www.samajalive.in
Sunday, December 7, 2025
26.1 C
Bhubaneswar

ଶତାୟୁଙ୍କୁ ମିଳୁନି ସରକାରୀ ସହାୟତା

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ (ବାକିଟି) କେଉଟ ସାହିରେ ରହି ଆସୁଥିବା ଶତାୟୁଙ୍କୁ ସରକାରୀ ସହାୟତା ମିଳୁନଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ବେଗ୍ରେ ରତ୍ନ ଶତାୟୁ ହୋଇଥିବା ନାତି କହୁଥିବା ବେଳେ ଆଧାର କାର୍ଡରେ ୧୯୩୬ ମସିହା ଉଲ୍ଲେଖ ରହିଥିବାରୁ ରତ୍ନକୁ ୮୯ ବର୍ଷ ହୋଇଥିବା ଜଣାପଡିଛି। ଶତାୟୁ ମହିଳାଙ୍କୁ ପ୍ରଥମେ ପ୍ରତ୍ୟେକ ମାସରେ ସାତ ଶହ ଟଙ୍କା ଲେଖାଏଁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ମିଳୁଥିଲା।ପରେ ପାଞ୍ଚ ଶହ ଟଙ୍କା ବୃଦ୍ଧି ପାଇବା ପରେ ମୋଟ ବାର ଶହ ଟଙ୍କା ଲେଖାଏଁ ୨୦୨୪ ମସିହା ଫେୃୟାରୀ ମାସ ଠାରୁ ଆଜି ପର୍ଯ୍ୟନ୍ତ ଦିଆଯାଉଛି। କିନ୍ତୁ ରତ୍ନ ସହ ନାତି ନାତୁଣୀ ଭଙ୍ଗା କୁଡ଼ିଆରେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ଏହି ମାନଙ୍କୁ ଆଜି ପର୍ଯ୍ୟନ୍ତ ପକ୍କା ଘର ଖଣ୍ଡିଏ ମିଳି ପାରିନାହିଁ।

୧୨୦୦ ଟଙ୍କାରେ ପରିବାର ଚଳାଇବା ବହୁ କଷ୍ଟ କର ହୋଇପଡୁଛି। ପିଡିଏଫ ଚାଉଳ କେବଳ ୫ କିଲୋ ହିଁ ପାଉଥିବା ନାତି ଟୁକୁନା ବେଗ୍ରେ କହିଛନ୍ତି। ସରକାର ତରଫରୁ ମହିଳାଙ୍କୁ ୩୫୦୦ଟଙ୍କା ଓ ପିଡିଏଫ ଚାଉଳ ଯୋଗାଇ ଦେବା ପାଇଁ ସାହି ବାସିନ୍ଦା ଗୁହାରି କରୁଛନ୍ତି। ଏ ସଂପର୍କରେ ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ଵଜିତ୍ ସାମନ୍ତରା ସିଂଙ୍କୁ ପଚାରିବାରୁ ରତ୍ନ ବେଗ୍ରେଙ୍କ ସମସ୍ତ ତଥ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ସେହି ଠାରୁ ଅନୁମୋଦନ ହୋଇ ଆସିଲେ ତାଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି କହୁଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories