www.samajalive.in
Tuesday, December 9, 2025
16.1 C
Bhubaneswar

‘ବିବାହ ହେଲେ ପରିଣାମ ଭଲ ହେବନି’- ରାଜାଙ୍କୁ ବିବାହ ପୂର୍ବରୁ ମା’ଙ୍କୁ ଏପରି କହିଥିଲେ ସୋନମ

ସମାଜ ଡିଜିଟାଲ ଡେସ୍କ: ରାଜା ରଘୁବଂଶୀ ହତ୍ୟା ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ସ୍ତ୍ରୀ ସୋନମ ରଘୁବଂଶୀ ନିଜ ପ୍ରେମିକଙ୍କ ପାଇଁ ସ୍ଵାମୀଙ୍କୁ ହତ୍ୟା କରିଥିବାବେଳେ ପୁଲିସ ତାଙ୍କୁ ୩ ଦିନିଆ ଟ୍ରାନଜିଟ ରିମାଣ୍ଡରେ ନେଇ ଜେରା କରୁଛି। ଅନ୍ୟପଟେ ରାଜାଙ୍କ ଭାଇ ବିପିନ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛନ୍ତି। ରାଜ କୁଶଓ୍ବାହା ସହିତ ସୋନମଙ୍କ ପ୍ରେମ ସମ୍ପର୍କ ବିଷୟରେ ତାଙ୍କ ପରିବାର ଲୋକେ ଜାଣିଥିଲେ। କିନ୍ତୁ ତାହାକୁ ସେମାନେ ଲୁଚାଇ ସୋନମଙ୍କ ବିବାହ କରିଥିଲେ।

ବିପିନ କହିଛନ୍ତି, ସୋନମ ରାଜାଙ୍କ ସହିତ ବିବାହ ପାଇଁ ରାଜି ନ ଥିଲେ। ବିବାହ ହେଲେ ପରିଣାମ ଭୟଙ୍କର ହେବ ବୋଲି ସୋନମ ତାଙ୍କ ମା’ଙ୍କୁ ବିବାହ ପୂର୍ବରୁ କହିଥିଲେ। ମାତ୍ର ରାଜାଙ୍କ ସହିତ ବିବାହ ପାଇଁ ସୋନମଙ୍କୁ ସେ ବାଧ୍ୟ କରିଥିଲେ। ପ୍ରେମିକ ରାଜ ସୋନମଙ୍କ ବାପାଙ୍କ ପାଖରେ ଚାକିରି କରୁଥିଲା। ତେଣୁ ସମ୍ପର୍କ ବିଷୟରେ ଜଣାପଡ଼ିଲେ ତା’କୁ ଚାକିରିରୁ ବାହାର କରିଦିଆଯିବ ବୋଲି ଜାଣି ସୋନମଙ୍କ ମା’ ଚୁପ ରହିଥିଲେ। ତେଣୁ ପୁଲିସ ତାଙ୍କୁ ବି ଜେରା କରିବା ଦରକାର ବୋଲି ବିପିନ କହିଛନ୍ତି।

- Advertisement -

ବିବାହର ୩ ଦିନ ପରେ ରାଜା ଏବଂ ସୋନମ ଏକ ବିବାହ କାର୍ଯ୍ୟକ୍ରମୁ ଯାଇଥିଲେ। ସୋନମ ସେଠାରେ ରାଜାଙ୍କ ସହ କଥା ନ ହୋଇ ଗୋଟିଏ କୋଣରେ ବସି ମୋବାଇଲରେ ବ୍ୟସ୍ତ ରହୁଥିବା ନେଇ ରାଜା ପରିବାର ଲୋକଙ୍କୁ କହିଥିଲେ। ପରିବାର ଲୋକେ ଏହାକୁ ଗୁରୁତ୍ଵ ଦେଇ ନ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories