www.samajalive.in
Sunday, December 7, 2025
14.1 C
Bhubaneswar

ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମୁନିରଙ୍କ ପ୍ରସ୍ତାବ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ଦିନ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ଦିଗରେ ଟ୍ରମ୍ପ ପଦକ୍ଷେପ ନେଇଥିଲେ। କିନ୍ତୁ ଏହା ପଛରେ ଉଦ୍ଦେଶ୍ୟ ଥିଲା ଭିନ୍ନ। ସେହିପରି ଭାରତ-ପାକିସ୍ତାନ ମଧ୍ୟରେ ଅପରେସନ ସିନ୍ଦୂର ସମୟରେ ଯେଉଁ ଯୁଦ୍ଧ ବିରତି ହୋଇଥିଲା ତାହା ଟ୍ରମ୍ପ କରାଇଥିଲେ ବୋଲି ଦାବି କରିଥିଲେ। ଏହି ଦୁଇ ଘଟଣା ପଛରେ ଟ୍ରମ୍ପଙ୍କର ଯେଉଁ ଉଦ୍ଦେଶ୍ୟ ଥିଲା ତାହା ହେଉଛି ନୋବେଲ ଶାନ୍ତି ପୁରସ୍କାର ହାତେଇବା। ବିଶେଷ କରି ରୁଷ-ୟୁକ୍ରେନ ଯୁଦ୍ଧ ରୋକିବାରେ ସେ ସଫଳ ହୋଇଥିଲେ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବ ବୋଲି ଟ୍ରମ୍ପ ଆଶାବାଦୀ ଥିଲେ। କିନ୍ତୁ ତାହା ହୋଇପାରିଲା ନାହିଁ। ଅନ୍ୟପଟେ ଭାରତ-ପାକିସ୍ତାନ ଯୁଦ୍ଧ ବିରତି ପାଇଁ ବାହାବାହା ନେଇଥିଲେ ଟ୍ରମ୍ପ। କିନ୍ତୁ ତାହା ବି ସଫଳ ହୋଇ ନ ଥିଲା। ଯୁଦ୍ଧ ବିରତିରେ ଟ୍ରମ୍ପ କିମ୍ବା ଆମେରିକାର କୌଣସି ଭୂମିକା ନାହିଁ ବୋଲି ଭାରତ ସ୍ପଷ୍ଟି କରିଦେଇଥିଲା। ଏସବୁ ସତ୍ବେ ଚାମଚାଗିରି କରୁଥିବା ପାକିସ୍ତାନ ଏବେ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାମକୁ ସୁପାରିସ କରିଛି। ପାକିସ୍ତାନୀ ସେନା ମୁଖ୍ୟ ଅସିମ ମୁନିର ଆମେରିକା ଗସ୍ତ କରିବା ଅବସରରେ ଏହା କହିଛନ୍ତି ବୋଲି ହ୍ବାଇଟହାଉସ ମୁଖପାତ୍ର ଆନ୍ନା କେଲି କହିଛନ୍ତି।

ଗତ ବୁଧବାର ହ୍ବାଇଟହାଉସର ଓଭାଲ ଅଫିସରେ ମୁନିର ଟ୍ରମ୍ପଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ଉଭୟେ ଏକାଠି ବସି ମଧ୍ୟାହ୍ନଭୋଜନ କରିଥିଲେ। ଟ୍ରମ୍ପଙ୍କୁ ନୋବେଲ ପୁରସ୍କାର ଦିଆଯିବା ଉଚିତ ବୋଲି ମୁନିର କହିଥିଲେ। ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ରୋକିବାରେ ଟ୍ରମ୍ପଙ୍କ ଭୂମିକା ରହିଥିବାରୁ ତାଙ୍କୁ ଏହି ପୁରସ୍କାର ମିଳିବା ଉଚିତ ବୋଲି ମୁନିର କହିଥିଲେ। ଟ୍ରମ୍ପ ବି ପାକିସ୍ତାନକୁ ମୋହରା କରି ନୋବେଲ ଶାନ୍ତି ପୁରସ୍କାରର ପ୍ରସ୍ତାବକ ଯୋଗାଡ଼ କରିବାରେ ସଫଳ ହୋଇଛନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories