www.samajalive.in
Tuesday, December 9, 2025
19.1 C
Bhubaneswar

ରାସ୍ତାରେ ଗର୍ତ୍ତ.. ଦେଉଛି ବାରମ୍ବାର ବିପଦ ସଂକେତ

ରେଙ୍ଗାଲିକ୍ୟାମ୍ପ : ଅତାବିରା ଏନଏସି ୱାର୍ଡ ନଂ ୯, ଲାଦରପାଲି ଛକରୁ ଗ୍ରାମ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଏବେ ମଣିଷ ପାଇଁ ବିପଦ ହୋଇ ପଡ଼ିଛି। ୫୩ ନଂ ଜାତୀୟ ରାଜପଥ ଲାଦରପାଲି ଛକରୁ ଯାଇଛି ଗ୍ରାମ ଭିତରକୁ ଏହି ରାସ୍ତା।
ଏହି ରାସ୍ତାରେ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ରାସ୍ତାରେ ଯାଉଥିବା ଯାନବାହାନ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।
ଏହି ରାସ୍ତାରେ ଅରବିନ୍ଦ ସ୍କୁଲ୍, ବିଦ୍ୟୁତ୍ କାର୍ଯ୍ୟାଳୟ, ଆର୍ ଡବ୍ଲୁ ଏସଏସ କାର୍ଯ୍ୟାଳୟ, ରେଜେଷ୍ଟି କାର୍ଯ୍ୟାଳୟ , ଲାଦରପାଲି ପ୍ରାଥମିକ ସ୍କୁଲ ରହିଥିବା ତଥା ଗ୍ରାମକୁ ଦିନ ରାତି ପ୍ରତି ମୁହୂର୍ତ୍ତରେ ଶହ ଶହ ଲୋକ, ଛାତ୍ରଛାତ୍ରୀ ଯିବା ଆସିବା କରିଥାନ୍ତି । ଏହି ରାସ୍ତାରେ ସୃଷ୍ଟି ହୋଇଥିବା ବଡ ଗର୍ତ୍ତ ଯୋଗୁଁ ବାଇକ୍ ଆଦି ଦୁଇଚକିଆ ଯାନକୁ ଅନ୍ୟ ରାସ୍ତାରେ ନେବାକୁ ପଡୁଛି । ବଡ ବଡ ଗାଡ଼ି ଗୁଡ଼ିକ ଗର୍ତ୍ତ ମଧ୍ୟଦେଇ ଯାଉଛି, ତେଣୁ ତାହା ମଧ୍ୟ ଦୁର୍ଘଟଣା ହେବାର ସମ୍ଭାବନା ରହିଛି। ରାସ୍ତାରେ ସତର୍କ ନହେଲେ ଦୁର୍ଘଟଣା ଘଟିବା ସୁନିଶ୍ଚିତ ହେଉଥିବାରୁ ଏହାର ମରାମତି ଜରୁରୀ ହୋଇ ପଡ଼ିଛି। ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

ଅତ୍ୟନ୍ତ ଦୁର୍ଲ୍ଲଭ ଯୋଗ.. ଏକାଠି ହେଲେ ଶୁକ୍ର-ଶନି ; ଏହି ରାଶିଙ୍କ ଖୋଲିବେ ବନ୍ଦ ଭାଗ୍ୟର ତାଲା, ହଠାତ୍‌ ହେବେ କୋଟିପତି..

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories