www.samajalive.in
Sunday, December 7, 2025
26.1 C
Bhubaneswar

ବିଜୁଳି ଚାଲିଗଲେ ବି ଇନଭର୍ଟର ଏସି ଚାଲୁ ରହିବ କି?

ସମାଜ ଡିଜିଟାଲ ଡେସ୍କ: ଯଦି ଆପଣ ନୂଆ ଏସି କିଣିବାକୁ ଯାଉଛନ୍ତି ତେବେ ଇନଭର୍ଟର ଏବଂ ବିନା-ଇନଭର୍ଟର ଏସି ମଧ୍ୟରେ ପାର୍ଥକ୍ୟ ବୁଝିବା ଜରୁରୀ । ଅନେକ ଲୋକ ଇନଭର୍ଟର ଏସିରେ ଇନଭଟରର କାର୍ଯ୍ୟ ସଠିକ ଭାବେ କିପରି ହୋଇଥାଏ ତାହା ଜାଣି ନାହାଁନ୍ତି । ଏସି କିଣିବା ପୂର୍ବରୁ ଏସି ସହିତ ଜଡିତ ସମସ୍ତ ତଥ୍ୟ ଜାଣିବା ଉଚିତ । ବଜାରରେ ଆପଣ ଇନଭର୍ଟର ଏସି ଏବଂ ବିନା ଇନଭର୍ଟର ଏସି ଉଭୟ ପାଇପାରିବେ । କିନ୍ତୁ ଅଧା ଲୋକ ଇନଭର୍ଟର ଏସି କିଣିବାକୁ ପସନ୍ଦ କରନ୍ତି । ଯଦି ଆପଣ ଭାବୁଛନ୍ତି କି ଇନଭର୍ଟର ଏସି ବିଜୁଳୀ ଚାଲିଗଲା ପରେ ବି ଚାଲୁ ରହିବ ତାହା ଆପଣ ଭୁଲ ଭାବୁଛନ୍ତି ।
ଏସିରେ ଇନଭର୍ଟର ଅର୍ଥ ହେଉଛି ଶକ୍ତି ସଂରକ୍ଷଣ ପ୍ରଯୁକ୍ତିବିଦ୍ୟା, ଯାହାକି ମୋଟରର ଗତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥାଏ ।

ବିଦ୍ୟୁତ ଚାଲିଗଲେ ବି ଆପଣଙ୍କ ଘରେ ଥିବା ଇନଭର୍ଟରରେ ଏସି ଚାଲିପାରିବ । ଆପଣଙ୍କ ଘରେ ଥିବା ଇନଭର୍ଟରରେ ଇନଭର୍ଟର ଏସି ଚାଲିବ କିନ୍ତୁ ଏହା ଇନଭର୍ଟରର କ୍ଷମତା ଉପରେ ନିର୍ଭର କରେ । ଘରେ କେବେ କ୍ଷମତା ବିଶିଷ୍ଟ ଇନଭର୍ଟର ଲାଗିଛି ତାହା ଉପରେ ନିର୍ଭର କରେ । ହେଲେ ଇନଭର୍ଟରରେ ଏସି ଚଲାଇବାକୁ ବାରଣ କରାଯାଇଛି । କାରଣ ଏସି ଅଧିକ ଲୋଡ୍‍ ନେବ ଯାହା ଇନଭର୍ଟର ଉପରେ ଅଧିକ ଚାପ ପକାଇଥାଏ । ସାଧାରଣତଃ ଘରେ ଲଗାଯାଇଥିବା ଇନଭର୍ଟର ବିଦ୍ୟୁତ ଚାଲିଗଲା ପରେ ଆପଣଙ୍କ ଘରୋଇ ଉପକରଣ ଯେପରିକି ପଙ୍ଖା, ଲାଇଟ୍‍ ଏବଂ ଟିଭି ଚଳାଇବାରେ ସାହାଯ୍ୟ କରେ । କିନ୍ତୁ ଏସିରେ ଥିବା ଇନଭର୍ଟର ପ୍ରଯୁକ୍ତିବିଦ୍ୟା ବିଦ୍ୟୁତ ସଞ୍ଚୟ କରିବାରେ ସାହାଯ୍ୟ କରେ ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories