www.samajalive.in
Sunday, December 7, 2025
26.1 C
Bhubaneswar

ଦ୍ରୁତ ଗତିରେ ବଢି ଚାଲିଛି କରୋନା ସଂକ୍ରମଣ ; ଏହି ଲକ୍ଷଣ ଦେଖାଯିବା ମାତ୍ରେ ହୋଇ ଯାଆନ୍ତୁ ସାବଧାନ..

ନୂଆଦିଲ୍ଲୀ : ବୃଦ୍ଧି ପାଉଥିବା କରୋନା ମାମଲା ପୁଣି ଥରେ ଭାରତରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କିଛି ଦିନରେ କରୋନାର ସକ୍ରିୟ ମାମଲା ୫୩୦୦ରୁ ଅଧିକ ହୋଇ ସାରିଛି । ଦେଶରେ ପୁଣି ଥରେ କରୋନା ବୃଦ୍ଧି ପାଉଥିବା ଦେଖାଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ପ୍ରାୟ ୫୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି । ୫ ଜୁନ୍‌ ପର୍ଯ୍ୟନ୍ତ କରୋନାର ମାମଲା ୪,୮୬୬ ଥିଲା । ୧୫ ଦିନରେ କରୋନାର ସକ୍ରିୟ ମାମଲା ୨୦ ଗୁଣରୁ ଅଧିକ ବୃଦ୍ଧି ପାଇଛି । ୨୨ ମେ’ରେ କରୋନାର ସକ୍ରିୟ ମାମଲା ୨୫୭ ଥିଲା ।

କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଅନେକ ରାଜ୍ୟରେ ଦ୍ରୁତ ଗତିରେ ମାଡି ଚାଲିଛି । ସୂଚନାନୁସାରେ କେରଳରେ କରୋନାର ସବୁଠାରୁ ଅଧିକ ସକ୍ରିୟ ମାମଲା ଦେଖାଯାଇଛି । ପ୍ରାୟ ୧୬୭୯ ମାମଲା ରହିଛି । ଗୁଜରାଟରେ ୬୧୫, ପଶ୍ଚିମବଙ୍ଗରେ ୫୯୬, ଦିଲ୍ଲୀରେ ୫୬୨ ଓ ମହାରାଷ୍ଟ୍ରରେ ୫୪୮ର ସକ୍ରିୟ ମାମଲା ରହିଛି । ସିଙ୍ଗାପୁର, ହଂକଂ ଓ ଚୀନରେ କରେନାର ଅଧିକ ମାମଲା ଦେଖାଯାଉଛି ।

ଜୁନ୍‌ ୧୨ରେ ଅତ୍ୟନ୍ତ ଦୁର୍ଲ୍ଲଭ ଯୋଗ: ଏହି ରାଶି ହେବେ ସୌଭାଗ୍ୟଶାଳୀ, ହଠାତ୍‌ ଧନୀ, ହେବ ବିବାହ, ମିଳିବ ବଡ ଲାଭ..

- Advertisement -

ଡାକ୍ତରଙ୍କ କହିବାନୁସାରେ କରୋନାର ଏହି ଭାରିଆଣ୍ଟ ଘାତକ ନୁହେଁ । ମାତ୍ର ଏହା ଦ୍ରୁତ ଗତିରେ ମାଡି ଚାଲୁଛି । ଜରୁରୀ ନହେଲେ ଶିଶୁ ଓ ବୟସ୍କଙ୍କୁ ଘରୁ ବାହାରକୁ ଯିବାକୁ ବାରଣ କରାଯାଇଛି । ସାନିଟାଇଜରର ବ୍ୟବହାର, ଭିଡ ସ୍ଥାନରୁ ଦୂରେଇ ରହିବା, ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏସବୁ ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା..
ଶରୀରରେ ବ୍ୟଥା ହେବା, କାଶ, ଜ୍ୱର ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ବାହାର ସ୍ଥାନକୁ ଯାତ୍ରା କଲେ ସାବଧାନତା ଅବଲମ୍ବନ କରନ୍ତୁ ।
ସଠିକ୍‌ ଚିକିତ୍ସା କରାନ୍ତୁ ।
କରୋନାର ମାମଲା ଏବେ ନିୟନ୍ତ୍ରଣରେ ରହିଛି, ମାତ୍ର ସ୍ୱାସ୍ଥ୍ୟ ଅଧିକାରୀ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଭିଡ ସ୍ଥାନରେ ମାସ୍କ ବ୍ୟବହାର କରିବା, ହାତ ଧୋଇବା, କରୋନା ଲକ୍ଷଣ ଦେଖାଯିବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories