www.samajalive.in
Sunday, December 7, 2025
16.1 C
Bhubaneswar

ଟ୍ରମ୍ପ ପ୍ରଶାସନକୁ କାଠଗଡ଼ାକୁ ଟାଣିଲେ ଆମେରିକାର ୧୬ ରାଜ୍ୟ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ବିରୋଧରେ ଦେଶର ୧୬ଟି ରାଜ୍ୟ କାଲିଫର୍ନିଆର ଏକ କୋର୍ଟରେ ମାମଲା ଦାୟର କରିଛନ୍ତି। ମେକ୍ସିକୋର ଦକ୍ଷିଣାଞ୍ଚଳ ସୀମାରେ ଏକ ପ୍ରାଚୀର ନିର୍ମାଣ କରିବା ଲାଗି ଆର୍ଥିକ ସହାୟତା ଦେବା ପାଇଁ ଟ୍ରମ୍ପ ଜାତୀୟସ୍ତରରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ରାଜ୍ୟ ପ୍ରାଚୀର ନିର୍ମାଣ ଲାଗି ଅର୍ଥ ଦେବାକୁ ସେ କହିଛନ୍ତି, ଯାହାକୁ ରାଜ୍ୟଗୁଡ଼ିକୁ ବିରୋଧ କରି ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି। ଟ୍ରମ୍ପଙ୍କ ଆଦେଶ ଦେଶର ସମ୍ବିଧାନକୁ ଉଲ୍ଲଂଘନ କରୁଛି ବୋଲି ରାଜ୍ୟଗୁଡ଼ିକ ଦର୍ଶାଇଛନ୍ତି।

ପୂର୍ବରୁ କାଲିଫର୍ନିଆ ଆଟର୍ନି ଜେନେରାଲ ଜାଭିୟର ବେକେରା ମଧ୍ୟ ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ। ରାଜ୍ୟଗୁଡ଼ିକ ସାମରିକ ପ୍ରକଳ୍ପ, ପ୍ରାକୃତିକ ବପର୍ଯ୍ୟୟ ସହାୟତା ରାଶି ଏବଂ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ରହିଥିବା ଅର୍ଥକୁ ପ୍ରାଚୀର ନିର୍ମାଣରେ ବିନିଯୋଗ କରିବା ଲାଗି ବିପଜ୍ଜନକ ମଣୁଛନ୍ତି। ରିପବ୍ଲିକାନର ଅନେକ ସିନେଟର ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି। ଟ୍ରମ୍ପ ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରି ଦେଶରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅମେରିକାର କଂଗ୍ରେସ ପକ୍ଷରୁ ମଧ୍ୟ ବାରମ୍ବାର ବିରୋଧ କରାଯାଇଆସୁଛି। କାଲିଫର୍ନିଆ, କଲୋରାଡୋ, କନେକ୍ଟିକଟ, ଡେଲାୱେର, ହାୱାଇ, ଇଲିନଏସ, ମେରିଲାଣ୍ଡ, ମିଚିଗାନ, ନେଭାଡା, ନ୍ୟୁଜର୍ସି, ନ୍ୟୁ ମେକ୍ସିକୋ, ନ୍ୟୁୱର୍କ ଆଦି ୧୬ଟି ରାଜ୍ୟ ଏହି ମାମଲା ଦାୟର କରିବା ସହ ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ନିଷେଧାଦେଶ ଦେବାକୁ କୋର୍ଟଙ୍କୁ ନିବେଦନ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories