ନୂଆଦିଲ୍ଲୀ : ଜାପାନରେ ଏବେ ଏକ ଛୋଟ ଇ-କାର୍ ସମସ୍ତଙ୍କୁ ବେଶ୍ ପସନ୍ଦ ଆସୁଛି । କେଜି ମୋଟର୍ସ ଏମିତି ଏକ ଛୋଟ ଇ-କାର୍ ପ୍ରସ୍ତୁତ କରିଛି ଯାହା ଏବେ ଲୋକପ୍ରିୟ ହେବାରେ ଲାଗିଛି । ଏଥିରେ ଏକ ସିଙ୍ଗଲ ସିଟ୍ ବିଶିଷ୍ଟ ଡିଜାଇନ୍ ମିଳୁଛି । ଏହାକୁ ଥରେ ଫୁଲ ଚାର୍ଜ କଲେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଏହାର ସର୍ବାଧିକ ସ୍ପିଡ୍ ୬୦ କିଲୋମିଟର ପ୍ରତି ଘଣ୍ଟା ରହିବ । ଚାର୍ଜ ହେବା ପାଇଁ ଏହା ୫ ଘଣ୍ଟା ସମୟ ଲାଗିବ ।
କେଜି ମୋଟର୍ସର ପ୍ରତିଷ୍ଠାତାଙ୍କ କହିବାନୁସାରେ କାର୍ ବହୁତ ବଡ ହୋଇଗଲାଣି କିନ୍ତୁ ରାସ୍ତା ଏବେ ମଧ୍ୟ ସଂକୀର୍ଣ୍ଣ ରହିଛି । ସହରର ଗଳି କନ୍ଦିରେ ଯାତାୟତ କରିବା ପାଇଁ ଏକ ଛୋଟ କାରର ଆବଶ୍ୟକତା ରହିଛି । ଏଥିପାଇଁ ଏହି ଛୋଟ କାର୍ ପ୍ରସ୍ତୁତ କରାଯାଇଛି ଯାହା ସହଜରେ ପାର୍କ କରିବା ସହିତ ସଂକୀର୍ଣ୍ଣ ରାସ୍ତାରେ ଯାତାୟତ କରିପାରିବ । ତେବେ ଏହା କେବେ ଭାରତକୁ ଆସିବ ଏବଂ ଏହାର ଦାମ୍ କେତେ ରହିବ ସେ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିପାରିନି ।



