www.samajalive.in
Tuesday, December 9, 2025
23.1 C
Bhubaneswar

ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟ ବିରୋଧରେ ମାମଲା ରୁଜୁ

ସମାଜ ଡିଜିଟାଲ ଡେସ୍କ: କ୍ରିକେଟର ବିରାଟ କୋହଲିଙ୍କ ବାଙ୍ଗାଲୁରୁ ରେଷ୍ଟୁରାଣ୍ଟ ବିରୋଧରେ ମାମଲା ରୁଜୁ କରିଛି ପୁଲିସ । ସୂଚନା ଅନୁସାରେ କ୍ୟୁବନ୍‍ ପାର୍କ ପୁଲିସ କୋଟପା ଅଧିନିୟମ (ତମାଖୁ ଉତ୍ପାଦ ଆଇନ, ୨୦୦୩) ଉଲ୍ଲଘଂନକୁ ଦୃଷ୍ଟିରେ ରଖି ଧାରା ୪ ଏବଂ ୨୧ ଅନୁଯାୟୀ ବିରାଟ କୋହଲିଙ୍କ ରେଷ୍ଟୁରାଣ୍ଟ ପବ୍‍ ୱାନ୍‍ ୮ କମ୍ୟୁନ୍‍ ବିରୋଧରେ ମାମଲା ରୁଜୁ ହୋଇଛି ।

ଏହି ମାମଲାଟି ରେଷ୍ଟୁରାଣ୍ଟରେ ଥିବା ଧୂମପାନ ନିଷେଧ ସହିତ ଜଡିତ । ୱାନ୍‍ ୮ କମ୍ୟୁନ୍‍ ରେଷ୍ଟୁରାଣ୍ଟରୁ କ୍ୟୁବନ୍‍ ପାର୍କ ପୁଲିସ ଷ୍ଟେସନର ଦୂରତା ମାତ୍ର ୨୦୦ମିଟର । ପୁଲିସ ରେଷ୍ଟୁରାଣ୍ଟରେ ପହଞ୍ଚି ଯାଞ୍ଚ କରିବା ସହ ସମ୍ବେଦନଶୀଳତା ଦର୍ଶାଇ ତୁରନ୍ତ ମାମଲା ରୁଜୁ କରିଥିଲା । ଧୂମ୍ରପାନ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ନିୟମ ଅନୁସାରେ ଉଚିତ ବ୍ୟବସ୍ଥା କରାଯାଇନଥିବାରୁ ରେଷ୍ଟୁରାଣ୍ଟର ପରିଚାଳନ ଏବଂ କର୍ମଚାରୀଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ।

Hot this week

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

Related Articles

Popular Categories