www.samajalive.in
Tuesday, December 9, 2025
26.1 C
Bhubaneswar

ଖାମନେଇଙ୍କ ଘନିଷ୍ଠ ସାମରିକ ଉପଦେଷ୍ଟା ନିହତ, ଜୀବନ ବିକଳରେ ତେହରାନ ଛାଡ଼ୁଛନ୍ତି ଲୋକେ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ଉଗ୍ର ରୂପ ନେବାରେ ଲାଗିଛି। ଆକ୍ରମଣ ଓ ପ୍ରତିଆକ୍ରମଣରେ ଦୁଇ ଦେଶର ବହୁ କ୍ଷତି ଘଟୁଛି। ଏହା ମଧ୍ୟରେ ଇସ୍ରାଏଲ ଗୋଟିଏ ଗୋଟିଏ ଟାର୍ଗେଟକୁ ସଫଳ କରି ଆଗକୁ ବଢ଼ିବାରେ ଲାଗିଛି। ଇରାନର ସୁପ୍ରିମ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଡେଣା ଛେଦନ କଲା ଭଳି ଇସ୍ରାଏଲ ତାଙ୍କର ପ୍ରମୁଖ ସହଯୋଗୀଙ୍କୁ ଜଣକ ପର ଜଣକୁ ହତ୍ୟା କରି ଚାଲିଛି। ପ୍ରଥମେ ଇରାନ ସେନା ମୁଖ୍ୟ ଜେନେରାଲ ବଘେରି ଓ କମାଣ୍ଡର ଇନ ଚିଫ ହୋସେନ ସଲାମୀଙ୍କୁ ମାରିବା ପରେ ଏବେ ଦେଶର ୨ୟ ସର୍ବୋଚ୍ଚ ସେନା ଅଧିକାରୀ ତଥା ଖାମେନେଇଙ୍କ ସାମରିକ ପରାମର୍ଶଦାତା ଅଲ୍ଲୀ ଶଦମନୀଙ୍କୁ ନିପାତ କରିଛି। ସୋମବାର ରାତିରେ କେନ୍ଦ୍ରୀୟ ତେହରାନରେ ଶଦମନୀଙ୍କୁ ନିପାତ କରାଯାଇଥିବା ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ଜି-୭ ଶିଖର ସମ୍ମିଳନୀରୁ ହଠାତ ସ୍ଵଦେଶ ଫେରିବା ଏବଂ ସମସ୍ତଙ୍କୁ ତେହରାନ ଛାଡ଼ିବାକୁ ପରାମର୍ଶ ଦେବା ପରେ ଇରାନରେ ଆତଙ୍କ ଖେଳିଯାଇଛି। ତେହରାନବାସୀ ସହର ଛାଡ଼ି ଚାଲିଯାଉଛନ୍ତି। ଲୋକେ ଭୟଭୀତ ହୋଇ ସହର ଛାଡ଼ୁଥିବା ଦେଖିବାକୁ ମିଳିଛି। ଯେକୌଣସି ମୁହୂର୍ତ୍ତରେ ବଡ଼ ଧରଣର ଆକ୍ରମଣ ଆଶଙ୍କା ଥିବାରୁ  ଲୋସେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଉଚିତ ମଣୁଛନ୍ତି।

- Advertisement -

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories