www.samajalive.in
Monday, December 8, 2025
14.1 C
Bhubaneswar

୪୭ କୋଟି ଗ୍ରାହକଙ୍କୁ ଖୁସି କଲା ଜିଓ; ମାତ୍ର ୫୧ ଟଙ୍କାରେ ଏକ ମାସ ପର୍ଯ୍ୟନ୍ତ ମିଳିବ ଅସୀମିତ ଡାଟା

ନୂଆଦିଲ୍ଲୀ : ପୁଣି ଥରେ ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଲା ଜିଓ। ୪୭୦ ମିଲିୟନରୁ ଅଧିକ ଉପଭୋକ୍ତା ଥିବା ଜିଓ ଏବେ ଏଭଳି ଏକ ରିଚାର୍ଜ ପ୍ଲାନ୍‌ ଆଣିଛି, ଏଥିରେ ଆପଣ କେବଳ ୫୧ ଟଙ୍କା ଖର୍ଚ୍ଚ କରି ଏକ ମାସ ପର୍ଯ୍ୟନ୍ତ ଅସୀମିତ ୫ଜି ଡାଟାର ସୁବିଧା ପାଇ ପାରିବେ। ଏହି ଅଫର୍‌ ସେମାନଙ୍କ ପାଇଁ ଖାସ୍‌ ଯେଉଁମାନେ ୫ଜି ସ୍ମାର୍ଟଫୋନ୍‌ ବ୍ୟବହାର ସହ ୫ଜି ନେଟ୍‌ୱର୍କ ଅଞ୍ଚଳରେ ରହୁଛନ୍ତି।

ଜିଓର ଅଫିସିଆଲ ୱେବସାଇଟ୍‌ ଅନୁସାରେ ୫୧ ଟଙ୍କିଆ ଏହି ପ୍ଲାନ୍‌ରେ କେବଳ ଡାଟା ବ୍ୟବହାରକାରୀଙ୍କ ପାଇଁ । ଏଥିରେ ଉପଭୋକ୍ତାଙ୍କୁ ମିଳିବ ଅସୀମିତ ୫ଜି ଡାଟା । ୩ଜିବି ହାଇସ୍ପିଡ୍‌, ୪ଜି ଡାଟା ମଧ୍ୟ ସାମିଲ ରହିଛି।
ଏହି ପ୍ଲାନ୍‌ ସେହି ଉପଭୋକ୍ତା ମାନେ ବ୍ୟବହାର କରିବେ, ଯେଉଁମାନେ ପୂର୍ବରୁ ସକ୍ରିୟ ଥିବା ପ୍ଲାନ୍‌ ୧.୫ଜିବି ଥିବା ମାସିକ ରିଚାର୍ଜ ପ୍ଲାନ୍‌ ବ୍ୟବହାର କରୁଥିବେ । ଅର୍ଥାତ୍‌ ଏହି ପ୍ଲାନ୍‌ ସେହି ମାସିକ ରିଚାର୍ଜ ପ୍ଲାନ୍‌ ସହ ସକ୍ରିୟ ହେବ ଓ ପ୍ରତ୍ୟେକ ଦିନ ୧.୫ ଜିବି ଡାଟା ଏଥିରେ ମିଳିବ । ୧ ମାସର ସମୟସୀମା ମିଳିବ । ଏହା ବ୍ୟତୀତ ଜିଓ ୧୦୧ କିମ୍ବା ୧୫୧ଟଙ୍କାର ପ୍ଲାନ୍‌ ମଧ୍ୟ ରହିଛି । ଏଥିରେ ମଧ୍ୟ ଅସୀମିତ ୫ଜି ଡାଟା ମିଳିବ।

- Advertisement -

ବର୍ଷର ଆରମ୍ଭରେ ଜିଓ ଟ୍ରାଇର ନିର୍ଦ୍ଦେଶ ଅନୁସାରେ ଏଭଳି ୨ଟି ପ୍ରିପେଡ୍‌ ପ୍ଲାନ୍‌ ଲଞ୍ଚ କରିଛି, ଯେଉଁଥିରେ ଡାଟା ମିଳିବ ନାହିଁ । ଏହି ପ୍ଲାନ୍‌ର ସମୟସୀମା ୮୪ ଦିନ ଓ ୩୩୬ ଦିନ ପାଇଁ ।

ଆଉ ମାତ୍ର ୨୪ ଘଣ୍ଟାର ଅପେକ୍ଷା: ଅଦ୍ଭୁତ ତ୍ରିଗ୍ରହୀ ଯୋଗ, ଏହି ରାଶି ହଠାତ୍‌ ହେବେ ମାଲାମାଲ୍‌, ମିଳିବ ବଡ ସଫଳତା, କିଣିବେ ଘର, ଗାଡି..

୩୩୬ ଦିନର ପ୍ଲାନ୍‌ ୧,୭୪୮ଟଙ୍କା । ଏଥିରେ ଉପଭୋକ୍ତାଙ୍କୁ  ମିଳିବ ଅସୀମିତ କଲିଙ୍ଗ୍‌, ଯେକୌଣସି ନେଟ୍‌ୱର୍କରେ ମାଗଣାରେ ରୋମିଙ୍ଗ୍‌ । ୩,୬୦୦ ମାଗଣା ଏସଏମଏସ । ଜିଓ ଟିଭି ଓ ଜିଓ କ୍ଲାଉଡ୍‌ର ମାଗଣାରେ ଏକ୍ସେସ ମିଳିବ ।
୫୧ ଟଙ୍କିଆ ପ୍ଲାନ୍‌କୁ ୩୩୬ ଦିନର ରିଚାର୍ଜ ପ୍ଲାନ୍‌ ବ୍ୟବହାର କରୁଥିବା ଉପଭୋକ୍ତା ବ୍ୟବହାର କରି ପାରିବେ ନାହିଁ । ଡାଟା ପାଇଁ ଇଚ୍ଛୁକ ଥିଲେ ଅନ୍ୟାନ୍ୟ ପ୍ଲାନ୍‌ ଚୟନ କରିବାକୁ ପଡିବ । ଜିଓର ଡାଟା ପାଇଁ ଅନେକ ପ୍ଲାନ୍‌ ରହିଛି । ୧୯ ଟଙ୍କାରୁ ଆରମ୍ଭ ହୋଇ ୩୫୯ ଟଙ୍କା ପର୍ଯ୍ୟନ୍ତ ପ୍ଲାନ୍‌ ରହିଛି।

ଦେଖନ୍ତୁ ଭୟଭୀତ କରିବ ଭିଡିଓ ; ଘର ସଫା କରୁଥିଲେ, ଡବା ଭିତରୁ ମିଳିଲା ୧୦୦ ସାପ, ତା’ପରେ

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories