www.samajalive.in
Sunday, December 7, 2025
26.1 C
Bhubaneswar

ଥାନା ଆଗରେ ଅତିରିକ୍ତ ତହସିଲଦାରଙ୍କୁ ମାରିଲେ ମାଫିଆ, ଭାଙ୍ଗିଲେ ଗାଡ଼ି

କପ୍ତିପଦା: ମାତିଲେ ମାଫିଆ। ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କୁ ମାରିଲେ ଓ ଗାଡି ଭାଙ୍ଗିଲେ। ଅତିରିକ୍ତ ତହସିଲଦାରଙ୍କୁ କରିଲେ ପ୍ରାଣାନ୍ତକ ଆକ୍ରମଣ। ଭାଙ୍ଗି ଚୁରମାର କରିଲେ ଗାଡି। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ସମ୍ମୁଖରେ। କପ୍ତିପଦା ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀ ସୋମବାର ସକାଳ ସମୟରେ ବାଲି ଚୋରା ଚାଲାଣ ଧରପଗଡ଼ ପାଇଁ କାର୍ଯ୍ୟାଳୟରୁ ନିଜ କାର ଧରି ବାହାରିବା ସମୟରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ମାଫିଆମାନେ ପ୍ରଥମେ ଅତିରିକ୍ତ ତହସିଲଦାରଙ୍କୁ ଅଟକାଇ ଧମକ ଦେଇଥିଲେ। ଏହାପରେ ମାଫିଆମାନେ ତାଙ୍କୁ ଘେରି ଯିବାରୁ ସେଠାରୁ ଅତିରିକ୍ତ ତହସିଲଦାର ବାହାରି କପ୍ତିପଦା ଥାନାକୁ ଆସିଥିବାବେଳେ କପ୍ତିପଦା ଥାନା ସମ୍ମୁଖରେ ୧୦ରୁ ଅଧିକ ବାଲି ମାଫିଆ ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଇଟା ଓ ପଥର ମାଡ଼ କରି ଭାଙ୍ଗି ଚୁରମାର କରି ଦେଇଥିଲେ। ଏହା ସହିତ ଅତିରିକ୍ତ ତହସିଲଦାର ଭୀମକାନ୍ତ ମାଝୀଙ୍କ କଲର ଧରି ଘୋଷାରିବା ସହିତ ମାଡ଼ ମଧ୍ୟ ମାରିଥିଲେ। ଥାନା ସମ୍ମୁଖରେ ଏଭଳି ଘଟଣା ଘଟାଇବା ପରେ ମାଫିଆମାନେ ଫେରାର ହୋଇଯାଇଥିଲେ। ସେପଟେ ଜୀବନ ପ୍ରତି ବିପଦ ଥିବା ଜାଣି ଅତିରିକ୍ତ ତହସିଲଦାର ଥାନାକୁ ଆସିଥିବାବେଳେ ଥାନା ଗେଟ୍ ବନ୍ଦ ଥିବାରୁ ମାଫିଆମାନେ ତାଙ୍କୁ ଆକ୍ରମଣ କରିଥିବା କହିଛନ୍ତି ଅତିରିକ୍ତ ତହସିଲଦାର।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories