପଡିଛି। ଏ ପ୍ରସଙ୍ଗରେ ସରକାରଙ୍କ ନିକଟରୁ ସବୁଜ ସଙ୍କେତ ମିଳିବା ପରେ ହିଁ ଯାଞ୍ଚ ପାଇଁ ବ୍ଲାକବକ୍ସ ଆମେରିକା ପଠାଯିବ। ସୂଚନାଯୋଗ୍ୟ ବ୍ଲାକ୍‌ବକ୍ସରେ ଦୁଇଟି ଯନ୍ତ୍ରାଂଶ ଯଥା ସିଭିଆର (କକ୍‌ପିଟ୍‌ ଭଏସ ରେକର୍ଡର) ଏବଂ ଏଫ୍‌ଡିଆର (ଫ୍ଲାଇଟ ଡାଟା ରେକର୍ଡର) ରହିଥାଏ। ପାଇଲଟ୍‌ ଓ ଏଟିସି ମଧ୍ୟରେ ହୋଇଥିବା ସମସ୍ତ ବାର୍ତ୍ତାଳାପ ସିଭିଆରରେ ରେକର୍ଡ କରାଯାଉଥିବାବେଳେ ବିମାନର ଅନ୍ୟ ପ୍ରସଙ୍ଗ ଯଥା ଭୂପୃଷ୍ଠରୁ ବିମାନର ଉଚ୍ଚତା (ଅଲଟିଚ୍ୟୁଡ୍‌), ବେଗ, ବିମାନର ଊର୍ଦ୍ଧ୍ବମୁଖୀ ଅବସ୍ଥା ସମ୍ପର୍କରେ ଏଫଡିଆରରୁ ବିସ୍ତୃତ ତଥ୍ୟ ମିଳିଥାଏ। ସାଧାରଣତଃ ବିମାନର ଶେଷଭାଗରେ ଏହି ବ୍ଲାକବକ୍ସକୁ ରଖାଯାଇଥାଏ। ଉଚ୍ଚମାନର ଧାତୁରେ ନିର୍ମିତ ହୋଇଥିବାରୁ ସାଧାରଣତଃ ବ୍ଲାକ୍‌ବକ୍ସ କ୍ଷତିଗ୍ରସ୍ତ ହୋଇନଥାଏ। ତେବେ ଏୟାର ଇଣ୍ଡିଆ ବିମାନର ଏହି ବ୍ଲାକବକ୍ସ କ୍ଷତିଗ୍ରସ୍ତ ହେବାପରେ ତଦନ୍ତକାରୀ ଦଳ ଚିନ୍ତିତ ହୋଇପଡିଛନ୍ତି। ଗତ ଏପ୍ରିଲ ୯ରେ ନୂଆଦିଲ୍ଲୀସ୍ଥ ଉଡାଣ ଭବନରେ ଏଏଆଇବି (ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍‌ଭେଷ୍ଟିଗେସନ ବ୍ୟୁରୋ) ପକ୍ଷରୁ ‘ବ୍ଲାକବକ୍ସ ଲ୍ୟାବ୍‌’ ଉଦ୍‌ଘାଟିତ ହୋଇସାରିଛି। ଏଥିପାଇଁ ୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ଘଟଣା ଦିନ ଉକ୍ତ ବିମାନଟି ଅପରାହ୍ଣ ୧ଟା ୩୯ ମିନିଟ ସମୟରେ ଅହମଦାବାଦରୁ ଉଡାଣ ଆରମ୍ଭ କରିଥିଲା। ତେବେ ଆକାଶକୁ ମାତ୍ର ୬୦୦ ଫୁଟ ଉଚ୍ଚକୁ ଉଡିଥିବାବେଳେ ବିମାନର ଯନ୍ତ୍ରାଂଶ କାମ କରିନଥିଲା। ଫଳରେ ବିମାନଟି ଆଉ ଉପରକୁ ନ ଉଠି ତଳକୁ ଖସିବାରେ ଲାଗିଥିଲା। ଏହି ସମୟରେ ମୁଖ୍ୟ ପାଇଲଟ କ୍ୟାପଟେନ ସୁମିତ ସଭରୱାଲ ଏଟିସିକୁ ‘ମେଡେ’ ବାର୍ତ୍ତା ପଠାଇବା ସହ ପାୱାର ଅଭାବରୁ ବିମାନ ତଳକୁ ଖସୁଥିବା ସୂଚନା ଦେଇଥିଲେ। ଏହି ତଥ୍ୟକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସ୍ବୀକାର କରିସାରିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories