www.samajalive.in
Sunday, December 7, 2025
13.1 C
Bhubaneswar

ପରିଣାମ ପାଇଁ ପାକିସ୍ତାନ ପ୍ରସ୍ତୁତ ରହୁ – ଇରାନ ମେଜର ଜେନେରାଲ୍‍

ନୂଆଦିଲ୍ଲୀ: ଇରାନ୍‍ର ରିଭୋଲ୍ୟୁସନାରୀ ଗାର୍ଡ଼ ମେଜର୍‍ ଜେନେରାଲ୍‍ କହିଛନ୍ତି, ପାକିସ୍ତାନ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବାରୁ ପରିଣାମ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ। ବୁଧବାରଦିନ ଇରାନରେ ଘଟିଥିବା ବୋମା ବିସ୍ଫୋରଣରେ ପାକିସ୍ତାନୀ ସୁରକ୍ଷା ବାହିନୀର ହାତ ଥିବା ସେ କହିଛନ୍ତି ଯେଉଁଥିରେ ୨୭ ଜଣ ଯବାନଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ରିଭୋଲ୍ୟୁସନାରୀ ଗାର୍ଡ଼ର ମେଜର ଜେନେରାଲ୍‍ ମହମ୍ମଦ ଅଲ୍ଲି ଜୋହାରି କହିଛନ୍ତି, ପାକିସ୍ତାନ ସରକାର ସେଠାରେ ଆଶ୍ରୟ ଦେଇଥିବା ଜୈସ୍‍-ଅଲ୍‍-ଆଦିଲ୍‍ ଆତଙ୍କବାଦୀ ସଙ୍ଗଠନ ଇସ୍‍ଲାମ୍‍ ପ୍ରତି ବିପଦ ସୃଷ୍ଟି କରୁଛି। ସେ କହିଛନ୍ତି, ଯଦି ପାକିସ୍ତାନ ସରକାର ସେମାନଙ୍କୁ ଦଣ୍ଡବିଧାନ ନ କରେ, ତେବେ ପାକିସ୍ତାନ ବିରୋଧରେ ଦୃଢ଼ ପଦକ୍ଷେପ ନିଆଯିବ। ଏହି ଆକ୍ରମଣକୁ ଇରାନ୍‍ ସୁରକ୍ଷା ବାହିନୀ ଉପରେ ସବୁଠାରୁ ବଡ଼ ଆତ୍ମଘାତୀ ଆକ୍ରମଣ ରୂପେ ବିବେଚନା କରାଯାଉଛି। ସେଠାକାର ଜାତୀୟ ଟେଲିଭିଜନରେ ସିଧା ପ୍ରସାରଣରେ ସେ କହିଛନ୍ତି, ୨୦୧୮ରେ ଛ’ରୁ ସାତ ଥର ଆତ୍ମଘାତୀ ଆକ୍ରମଣକୁ ପଣ୍ଡ କରାଯାଇଥିଲେ ମଧ୍ୟ ଏଥର ଆତଙ୍କବାଦୀ ବିସ୍ଫୋରଣ ଘଟାଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories