www.samajalive.in
Sunday, December 7, 2025
18.1 C
Bhubaneswar

ଜଳଖିଆରେ ବି ଏକ ନମ୍ବର ; ଦୁନିଆର ୫୦ଟି ଶୀର୍ଷ ଖାଦ୍ୟ ତାଲିକାରେ ସ୍ଥାନରେ ପାଇଲା ଏହି ଭାରତୀୟ ଖାଦ୍ୟ

ନୂଆଦିଲ୍ଲୀ : ଭାରତର ପାରମ୍ପରିକ ଜଳଖିଆ କେବଳ ସ୍ୱାଦ ପାଇଁ ନୁହେଁ ବରଂ ବିଶ୍ୱ ସ୍ତରରେ ମଧ୍ୟ ମାନ୍ୟତା ହାସଲ ସହ ପ୍ରସିଦ୍ଧି ଲାଭ କରିଛି । ପ୍ରସିଦ୍ଧ ଖାଦ୍ୟ ଓ ଟ୍ରାଭେଲ ଗାଇଡ୍‌ ଟେଷ୍ଟ୍‌ ଆଟଲାସ୍‌ ନିକଟରେ ଜୁନ୍‌ ୨୦୨୫ରେ ନିଜର ନୂଆ ଖାଦ୍ୟ ତାଲିକା ଜାରି କରିଛି । ଏଥିରେ ଦୁନିଆର ୫୦ ଜଳଖିଆ ଖାଦ୍ୟରେ ଭାରତର ତିନିଟି ଲୋକପ୍ରିୟ ଖାଦ୍ୟ ନିଜ ସ୍ଥାନ ସୃଷ୍ଟି କରିଛି । ମହାରାଷ୍ଟ୍ରର ଚଟପଟା ମିସଲ୍‌ ପାଓ ୧୮ ତମ ସ୍ଥାନରେ ରହିଛି । ଉତ୍ତର ଭାରତର ସଦାବହାର ପରଟା ୨୩ ତମ ସ୍ଥାନରେ ଓ ଦିଲ୍ଲୀର ଛୋଲେ ଭଟୁରେ ୩୨ ତମ ସ୍ଥାନରେ ରହିବା ପାଇଁ ସଫଳ ହୋଇଛି ।

୩୦ ବର୍ଷ ପରେ ଜୁଲାଇରେ ବଡ ଶକ୍ତିଶାଳୀ ଯୋଗ ; ମଙ୍ଗଳ-ଶନି ଚଳନ, ଏହି ରାଶିଙ୍କୁ ମିଳିବ ସବୁକିଛି, ହଠାତ୍‌ ହେବେ ଧନୀ, କିଣିବେ ଘର, ଗାଡି..

- Advertisement -

ମିସଲ୍‌ ପାଓ ଲାଲ, କମଳା, ସବୁଜ ଏବଂ ମାଟିଆ ରଙ୍ଗର ଏକ ସୁନ୍ଦର ମିଶ୍ରଣ। ଏହା ମହାରାଷ୍ଟ୍ରରେ ବିଶେଷ କରି ସକାଳ ଜଳଖିଆରେ ଖାଇବାକୁ ବହୁତ ପସନ୍ଦ କରାଯାଏ। ଏହାକୁ ଘରେ ମଧ୍ୟ ତିଆରି କରି ଖିଆଯାଏ। ଯଦି ଆପଣ ମଧ୍ୟ ଏହି ପାଓର ସ୍ୱାଦ ଚାଖିବାକୁ ଚାହୁଁଛନ୍ତି, ତେବେ ଏହାର ରେସିପି ଇଣ୍ଟରନେଟରେ ସହଜରେ ମିଳିପାରିବ।
ଉତ୍ତର ଭାରତୀୟ ପ୍ରସିଦ୍ଧ ପରଟା ଗୁଡ଼ିକୁ ଆଳୁ, ଫୁଲକୋବି, ପନିର କିମ୍ବା ଲଙ୍କା ବ୍ୟବହୃତ କରି ତିଆରି କରାଯାଏ । ସାରା ଦେଶରେ ଏହାକୁ ଖାଇବାକୁ ଖୁବ୍‌ ପସନ୍ଦ କରାଯାଏ । ପ୍ରତ୍ୟେକ ଅଞ୍ଚଳରେ ଏହାର ଭିନ୍ନ ସ୍ୱାଦ ଏବଂ ଶୈଳୀ ଦେଖାଯାଏ। ଅନ୍ୟପକ୍ଷରେ ଦିଲ୍ଲୀର ପ୍ରତ୍ୟେକ ବାସିନ୍ଦାଙ୍କ ହୃଦୟରେ ଥିବା ଛୋଲେ ଭଟୁରେକୁ ପ୍ରତ୍ୟେକ ଷ୍ଟ୍ରିଟ୍ ଫୁଡ୍ ପ୍ରେମୀ ପସନ୍ଦ କରନ୍ତି। ଟେଷ୍ଟ ଆଟଲାସର ତାଲିକାରେ ଏହାର ଉପସ୍ଥିତି ଏହି ଖାଦ୍ୟର ଲୋକପ୍ରିୟତାକୁ ଆହୁରି ନିଶ୍ଚିତ କରେ।

ଛାତିଥରା ଭିଡିଓ ; ଏମିତି ବି ଆସେ ମୃତ୍ୟୁ, ଚାଲୁ ଚାଲୁ ପଡିଗଲେ ୨୫ ବର୍ଷୀୟ ଓକିଲ, କିଛି କ୍ଷଣରେ ଚାଲିଗଲା ଜୀବନ

ଏହା ବ୍ୟତୀତ, ଟେଷ୍ଟ ଆଟଲାସର ୱେବସାଇଟରେ ୫୧ ରୁ ୧୦୦ ତାଲିକାରେ ଅନେକ ଭାରତୀୟ ଖାଦ୍ୟ ମଧ୍ୟ ଅନ୍ତର୍ଭୁକ୍ତ। ଯେପରିକି ନିହାରୀ, ଶ୍ରୀଖଣ୍ଡ ଏବଂ ପାଳଙ୍ଗ ପନିର। ପୂର୍ବରୁ ଟେଷ୍ଟ ଆଟଲାସର ସର୍ବୋତ୍ତମ ରୁଟି ତାଲିକାରେ ଅନେକ ଭାରତୀୟ ରୁଟି ମଧ୍ୟ ବିଶ୍ୱ ସ୍ତରରେ ସ୍ୱୀକୃତି ପାଇଥିଲା। ଏହି ରାଙ୍କିଂ କେବଳ ଭାରତୀୟ ଖାଦ୍ୟର ସ୍ୱାଦ ନୁହେଁ, ବରଂ ଏହାର ସାଂସ୍କୃତିକ ବିବିଧତା ଏବଂ ଲୋକପ୍ରିୟତାକୁ ମଧ୍ୟ ପ୍ରମାଣିତ କରେ। ଏବେ ଭାରତୀୟ ଜଳଖିଆ କେବଳ ଘରେ ନୁହେଁ, ବରଂ ସାରା ବିଶ୍ୱରେ ପସନ୍ଦ କରାଯାଉଛି।

ଦେଖନ୍ତୁ ଭିଡିଓ ; ମଲା ଭାବି କୁମ୍ଭୀର ଦେହରେ ହାତ ମାରିଲେ ମତ୍ସ୍ୟଜୀବୀ, ଆଉ ତା’ପରେ

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories