www.samajalive.in
Sunday, December 7, 2025
26.1 C
Bhubaneswar

ବିଦେଶରେ ଭାରତର ଅପରେସନ ସିନ୍ଦୂର ପଦକ୍ଷେପକୁ ମିଳୁଛି ଦୃଢ ସମର୍ଥନ

ଅପରେସନ ସିନ୍ଦୂର ପରବର୍ତ୍ତୀ ପଦକ୍ଷେପ ଏବଂ ଆତଙ୍କବାଦ ପ୍ରତି ଭାରତର ଶୂନ୍ୟ ସହନଶୀଳତା ନୀତି ନେଇ ବିଭିନ୍ନ ଦେଶକୁ ଯାଇଥିବା ସର୍ବାଦଳୀୟ ସଂସଦୀୟ ପ୍ରତିନିଧି ଦଳ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ବିଜେପି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବରେ ଗଠିତ ଦଳ ମଙ୍ଗଳବାର ସକାଳେ ଭାରତ ଫେରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସାଂସଦ ଶ୍ରୀ ପଣ୍ଡା କହିଛନ୍ତି ଯେ ପ୍ରତିନିଧି ଦଳ ବିଭିନ୍ନ ଦେଶ ଗସ୍ତ କରି ଭାରତର ଆଭିମୁଖ୍ୟ ସମ୍ପର୍କରେ ବିଦେଶୀ ନେତୃତ୍ବଙ୍କୁ ସଫଳ ଭାବେ ଅବଗତ କରାଇଛନ୍ତି।

ଆଜି ଶ୍ରୀ ପଣ୍ଡା ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ ଜୟଶଙ୍କରଙ୍କୁ ସାକ୍ଷାତ କରି ବିଭିନ୍ନ ଦେଶର ନେତୃବୃନ୍ଦଙ୍କୁ ଭାରତର ଆଭିମୁଖ୍ୟ ସମ୍ପର୍କରେ ହୋଇଥିବା ଆଲୋଚନା ବିଷୟରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି। ସାଂସଦ ଶ୍ରୀ ପଣ୍ଡାଙ୍କ ନେତୃତ୍ୱାଧୀନ ଦଳ ଆଲଜେରିଆ, ସାଉଦି ଆରବ, କୁଏତ ଏବଂ ବାହାରିନ ଗସ୍ତ କରିଥିଲେ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories