www.samajalive.in
Tuesday, December 9, 2025
26.1 C
Bhubaneswar

ପୁଣି ଦେଖାଦେଲା ବାଘ; ବନ ବିଭାଗର ସର୍ଚ୍ଚ ଅପରେଶନ ଜାରି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବାଘ ଆତଙ୍କ। ଏ କଲରାପତରିଆ ବାଘ ରାଜଧାନୀରେ ବୁଲୁଥିବା ନଜରକୁ ଆସିବା ପରେ ଜନସାଧାରଣଙ୍କ ମଧ୍ୟରେ ଭରୟ ବାତାବରଣ ସୃଷ୍ଟି ହୋଇଛି। ସୋମବାର ରାତିରେ ପଳାସପଲ୍ଲୀ ଅଞ୍ଚଳରେ ବାଘଟିକୁ ଦେଖିବାକୁ ମିଳିଥିଲା। ଏକ ପାଚେରୀ ଡେଇଁ ବାଘ ଭିତରକୁ ପଶୁଥିବାର ଦୃଶ୍ୟ ସିସିଟିଭିରେ ରେକର୍ଡ ହୋଇଥିଲା। ମଙ୍ଗଳବାର ଭୋର ପ୍ରାୟ ୪ଟାରେ ବିମାନବନ୍ଦର ନିକଟ ଜଙ୍ଗଲ ଅଞ୍ଚଳରେ ବାଘ ବୁଲୁଥିବା ଜଣେ ସିଆଇଏସଏଫ ଯବାନ ଦେଖିଛନ୍ତି। ବାଘର ବୟସ ୨ବର୍ଷ ହେବ ବୋଲି ଜଣାପଡ଼ିଛି।

ଅନ୍ୟପଟେ ବାଘଟିକୁ ଧରିବା ଲାଗି ବନ ବିଭାଗ ପକ୍ଷରୁ ସୋମବାର ରାତିରୁ ସର୍ଚ୍ଚ ଅପରେଶନ ଜାରି ରହିଛି। ଟ୍ରାଙ୍କୁଲାଇଜର ଟିମ ସହ ବନ ବିଭାଗ ଏବଂ ନନ୍ଦନକାନନର ଏକ ଟିମ ରାତିସାରା ପାଟ୍ରୋଲିଂ କରିଥିଲେ। କିନ୍ତୁ ବାଘଟିକୁ ଠାବ କରିପାରି ନ ଥିଲେ।  ମଙ୍ଗଳବାର ପୁଣି ଥରେ ସର୍ଚ୍ଚ ଅପରେଶନ ଜାରି ରହିବ ବୋଲି ଭୁବନେଶ୍ଵର ରେଞ୍ଜ ଅଫିସର ଗୋବିନ୍ଦ ଚନ୍ଦ୍ର ବିଶ୍ଵାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଲୋକମାନେ ଭୟଭୀତ ନ ହେବାକୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories