www.samajalive.in
Sunday, December 7, 2025
13.1 C
Bhubaneswar

ରାଜ୍ୟ ସରକାର ଚଳିତ ବର୍ଷ ୭.୫ କୋଟି ବୃକ୍ଷ ରୋପଣ କରିବେ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ବର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ଗୁରୁବାର ମହାସମାରୋହରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ରାଜ୍ୟ ସରକାର ଗୋଟିଏ ବର୍ଷରେ ୭.୫ କୋଟି ବୃକ୍ଷ ରୋପଣ କରିବେ ବୋଲି ଘୋଷଣା କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି, ପରିବେଶ ସଂରକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧରେ ସଚେତନତା ବିସ୍ତାର କରିବା ପାଇଁ ଆଜିର ଦିନଟି ଉତ୍ସର୍ଗୀକୃତ। ପ୍ରଦୂଷିତ ପୃଥ‌ବୀର ଭୟାବହତାକୁ ହୃଦୟଙ୍ଗମ କରି ଅଧିକରୁ ଅଧିକ ସବୁଜ ପରିବେଶ ସୃଷ୍ଟି କରିବା ଏବଂ ପ୍ରକୃତିର ସଂରକ୍ଷଣ କରିବା ଏକାନ୍ତ ଅପରିହାର୍ଯ୍ୟ ହୋଇପଡିଛି। ପରିବେଶ ସଂରକ୍ଷଣ ପାଇଁ ନିଆଯାଉଥିବା ପଦକ୍ଷେପ, ଭବିଷ୍ୟତ ପିଢ଼ି ପାଇଁ ଏକ ସୁସ୍ଥ ଜୀବନଯାପନର ସହଜ ଏବଂ ସରଳ ମାଧ୍ୟମ ହୋଇପାରିବ।

- Advertisement -

ଆଜି କାଲି ଆମ ଜୀବନରେ ପ୍ଲାଷ୍ଟିକ ଅପରିହାର୍ଯ୍ୟ ହୋଇ ସାରିଛି, ବିଶେଷ ଭାବେ ଥରେ ବ୍ୟବହାର କରି ହେଉଥିବା ପ୍ଲାଷ୍ଟିକ। ଆଜି ପ୍ଲାଷ୍ଟିକର ଅଧିକ ବ୍ୟବହାର ତିନିଗୋଟି ସମସ୍ୟା ଭାବେ ଉଭା ହୋଇଛି। ଜଳବାୟୁ ପରିବର୍ତ୍ତନ, ପ୍ରକୃତିର ଜଳ, ସ୍ଥଳ ଏବଂ ଜୈବ ବିବିଧତାରେ କ୍ଷୟ ଏବଂ ପ୍ରଦୂଷଣ ଓ ଆବର୍ଜନାର ସମସ୍ୟା। ଏହି ପରିପ୍ରେକ୍ଷୀରେ ପ୍ଲାଷ୍ଟିକ ବର୍ଜନ ଏକ ଗଣ ଆନ୍ଦୋଳନ ହେବା ଆବଶ୍ୟକ ।

ଆମ ସରକାର ମଧ୍ୟ ଷ୍ଟେଟ୍‌ କ୍ଲିନ୍‌ ଏୟାର ପୋଗ୍ରାମ୍‌ ଆରମ୍ଭ କରିଛନ୍ତି। ଏହା ଜନସଂଖ୍ୟା ବହୁଳ ସହରାଞ୍ଚଳ ମାନଙ୍କରେ ବାୟୁ ପ୍ରଦୂଷଣର ମାତ୍ରା କମାଇବ ଏବଂ ବାୟୁମଣ୍ଡଳରେ ବାୟୁ ଗୁଣବତ୍ତା ବୃଦ୍ଧି ଘଟିବ। ସେଥିପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ତତ୍ପର ଅଛି। ଆମ ସରକାର ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ ନିଷେଧ ସହ ଏହାର ଦୀର୍ଘସ୍ଥାୟୀ ବିକଳ୍ପକୁ ପ୍ରୋତ୍ସାହନ ଏବଂ ବର୍ଜ୍ୟ ପରିଚାଳନା ପ୍ରଣାଳୀକୁ ସଶକ୍ତ କରିବା ପାଇଁ ସକ୍ରିୟ ପଦକ୍ଷେପ ନେଇଛନ୍ତି। ସମାଜରେ ପ୍ରକୃତ ପରିବର୍ତ୍ତନ ଆଣିବାକୁ ହେଲେ ଏହା ପ୍ରଥମେ ନିଜ ଓ ନିଜ ପରିବାରଠାରୁ ଆରମ୍ଭ ହେବା ଆବଶ୍ୟକ। ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନରେ ରାଜ୍ୟ ସରକାର ପ୍ରାୟ ସାଢେ ୬ କୋଟିରୁ ଉର୍ଦ୍ଧ୍ୱ ଗଛ ଲଗାଇ ଏହି ଅଭିଯାନକୁ ସଫଳ କରିଛନ୍ତି।

ଆଉ ମାତ୍ର ୨୪ ଘଣ୍ଟାର ଅପେକ୍ଷା: ଅଦ୍ଭୁତ ତ୍ରିଗ୍ରହୀ ଯୋଗ, ଏହି ରାଶି ହଠାତ୍‌ ହେବେ ମାଲାମାଲ୍‌, ମିଳିବ ବଡ ସଫଳତା, କିଣିବେ ଘର, ଗାଡି..

ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସରକାର ଆସିବା ପରେ ଜଙ୍ଗଲ ଓ ବୃକ୍ଷ ଆବରଣରେ ପାଖାପାଖି ୫୬୦ ବର୍ଗ କିଲୋମିଟର ନେଟ୍ ବୃଦ୍ଧି ହୋଇଛି, ଯାହା ସମସ୍ତ ରାଜ୍ୟ ମଧ୍ୟରେ ଚତୁର୍ଥ ସର୍ବାଧିକ। ଜନସାଧାରଣ ଓ ଅନୁଷ୍ଠାନ ଗୁଡିକ ପ୍ରାୟ ୨ କୋଟିରୁ ଉର୍ଦ୍ଧ୍ୱ ଚାରା ରୋପଣ କରି ରେକର୍ଡ ସୃଷ୍ଟି କରିଛନ୍ତି। ଭାରତ ସରକାରଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ୧୦୭ତମ ଜାତୀୟ ଉଦ୍ୟାନର ମାନ୍ୟତା ପାଇଛି ଶିମିଳିପାଳ। ‘ଆମ ଶିମିଳିପାଳ’ ଯୋଜନା ମାଧ୍ୟମରେ ବନ୍ୟପ୍ରାଣୀ ଓ ଉଦ୍ଭିଦ ସଂରକ୍ଷଣ ଓ ସୁରକ୍ଷା ପାଇଁ ୫୦ କୋଟି ଟଙ୍କା ବ୍ୟୟ ବରାଦରେ ଏକ ନୂତନ ପ୍ରୟାସର ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର।

୪୭ କୋଟି ଗ୍ରାହକଙ୍କୁ ଖୁସି କଲା ଜିଓ; ମାତ୍ର ୫୧ ଟଙ୍କାରେ ଏକ ମାସ ପର୍ଯ୍ୟନ୍ତ ମିଳିବ ଅସୀମିତ ଡାଟା

ପ୍ଲାଷ୍ଟିକ୍ ପ୍ରଦୂଷଣକୁ ସମାପ୍ତ କରିବା ସହ ଆମ ନାଗରିକଙ୍କ ପାଇଁ ଏକ ସୁସ୍ଥ ଓ ସ୍ବଚ୍ଛ ପରିବେଶ ବଜାୟ ରଖିବା ପାଇଁ ସଂକଳ୍ପ ନେବା । ଏ ଦିଗରେ ଆପଣ ମାନଙ୍କ ଉଦ୍ୟମ, ମନୋବୃତ୍ତି ଓ ନିଷ୍ଠାପରତାକୁ କାମନା କରୁଛି । ଏକ ସୁସ୍ଥ ସମାଜ ପାଇଁ ଏକ ସୁସ୍ଥ ପରିବେଶ ଦରକାର ଏବଂ ପରିବେଶ ପ୍ରତି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ସମାରୋହରେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ।

ଦେଖନ୍ତୁ ଭୟଭୀତ କରିବ ଭିଡିଓ ; ଘର ସଫା କରୁଥିଲେ, ଡବା ଭିତରୁ ମିଳିଲା ୧୦୦ ସାପ, ତା’ପରେ

କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟା ତଥା ସଚିବ ଉମା ନାନ୍ଦୁରୀ ଧନ୍ୟବାଦ ଦେଇଥିଲେ। ଏହି ସମାରୋହରେ, ପିସିସିଏଫ୍ ଏବଂ ଏଚ୍ଓଏଫ୍ଏଫ୍ ଶ୍ରୀ ଏସ୍ ପନ୍ଥ, ବିଭାଗୀୟ ନିର୍ଦ୍ଦେଶକ, ଡ. କେ. ମୁରୁଗେସନଙ୍କ ସହ ପରିବେଶବିତ ଓ ବୈଜ୍ଞାନିକ ମାନେ ମଧ୍ୟ ଉପସ୍ଥିତ ଥିଲେ ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories