www.samajalive.in
Sunday, December 7, 2025
23.1 C
Bhubaneswar

ମଣ୍ଡିରେ ତାଲା ପକାଇଲେ ଚାଷୀ

ରେଙ୍ଗାଲିକ୍ୟାମ୍ପ: ମିଲର୍ସଙ୍କ ମନମାନି। ମଣ୍ଡିରୁ ଉଠୁନି ଧାନ। ମଣ୍ଡି ଖୋଲିବା ଦିନଠାରୁ ଧାନ ପଡ଼ିରହି ବିକ୍ରି ହୋଇନାହିଁ। ତେଣୁ ମଣ୍ଡିରେ ତାଲା ପକାଇଲେ ଚାଷୀ। ଏମିତି ଘଟଣା ଅତାବିରା ଅଞ୍ଚଳରେ ଅଧିକାଂଶ ସମୟରେ ଦେଖିବାକୁ ମିଳୁଛି। ଗତ ଦୁଇଦିନ ତଳେ ଅତାବିରା ମାର୍କେଟରେ ଚାଷୀ ତାଲା ମାରି କାର୍ଯ୍ୟାଳୟ ବନ୍ଦ କରିଦେଇଥିଲେ। ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଗଲେ ଧାନ ଶୀଘ୍ର ଉଠିବ ବୋଲି। ସମ୍ପ୍ରତି ଚାଷୀଙ୍କ ସମସ୍ୟା ଏତେ ଗୁରୁତର, ଆଶ୍ବାସନା କି ପ୍ରତିଶ୍ରୁତି ତାର ସମାଧାନ କରି ପାରିବନି। ଆଜି ପୁଣି ଲହଣ୍ଡା ମଣ୍ଡିରେ ଚାଷୀମାନେ ତାଲା ପକାଇଥିଲେ। ମଣ୍ଡିରେ ଚାଷୀଙ୍କ ଧାନ ଏମିତି ପଡ଼ି ରହିଛି। ମିଲର୍ସମାନେ ମନ ଇଚ୍ଛା ଆସୁଛନ୍ତି। ଧାନ କିଣିବା ପାଇଁ ଇଚ୍ଛା କରୁନାହାନ୍ତି।

ପ୍ରକାଶ ଥାଉ କି, ଯେଉଁ ମିଲଗୁଡ଼ିକୁ ଟାର୍ଗେଟ ମିଳିଛି, ସେ ମିଲ୍ ମାଲିକ ଧାନର ମାନ ଖରାପ ବୋଲି ଧାନ କିଣୁ ନାହାନ୍ତି। କିନ୍ତୁ ଯେଉଁ ମିଲ(ତାଜଲ୍ ରାଇସ୍ ମିଲ) ଧାନ କିଣିବାକୁ ଚାହୁଁଛି, ତାକୁ ଅଧିକ ଟାର୍ଗେଟ ଦିଆଯାଇନାହିଁ। ଫଳରେ ଚାଷୀଙ୍କ କମ୍ ମାନର ଧାନ ସେ କିଣି ପାରୁନାହିଁ। ଲହଣ୍ଡା ମାର୍କେଟକୁ, ୨୭ ହଜାର ଦୁଇଶହ କ୍ବିଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଦିଆଯାଇଛି। ସେଥିରୁ ୨୨ ହଜାର କ୍ବିଣ୍ଟାଲ କିଣା ସରିଛି। ମାତ୍ର ମଣ୍ଡିରେ ଏବେ ବି ୧୦ରୁ ୧୨ ହଜାର ପ୍ୟାକେଟ ଧାନ ବିକ୍ରି ପାଇଁ ପଡ଼ି ରହିଛି। ମଣ୍ଡିରେ ରହିଛି ମାତ୍ର ଦୁଇଟି ଫର୍ଡ। ସେଥିରେ ଧାନ ଭର୍ତ୍ତି ହୋଇ ରହିଛି। ତେଣୁ ବାଧ୍ୟ ହୋଇ ଚାଷୀମାନେ ତାଙ୍କ ଧାନକୁ ବାହାରେ ରଖିଛନ୍ତି।

- Advertisement -

ଅନ୍ୟ ପକ୍ଷରେ ଚାଷୀଙ୍କୁ ସରକାର ବସ୍ତା ଯୋଗାଇବା କଥା। କିନ୍ତୁ ତାହା ବି ଚାଷୀଙ୍କୁ ଦିଆଯାଉ ନଥିବାରୁ ଅନେକ ଚାଷୀଙ୍କ ଧାନ ମଣ୍ଡିରେ ଖୋଲା ଭାବରେ ପକେଇ ରଖିଛନ୍ତି। ଏଭଳି ପରି ସ୍ଥିତି ରେ ଅସରାଏ ବର୍ଷା ହେଲେ ଧାନ ଓ ବାଲି ଏକା ହୋଇଯିବ। ଚାଷୀ ଡିଷ୍କଳର ଧାନକୁ ଶାଗ ମାଛ ଦରରେ ମଧ୍ୟ ଆଉ ବିକ୍ରି କରିପାରିବ ନାହିଁ। ତେଣୁ ଆଜି ଚାଷୀମାନେ ବାଧ୍ୟ ହୋଇ ତାଲା ମାରିଥିଲେ। ପରେ ମଣ୍ଡି ଅଧିକାରୀ ବରଗଡ଼ ମୁଖ୍ୟ ଯୋଗାଣ ଅଧିକାରୀ ବ୍ୟୋମକେଶ ମାଝୀଙ୍କୁ ଫୋନ୍ କରି ତାଲା ମାରିଥିବା ଘଟଣା ଜଣାଇଥିଲେ। ତାଲା ମାରିବାର କାରଣ ଜାଣିବା ପରେ ଚାଷୀଙ୍କ ସହ ସେ କଥାବାର୍ତ୍ତା କରି ତାଜୋଲ ମିଲ, ଯିଏ ଚାଷୀଙ୍କ ଧାନ କିଣିବା ପାଇଁ ଇଛୁକ, ସେହି ମିଲ୍ ମାଲିକ ସହ ପରାମର୍ଶ କରି ତାକୁ ଅଧିକ ଟାର୍ଗେଟ ଦିଆଯିବ ବୋଲି ମୁଖ୍ୟ ଯୋଗାଣ ଅଧିକାରୀ ଚାଷୀଙ୍କୁ କହିବା ପରେ ତାଲା ଖୋଲିଥିଲେ।

ଦିନକୁ ଦିନ କୃଷକଙ୍କ ସମସ୍ୟା ଅଡୁଆ ସୂତା ପରି ଛନ୍ଦି ହେବାରେ ଲାଗିଛି। ସେଥିରୁ ଖିଅ ବାହାର କରିବା ସକାଶେ ଯେଉଁ ନିଷ୍ଠା ଆବଶ୍ୟକ ତାହା ଡବଲ ଇଞ୍ଜିନ ସରକାର ପାଖରେ ଦେଖିବାକୁ ମିଳୁ ନାହିଁ। ସରକାରଙ୍କ ବହୁ କଥା କେବଳ ଘୋଷଣାରେ ସୀମିତ। ସେଥିରୁ କିଭଳି ସୁଫଳ ମିଳୁଛି, କେତେ ଦୂର କାର୍ଯ୍ୟକାରୀ ହେଉଛି, ସମସ୍ୟାର ଠିକଣା ସମୟରେ ଅନୁଧ୍ୟାନ ଓ ଅନୁଶୀଳନ ହେଉଥିଲେ ବ୍ୟବସ୍ଥାରେ ସଂଶୋଧନ ଅଣା ଯାଇପାରନ୍ତା। ହେଲେ କେବଳ ପ୍ରତିଶ୍ରୁତି ଆଉ ସ୍ୱନ୍ତନା ଚାଷୀଙ୍କ ସମସ୍ୟା ସମାଧାନ କରି ପାରୁନାହିଁ। ତେଣୁ ସମ୍ପ୍ରତି କ୍ଷମତାରେ ଥିବା ଡବଲ ଇଞ୍ଜିନ ସରକାର ଚାଷୀଙ୍କ ବିରୋଧୀ ସରକାର ବୋଲି ଚାଷୀ ମହଲରେ ଚର୍ଚ୍ଚା ହେଉଛି। ଅଞ୍ଚଳର ଚାଷୀମାନେ ଲଘୁଚାପ ବର୍ଷା କାରଣରୁ ବ୍ୟାପକ କ୍ଷୟ କ୍ଷତି ସହିବା ଏଭଳିକି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ଘଟଣା ସାମ୍ନାକୁ ଆସୁଛି। ଏପରି ସ୍ଥଳେ କୌଣସି ଚାଷୀ ନେତାଙ୍କ ମଧ୍ୟ ଦେଖା ସାକ୍ଷାତ ମିଳୁ ନ ଥିବା ନେଇ ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଉଛି। ଦିନ ଥିଲା ଚାଷୀ ନେତାମାନେ ରାଜରାସ୍ତାକୁ ଓହ୍ଲାଇ, ସରକାରୀ ନିୟମକୁ ବେଖାତିର କରି ଚାଷୀଙ୍କ ପାଇଁ ସ୍ୱର ଉତ୍ତୋଳନ କରୁଥିଲେ। ହେଲେ ଡବଲ ଇଞ୍ଜିନ ସରକାର ଆସିବା ଦିନଠାରୁ ସେହି ନେତାମାନେ ଗଲେ କୁଆଡେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଚାଷୀ ମହଲରେ। ସରକାର ବଦଳିଲା, ହେଲେ ବଦଳି ପାରିଲା ନାହିଁ ଚାଷୀଙ୍କ ଭାଗ୍ୟ। ଯଥା ପୂର୍ବମ, ତଥା ପରମ୍। ଗୋଟିଏ ପଟେ ଅଦିନିଆ ବର୍ଷା, ଅନ୍ୟପଟେ ମିଲର୍ସ ଅଡି ବସିଛନ୍ତି ଧାନ କିଣିବେନି ବୋଲି। ମଝି ନଈରେ ଭାସୁଛି ଚାଷୀ କୁଳ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories