ନୂଆଦିଲ୍ଲୀ : ବିବାହ ପରେ ବର-କନ୍ୟା ଷ୍ଟେଜ୍ ଉପରେ ଥିବା ସମୟରେ ଅତିଥି ସେମାନଙ୍କୁ ଉପହାର ଓ ଲଫାପାରେ ଟଙ୍କା ଦେବା ନିଶ୍ଚୟ ଦେଖିଥିବେ । ନିକଟରେ ବିବାହ ଓ ଲଫାପାକୁ ନେଇ ଏମିତି ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍ ହେଉଛି, ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ଭାଇରାଲ୍ ହେଉଥିବା ଭିଡିଓରେ ଦେଖିପାରିବେ, ବିବାହକୁ ଆସୁଥିବା ଅତିଥିମାନଙ୍କୁ ଖାଦ୍ୟ ସେବନ ପାଇଁ ପ୍ଲେଟ୍ ମିଳୁ ନାହିଁ । ଏହାର କାରଣ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ । ଏହି ଭିିଡିଓ ଏବେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । କିଛି ଲୋକେ ଭିଡିଓକୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।
ବିବାହରେ ଆସିଥିବା ଅତିଥିମାନଙ୍କୁ ଲଫାପା ଦେବା ପରେ ହିଁ ଖାଦ୍ୟ ପ୍ଲେଟ୍ ମିଳୁଛି । ଅତିଥିମାନେ ପ୍ରଥମେ ଲଫାପା ଦେଉଛନ୍ତି । ଏହାପରେ ହିଁ ସେମାନଙ୍କୁ ଖାଦ୍ୟ ଖାଇବାକୁ ପ୍ଲେଟ୍ ମିଳୁଛି । ଯେଉଁମାନଙ୍କ ନିକଟରେ ଲଫାପା ନାହିଁ ସେମାନଙ୍କୁ ଖାଦ୍ୟ ଖାଇବାକୁ ପ୍ଲେଟ୍ ମିଳୁ ନାହିଁ । କେବଳ ମଜା ପାଇଁ ଏଭଳି ଭିଡିଓ ରେକର୍ଡ କରାଯାଇଛି ବୋଲି କୁହାଯାଉଛି । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।



