www.samajalive.in
Tuesday, December 9, 2025
26.1 C
Bhubaneswar

ଆସିବ ମହାପୁରୁଷ ଆଦର୍ଶ ଗାଁ ଯୋଜନା

ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କ ସହିତ ଏବଂ ଅନ୍ୟାନ୍ୟ ସଙ୍ଗଠନ ସହ ସାମିଲ ହୋଇ ଭାରତର ସ୍ବାଧୀନତା ସଂଗ୍ରାମୀରେ ଝାସ ଦେଇଥିବା ମହାପୁରୁଷଙ୍କ ଗାଁ ଏବେବି ଅବହେଳିତ। ସେହି ଛୋଟ ଗାଁଗୁଡ଼ିକର ବିକାଶ କରିବା ପାଇଁ ରାଜ୍ୟ ସରକାର ‘ମହାପୁରୁଷ ଆର୍ଦଶ ଗାଁ’ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି।
ଶ୍ରୀ ନାଏକ କହିଥିଲେ, ମହାପୁରୁଷମାନଙ୍କ ଜନ୍ମ ଯେଉଁ ଗାଁରେ ହୋଇଥିଲା, ସେହି ଗାଁ ଓ ପଞ୍ଚାୟତ ଆଜି ବି ଅବହେଳିତ ହୋଇ ରହିଛି। ଗାଁର ଉନ୍ନତି ପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ‘ମହାପୁରୁଷ ଆଦର୍ଶ ଗାଁ’ ଏକ ନୂଆ ଯୋଜନା ଆଣିବାକୁ ପ୍ରସ୍ତୁତି ଚାଲିଛି। ସ୍ୱାଧୀନତା ସଂଗ୍ରାମ ସହିତ ଜଡ଼ିତ ୧୦୦ରୁ ୧୫୦ ଗ୍ରାମକୁ ‘ମହାପୁରୁଷ ଆଦର୍ଶ ଗାଁ’ ଯୋଜନାରେ ସାମିଲ କରି ବିକଶିତ କରାଯିବ। ଗ୍ରାମଗୁଡ଼ିକର ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ସୁବିଧାର ଉନ୍ନତି ଉପରେ ଧ୍ୟାନ ଦିଆଯିବ। ଏହି ଗାଁଗୁଡ଼ିକ ଐତିହାସିକ ଭାବରେ ଗୁରୁତ୍ୱପୂର୍ଣ୍ଣ; କିନ୍ତୁ ଅବହେଳିତ ଅବସ୍ଥାରେ ରହିଛି। ଗାଁର ପୁନରୁଦ୍ଧାର ପାଇଁ ପଦକ୍ଷେପ ସ୍ବରୂପ ରାସ୍ତା, ପାନୀୟ ଜଳ, ଜଳସେଚନ, ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ସୁବିଧାର ଉନ୍ନତି ଉପରେ ଧ୍ୟାନ ଦିଆଯିବ। ଗ୍ରାମଗୁଡ଼ିକର ଦ୍ରୁତ ବିକାଶ ସୁନିଶ୍ଚିତ କରିବା ପାଇଁ ୯ରୁ ୧୦ଟି ବିଭାଗ ନିଜ ନିଜର ଯୋଗଦାନ ଦେବେ। ସମ୍ପୃକ୍ତ ବିଭାଗଗୁଡ଼ିକ ମିଳିତ ଭାବରେ କାର୍ଯ୍ୟ କରିବେ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories