ଡେସ୍କ: ଅନେକ ସମୟରେ ଚାକିରୀ କରିଥିବା ଯୁବକଙ୍କୁ ଜବରଦସ୍ତି ଉଠାଇ ନେଇ ଝିଅମାନଙ୍କ ସହ ବାହାଘର କରିଦେଉଥିବା ଘଟଣା ଘଟୁଥିବା ବେଳେ ଗତକାଲି ଏଭଳି ଘଟଣା ଘଟିଛି ଯାହା ବିହାରକୁ ଗୁଣ୍ଡାରାଜରେ ୧ ନମ୍ବର କରିଥିବା ଚର୍ଚ୍ଚା ହେଉଛି। ତାଲିବାନୀ ଶାସନ ଚାଲିଛି ବିହାରରେ। ବିହାରର ଗୟା ଜିଲ୍ଲାରେ ଘଟିଛି ଏଭଳି ଘଟଣା ଏବଂ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଜଣେ ବଳାତ୍କାର ପୀଡ଼ିତାଙ୍କ ମା’କୁ ଚିକିତ୍ସା କରିବାକୁ ଯାଇଥିବା ଡାକ୍ତରଙ୍କୁ ଅଭିଯୁକ୍ତ ଗଛରେ ବାନ୍ଧି ମାଡ଼ ମାରି ଲହୁଲୁହାଣ କରିଛି।
ଡାକ୍ତର ଜଣଙ୍କ ହେଉଛନ୍ତି ଜିତେନ୍ଦ୍ର ଯାଦବ। ଡାକ୍ତର ଯାଦବ ୨୦୨୧ରେ ଗଣଧର୍ଷଣର ଶିକାର ହୋଇଥିବା ପିଡୀତଙ୍କ ମା’କୁ ଚିକିତ୍ସା କରିବାକୁ ଯାଇଥିଲେ। ତେବେ ଅଭିଯୁକ୍ତ ଜଣଙ୍କ ସମ୍ପୃକ୍ତ ଡାକ୍ତର ପୀଡ଼ିତାଙ୍କୁ ସାହାଯ୍ୟ କରିବାକୁ ଆସିଥିବା ଅନୁମାନ କରି ଅନ୍ୟ କିଛି ଲୋକଙ୍କ ସହାୟତାରେ ଗଛରେ ବାନ୍ଧି ନିସ୍ତୁକ ପିଟିଥିଲା। ଖବର ମିଳିବା ପରେ ପୁଲିସ ସମ୍ପୃକ୍ତ ଡାକ୍ତରଙ୍କୁ ଉଦ୍ଧାର କରିଥିବା ଜଣାପଡିଛି।
ଗୁଣ୍ଡାରାଜରେ ୧ ନମ୍ବର – ବିହାର, ଦେଖନ୍ତୁ ଭାଇରାଲ ଭିଡିଓ… pic.twitter.com/6A9Rnuf3Pc
— Samaja Live (@samajalive) June 4, 2025
ଏହି ଘଟଣାକୁ ନେଇ ୨୦ ବର୍ଷର ଭ୍ରଷ୍ଟ ଏନ୍ଡ଼ିଏ ସରକାର ଅମଳରେ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ପୁଲିସ ପ୍ରଶାସନ ବିଫଳ ହୋଇଥିବା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱି ଯାଦବ କହିଛନ୍ତି।



