www.samajalive.in
Sunday, December 7, 2025
18.1 C
Bhubaneswar

ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକଙ୍କ ବିରୋଧରେ ଉପମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ

ଗୋପାଳପୁର: ବ୍ରହ୍ମପୁର ଠାରେ କାର୍ଯ୍ୟରତ ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ କୁଆଡେ଼ ସରକାରୀ ସାହାଯ୍ୟ ନେଲେ ପିସି ଦେବାକୁ ପଡ଼ିବ, ନହେଲେ ମୁଁ କୈାଣସି ଅନୁମୋଦନ କରିବି ନାହଁ ବୋଲି ରୋକ ଠୋକ ଚାଷୀ ସମେତ ଗଞ୍ଜାମ ଜିଲ୍ଲା ଫୁଲ ଚାଷୀ ସଂଘ ସମ୍ମୁଖରେ କହୁଥିବା ନେଇ ଗୋପାଳପୁର ଗସ୍ତରେ ଆସିଥିବା ଓଡିଶା ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ଏକ ଦାବିପତ୍ର ପ୍ରଦାନ ସହ ଦୁର୍ନୀତିଗ୍ରସ୍ତ ଅଫିସର ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଲିଖିତ ଭାବେ ଦାବି ଜଣାଇଛନ୍ତି।

ଅଭିଯୋଗ ଅନୁଯାୟୀ ଜିଲ୍ଲାରେ କର୍ମରତ ଉପ ନିର୍ଦ୍ଦେଶକ ଜଣଙ୍କ ଦାୟିତ୍ୱ ନେବା ପରଠାରୁ ଚାଷୀଙ୍କ ନିମନ୍ତେ ଆସୁଥିବା ଉଦ୍ୟାନ ଋଣ, କୃଷି ଉପକରଣ ଆଦିରେ ପିସି ନଦେଲେ ବିଭାଗୀୟ ମଞ୍ଜୁରୀ କରୁନଥିବା ସହ ଉଦ୍ୟାନ ଭିତ୍ତିକ ଚାଷ ପାଇଁ କୈାଣସି ସମୟରେ ଚାଷୀ ମାନଙ୍କୁ ନେଇ ତାଲିମ ନକରି କାଗଜ କଲମରେ ଏହାକୁ ଦେଖାଇ ପାଣ୍ଠି ହଡ଼ପ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଘଟଣା ଜଣାପଡିବା ପରେ ନିଜେ ଗଞ୍ଜାମ ଜିଲ୍ଲା ଫୁଲ ଚାଷୀ ସଂଘ ସମ୍ପାଦକ ଶ୍ରୀଧର‌ ବର୍ମା ଉପ ନିର୍ଦ୍ଦେଶକଙ୍କୁ ଭେଟି ଆଲୋଚନା କରିଥିଲେ। କିନ୍ତୁ ସେହି ସମୟରେ ମଧ୍ୟ ଉପନିର୍ଦେଶକ ଜଣଙ୍କ ସମାନ ଢଙ୍ଗରେ ପିସି ନଦେଲେ କୈାଣସି ଅନୁମୋଦନ ହେବ ନାହଁ ବୋଲି ରୋକ ଠୋକ କହିଥିବା ଶ୍ରୀଧର ବର୍ମା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଘଟଣା ନେଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚାଷୀଙ୍କୁ ପ୍ରତିଶୃତି ଦେଇଥିବା ଜଣାପଡିଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories