www.samajalive.in
Sunday, December 7, 2025
23.1 C
Bhubaneswar

ଦୁଇ ଶାବକଙ୍କୁ ଜନ୍ମ ଦେଲା ବାଘୁଣୀ ମୌସୁମୀ

ଡେସ୍କ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମ ୨ ବାଘ ଶାବକ ଜନ୍ମ ହୋଇଛନ୍ତି। ଧଳା ବାଘୁଣୀ ମୌସୁମୀ ଦୁଇଟି ଛୁଆ ଜନ୍ମ ଦେଇଛି। ଫଳରେ ନନ୍ଦନକାନନରେ ବାଘ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି।


ଜୁନ୍ ୭ ତାରିଖ ରାତି ୯ଟା ୧୫ ମିନିଟରେ ଚିଡିଆଖାନାର ଖୁଆଡ ନମ୍ବର ‘୨୮-ବି’ରେ ସେ ଏହି ଦୁଇ ଛୁଆଙ୍କୁ ଜନ୍ମ ଦେଇଛି। ନନ୍ଦନକାନନ କର୍ତ୍ତୃପକ୍ଷ ଗତରାତିରୁ ତା ଉପରେ କଡ଼ା ନଜର ରଖିଥିଲେ। ଜନ୍ମ ହୋଇଥିବା ଦୁଇ ବାଘ ଛୁଆ ଦୁଇଟି ଏବେ ମା’ ପାଖରେ ଥିବାରୁ ସେମାନଙ୍କର ଲିଙ୍ଗ ଜଣା ପଡିନାହିଁ। ଧଳା ବାଘ ମୌସୁମୀ ଓ ସାଧାରଣ ରଙ୍ଗର ମହାବଳ ବାଘ ରାଜେଶର ମିଳନରେ ଏହି ଦୁଇ ଛୁଆ ଜନ୍ମ ହୋଇଛନ୍ତି। ଏହି ଦୁଇ ବାଘ ପୂର୍ବରୁ ମଧ୍ୟ ପିତା ମାତା ହୋଇସାରିଛନ୍ତି। ଏମାନେ ପୂର୍ବରୁ ୪ଟି ସନ୍ତାନ ଜନ୍ମ କରିସାରିଛନ୍ତି। ଗତରାତିରେ ଜନ୍ମ ହୋଇଥିବା ବାଘ ଛୁଆଙ୍କୁ ମିଶାଇଲେ ନନ୍ଦନ କାନନରେ ବାଘ ସଂଖ୍ୟା ୨୯ରେ ପହଞ୍ଚିଛି। ଏଥିରୁ ୧୭ଟି ବାଘ ଥିବା ବେଳେ ୧୦ଟି ବାଘୁଣୀ ଓ ୨ଟି ଶାବକ ଅଛନ୍ତି। ସେହିପରି ୨୯ଟି ବାଘ ଭିତରୁ ୧୯ଟି ହଳଦିଆ ରଙ୍ଗର, ୬ଟି ଧଳା ଓ ୪ଟି ମେଲାନିଷ୍ଟିକ ରଙ୍ଗର ବାଘ ଚିଡିଆଖାନାରେ ଅଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories