www.samajalive.in
Tuesday, December 9, 2025
26.1 C
Bhubaneswar

ପୂର୍ବତନ ପିସିସି ସଭାପତିଙ୍କୁ ହତ୍ୟା ଧମକ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ସମ୍ପୃକ୍ତ ଅଭିଯୁକ୍ତକୁ କେନ୍ଦୁଝରରୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧୀନ ଜାମ୍ବରା ଗାଁର ସୋମନାଥ ଓରଫ କୁଳମଣି ସେନାପତି। ଅଭିଯୁକ୍ତ ନିକଟରୁ ବ୍ୟବହୃତ ମୋବାଇଲ ଫୋନ୍‌ ପୁଲିସ ଜବତ କରିଛି। ସୋମନାଥକୁ ମଙ୍ଗଳବାର ଅଦାଲତ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ଫେବୃଆରୀ ୩ ତାରିଖ ଅପରାହ୍ଣରେ ଶ୍ରୀ ଜେନାଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ ଧମକପୂର୍ଣ୍ଣ କଲ୍ ଆସିଥିଲା। ଟିଭିରେ ଦେଇଥିବା ବୟାନକୁ ବିରୋଧ କରି ଅଭିଯୁକ୍ତ ତାଙ୍କୁ ଚେତାବନୀ ଦେଇଥିଲା। ପରିଚୟ ପଚାରିବାରୁ ସେ କଲ୍ କାଟି ଦେଇଥିଲା। ସେହି ଦିନ ସନ୍ଧ୍ୟାରେ ଅଭିଯୁକ୍ତ ପୁଣି କଲ୍ କରି ହତ୍ୟା ଧମକ ଦେବା ସହ ୫୦ ହଜାର ଟଙ୍କା ଦାବି କରିଥିଲା। ପରେ ଅଭିଯୁକ୍ତ ତାଙ୍କୁ ଏକାଧିକ ଥର ଫୋନ୍‌ କରିଥିଲା। ଜୀବନ ପ୍ରତି ବିପଦ ଥିବା ଅନୁମାନ କରି ଶ୍ରୀ ଜେନା ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ନମ୍ବର ଅଭିଯୁକ୍ତ ସୋମନାଥ ବ୍ୟବହାର କରୁଥିବା ତଦନ୍ତରୁ ପୁଲିସ ଜାଣିବାକୁ ପାଇଥିଲା। ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଯୋଜନା କରିଥିଲା। ଗତ ସୋମବାର ଥାନାର ଏକ ଦଳ ସ୍ଥାନୀୟ ପୁଲିସ ସହାୟତାରେ ଚଢ଼ଉ କରି ଅଭିଯୁକ୍ତକୁ କାବୁ କରି ଭୁବନେଶ୍ବର ଆଣିଥିଲା। ପଚରାଉଚରା ପରେ ଅଭିଯୁକ୍ତକୁ ପୁଲିସ ଅଦାଲତ ଚାଲାଣ କରିଥିଲା। ଅଭିଯୁକ୍ତ ବିରୋଧରେ ପୂର୍ବରୁ ନନ୍ଦିପଦା ଥାନାରେ ଏକ ଫୌଜଦାରୀ ମାମଲା ଥିବା ପୁଲିସ ଜାଣିବାକୁ ପାଇଛି।

ରାଜ୍ୟରେ ଅସହ୍ୟ ତାତି: ବାଲେଶ୍ଵର ସବୁଠୁ ଉତ୍ତପ୍ତ, ଆହୁରି ୪ ଦିନ..

Hot this week

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

Related Articles

Popular Categories