www.samajalive.in
Sunday, December 7, 2025
13.1 C
Bhubaneswar

ଜୁନ୍‍ ୧୪ରେ ଭାରତ-ପାକ୍‍ ଟ୍ୱେଣ୍ଟି୨୦ ମୁକାବିଲା; ଲର୍ଡସରେ ଫାଇନାଲ

ଦୁବାଇ: ଆସନ୍ତାବର୍ଷ ଇଂଲଣ୍ଡ ଏବଂ ୱେଲସରେ ଆଇସିସି ମହିଳା ଟ୍ୱେଣ୍ଟି-୨୦ ବିଶ୍ୱକପର ୧୦ମ ସଂସ୍କରଣ ଖେଳାଯିବ । ଏହି ବିଶ୍ୱକପ ଜୁନ୍‍ ୧୨ରୁ ଆରମ୍ଭ ହୋଇ ଜୁଲାଇ ୫ପର୍ଯ୍ୟନ୍ତ ଚାଲିବ । ଏହି ୨୪ଦିନରେ ମୋଟ ୩୩ଟି ମ୍ୟାଚ୍‍ ଖେଳାଯିବ । ଇଂଲଣ୍ଡ ଓ ୱେଲସର ୬ଟି ଷ୍ଟାଡିୟମରେ ସମସ୍ତ ମ୍ୟାଚ୍‍ ଖେଳାଯିବ । ବୁଧବାର ମହିଳା ଟ୍ୱେଣ୍ଟି୨୦ ବିଶ୍ୱକପର ଖେଳସୂଚୀ ଆଇସିସି ଘୋଷଣା କରିଛି । ଜୁନ୍‍ ୧୨ରେ ଏଜବାଷ୍ଟନରେ ଆୟୋଜକ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଉଦଘାଟନ ମ୍ୟାଚ୍‍ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ମୋଟ ୧୨ଟି ଦେଶ ଭାଗନେବେ । ସେମାନଙ୍କୁ ୨ଟି ଗ୍ରୁପରେ ରଖାଯାଇଛି । ଅନ୍ୟାବଧି ୮ଟି ଦେଶ ବିଶ୍ୱକପ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିସାରିଛନ୍ତିି । ବାକି ୪ଟି ଦଳ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳି ବିଶ୍ୱକପରେ ସାମିଲ ହେବେ । ଭାରତୀୟ ମହିଳା ଦଳ ଜୁନ ୧୪ରେ ପାକିସ୍ତାନ ବିପକ୍ଷରେ ଏଜବାଷ୍ଟନରେ ଖେଳି ଅଭିଯାନ ଆରମ୍ଭ କରିବ । ଗତଥରର ଚମ୍ପିଆନ୍‍ ନ୍ୟୁଜିଲାଣ୍ଡ ଜୁନ୍‍ ୧୩ରେ ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ଭେଟିବ । ଗ୍ରୁପ୍‍-୧ରେ ଭାରତ ସହ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ପାକିସ୍ତାନ ଓ ୨ଟି ଯୋଗ୍ୟତା ଅର୍ଜନକାରୀ ଦଳ ରହିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories